ଓୱେସୀଙ୍କ ଦଳୀୟ ଅଫିସରେ ବ୍ୟାପକ ଭଙ୍ଗାରୁଜା

ଥାନେ: ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ ମୁବ୍ରାରେ ଥିବା ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏର ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ଦଳୀୟ ଅଫିସରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ୧୨ରୁ ଅଧିକ ଦୁର୍ବୃତ୍ତ ଅଫିସରେ ପଶି ଆସବାବପତ୍ର ଭାଙ୍ଗି ଦେଇଛନ୍ତି। ଘଟଣାଟି ଗୁରୁବାର ରାତି ପ୍ରାୟ ୧୦ଟାରେ ଘଟିଛି। ଆକ୍ରମଣ ବେଳେ ଏଆଇଏମଆଇଏମର ଅଫିସରେ କୌଣସି ସଦସ୍ୟ ନଥିଲେ। ଭଙ୍ଗାରୁଜା ବେଳର ଗୋଟିଏ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିନିୟର ପୁଲିସ୍‌ ଇନସପେକ୍ଟର ଅଶୋକ କାଡଲଗ ଘଟଣା […]

aimim

  • Published: Friday, 23 September 2022
  • , Updated: 23 September 2022, 03:38 PM IST

ଥାନେ: ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ ମୁବ୍ରାରେ ଥିବା ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏର ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ଦଳୀୟ ଅଫିସରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ୧୨ରୁ ଅଧିକ ଦୁର୍ବୃତ୍ତ ଅଫିସରେ ପଶି ଆସବାବପତ୍ର ଭାଙ୍ଗି ଦେଇଛନ୍ତି। ଘଟଣାଟି ଗୁରୁବାର ରାତି ପ୍ରାୟ ୧୦ଟାରେ ଘଟିଛି।

ଆକ୍ରମଣ ବେଳେ ଏଆଇଏମଆଇଏମର ଅଫିସରେ କୌଣସି ସଦସ୍ୟ ନଥିଲେ। ଭଙ୍ଗାରୁଜା ବେଳର ଗୋଟିଏ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସିନିୟର ପୁଲିସ୍‌ ଇନସପେକ୍ଟର ଅଶୋକ କାଡଲଗ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାଇରାଲ ଭିଡିଓ ଓ ଏଆଇଏମଆଇଏମର ଅଭିଯୋକ୍ରମେ ତଦନ୍ତ ଆରମ୍ଭ କରାଯାଇଛି। ମୁବ୍ରାରେ ଥିବା ଏଆଇଏମଆଏମର ଅଫିସରେ ପ୍ରାୟ ୧୨ ଜଣ ଦୁର୍ବୃତ୍ତ ଗତକାଲି ରାତିରେ ପଶିଥିଲେ। ସେମାନେ ଅଫିସ ଭିତରେ ଥିବା ଜିନିଷପତ୍ର ଭଙ୍ଗାରୁଜା କରିବା ସହ ସେଠାରେ ଥିବା ଦାମୀ ଜିନିଷକୁ ନଷ୍ଟ କରି ଦେଇଛନ୍ତି।

ଏହାପରେ ସମସ୍ତେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ସେମାନଙ୍କ ହାତରେ ଲୁହାରଡ ଓ ଲାଠି ରହିଥିବା ଭିଡିଓରୁ ଦେଖିବାକୁ ମିଳିଛି। ଅଫିସରେ ଲାଗିଥିବା ସିସିଟିଭି ଫୁଟେଜରେ ପୂରା ଘଟଣା କଏଦ ହୋଇଛି। ସେହିପରି ଆକ୍ରମଣ ସମ୍ପର୍କରେ ଏଆଇଏମଆଇଏମ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ତେବେ ଆକ୍ରମଣ ପଛର କାରଣ ଏଯାଏ ଜଣାପଡ଼ିନି। ତଦନ୍ତ ଚାଲିଛି ଓ ଏଯାଏ କାହାକୁ ଗିରଫ କରାଯାଇ ନଥିବା ସେ କହିଛନ୍ତି।

Related story