ତାମିଲନାଡ଼ୁ ରାଜନୀତିରେ ହଟଚମଟ, ପନୀରସେଲଭାମ ଗୋଷ୍ଠୀକୁ ହାଇକୋର୍ଟ ଝଟ୍‌କା

ନୂଆଦିଲ୍ଲୀ: ତାମିଲନାଡ଼ୁ ରାଜନୀତିରେ ହଟଚମଟ। ବିରୋଧୀ ଏଆଇଏଡିଏମ୍‌କେରେ ଫାଟ। ଦଳରେ ଆରମ୍ଭ ହୋଇଛି ବିଦ୍ରୋହ। କ୍ଷମତାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଇକେ ପାଲାନି ସାମି ଓ ବିଦ୍ରୋହୀ ନେତା ‘ଓ’ ପନୀରସେଲଭାମ ମଧ୍ୟରେ ମୁହାଁମୁହିଁ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଇକେ ପାଲାନି ସାମିଙ୍କୁ  ଦଳର ସବୋର୍ଚ୍ଚ ନେତା ଭାବେ ନିଯୁକ୍ତିକୁ ବିରୋଧ କରିଛି ‘ଓ’ ପନୀରସେଲଭାମଙ୍କ ଗୋଷ୍ଠୀ।  ତେବେ ଦଳରରେ ଆଜି ହେବାକୁ ଥିବା ସାଧାରଣ ପରିଷଦ ବୈଠକ ଉପରେ ରହିତାଦେଶ ଜାରି କରିବାକୁ  ପନୀରସେଲଭାମ […]

tamilnadu

tamilnadu

Tapas Behera
  • Published: Monday, 11 July 2022
  • Updated: 11 July 2022, 12:14 PM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡ଼ୁ ରାଜନୀତିରେ ହଟଚମଟ। ବିରୋଧୀ ଏଆଇଏଡିଏମ୍‌କେରେ ଫାଟ। ଦଳରେ ଆରମ୍ଭ ହୋଇଛି ବିଦ୍ରୋହ। କ୍ଷମତାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଇକେ ପାଲାନି ସାମି ଓ ବିଦ୍ରୋହୀ ନେତା ‘ଓ’ ପନୀରସେଲଭାମ ମଧ୍ୟରେ ମୁହାଁମୁହିଁ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଇକେ ପାଲାନି ସାମିଙ୍କୁ  ଦଳର ସବୋର୍ଚ୍ଚ ନେତା ଭାବେ ନିଯୁକ୍ତିକୁ ବିରୋଧ କରିଛି ‘ଓ’ ପନୀରସେଲଭାମଙ୍କ ଗୋଷ୍ଠୀ।  ତେବେ ଦଳରରେ ଆଜି ହେବାକୁ ଥିବା ସାଧାରଣ ପରିଷଦ ବୈଠକ ଉପରେ ରହିତାଦେଶ ଜାରି କରିବାକୁ  ପନୀରସେଲଭାମ ଆବେଦନ କରିଥିବା ବେଳେ ତାହା ମାଡ୍ରାସ ହାଇକୋର୍ଟରେ ଖାରଜ ହୋଇଯାଇଛି। ଆଜି ପୂର୍ବାହ୍ନରେ ଏଆଇଏଡିଏମ୍‌କେ ସାଧାରଣ ପରିଷଦ୍‌ ବୈଠକ ହେବାର ଥିଲା। ହେଲେ  ଏହା ଉପରେ ରହିତାଦେଶ ଜାରି କରିବା ଲାଗି ଆଜି ସକାଳେ ମାଡ୍ରାସ୍‌ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଓପିଏସଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ଗୁରୁ କୃଷ୍ଣନକୁମାର କହିଥିଲେ ଯେ, ଦଳର ‘ବାଇଲ’ ଅନୁସାରେ ବୈଠକ ନିମନ୍ତେ ଉଚିତ୍‌ ଢ଼ଙ୍ଗରେ ନୋଟିସ ଜାରି କରାଯାଇ ନାହିଁ ଏବଂ ସେଥିରେ କୌଣସି ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷ ସ୍ୱାକ୍ଷର ନାହିଁ।

‘ବାଇଲ’ ଅନୁସାରେ, କେବଳ କୋଅର୍ଡିନେଟର୍‌ ଏବଂ ଜଏଣ୍ଟ୍‌ କୋଅର୍ଡିନେଟର୍‌ ବୈଠକ ଡକାଇ ପାରିବେ। କିନ୍ତୁ, ଆଜିର ବୈଠକ ପାଇଁ ମୁଖ୍ୟାଳୟର କାର୍ଯ୍ୟକର୍ତ୍ତାମାନେ ନୋଟିସ୍‌ ଜାରି କରିଛନ୍ତି । ‘ଓପିଏସ୍’ଙ୍କ ଯୁକ୍ତିକୁ ବିରୋଧ କରି ‘ଏଡାପ୍ପାଡି କେ. ପଲାନିସ୍ୱାମୀଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ବିଜୟ ନାରାୟଣ କହିଥିଲେ କି, ଏହା ନୋଟିସ୍‌ ନୁହେଁ, ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରଣ।

ସେ ଆହୁରି ମଧ୍ୟ କହିଥିଲେ ଯେ, ବୈଠକ ହୋଇପାରିବ ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦ୍ଦିଷ୍ଟ ଭାବେ କହି ସାରିଥିବାରୁ ଏହା ଉପରେ ରହିତାଦେଶ ଜାରି କରିବା ହାଇକୋର୍ଟ ପାଇଁ ଉଚିତ ହେବନାହିଁ।

ସୂଚନା ଅନୁଯାୟୀ ଆଜି ସକାଳେ ଚେନ୍ନାଇର ରୟାପେଟ୍ଟାରେ ଥିବା ‘ଏଆଇଏଡିଏମ୍‌କେ’ର ମୁଖ୍ୟାଳୟରେ ‘ଇପିଏସ୍’ ଏବଂ ‘ଓପିଏସ୍‌’ ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ  ହୋଇଥିଲା। ସକାଳେ ‘ଓପିଏସ୍‌’ ମୁଖ୍ୟାଳୟରେ ପହଞ୍ଚିଥିବା ବେଳେ ‘ଇପିଏସ୍’ ସାଧାରଣ ପରିଷଦ୍‌ ବୈଠକରେ ଯୋଗ ଦେବାକୁ ଚେନ୍ନାଇର ବନଗରମକୁ ଯାଇଥିଲେ। ବୈଠକରେ ଇପିଏସ୍ ଦଳର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos