‘ଗୌତମ ଗମ୍ଭୀର ଫାଉଣ୍ଡେସନ'କୁ ୧ କୋଟି ଦେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦି ପାଦ ଆଗେଇ ଆସିଛନ୍ତି ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ସେ ‘ଗୌତମ ଗମ୍ଭୀର ଫାଉଣ୍ଡେସନ’ ଜରିଆରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହିତ ଖାଇବା, ଅକ୍ସିଜେନ ଆଦି ମାଗଣାରେ ଯୋଗାଉଛନ୍ତି। ଗୌତମ ଗମ୍ଭୀରଙ୍କ ଏପରି କାମକୁ ପ୍ରଶଂସା କରି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ୧ କୋଟି ଟଙ୍କା ‘ଗୌତମ ଗମ୍ଭୀର […]

gambhir-akshay-kumar

Subhransu Sekhar
  • Published: Sunday, 25 April 2021
  • , Updated: 25 April 2021, 05:59 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦି ପାଦ ଆଗେଇ ଆସିଛନ୍ତି ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ସେ ‘ଗୌତମ ଗମ୍ଭୀର ଫାଉଣ୍ଡେସନ’ ଜରିଆରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହିତ ଖାଇବା, ଅକ୍ସିଜେନ ଆଦି ମାଗଣାରେ ଯୋଗାଉଛନ୍ତି। ଗୌତମ ଗମ୍ଭୀରଙ୍କ ଏପରି କାମକୁ ପ୍ରଶଂସା କରି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ୧ କୋଟି ଟଙ୍କା ‘ଗୌତମ ଗମ୍ଭୀର ଫାଉଣ୍ଡେସନ’କୁ ପଠାଇଛନ୍ତି। ଅକ୍ଷୟ କୁମାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

https://twitter.com/akshaykumar/status/1385957279934009347?s=20

୩୯ ବର୍ଷୀୟ ଏହି କ୍ରିକେଟର ଟୁଇଟ୍ କରି ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଶ କଠିନ ପରିସ୍ଥିତି ଦେଇ ଗତିକରୁଥିବା ବେଳେ ପ୍ରତ୍ୟେକ ଲୋକଙ୍କ ସାହାଯ୍ୟ ଆଶାର କିରଣ ଯୋଗାଇବ ବୋଲି ଗୌତମ କହିଛନ୍ତି। ଗୌତମ ଗମ୍ଭୀର ଫାଉଣ୍ଡେସନକୁ ୧ କୋଟି ଟଙ୍କା ଦେଇଥିବାରୁ ସେ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଅକ୍ଷୟ କୁମାର ଚଳିତ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ସେ ଆରୋଗ୍ୟ ହୋଇଛନ୍ତି।

ଅକ୍ଷୟ କୁମାର ଜଣେ ସଫଳ ଅଭିନେତା ସହିତ ବିଭିନ୍ନ ସଙ୍କଟ ସମୟରେ ସେ ଲୋକଙ୍କୁ ସହଯୋଗ କରିବାକୁ ଆଗେଇ ଆସନ୍ତି। ଗତ ବର୍ଷ ସେ ପିଏମ କେୟାର ଫଣ୍ଡକୁ ସେ ୨୫ କୋଟି ଟଙ୍କା ପ୍ରଦାନ କରିଥିଲେ। ସେହିପରି ମୁମ୍ବାଇ ପୁଲିସ ଫାଉଣ୍ଡେସନକୁ ୨ କୋଟି ଟଙ୍କା ଦାନ କରିଥିଲେ। ସେ ଅନେକ ସମୟରେ ଦାନର ପରିମାଣକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେହିପରି ଅକ୍ଷୟ କୁମାର ଆସାମର ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ କାଜିରଙ୍ଗା ଜାତୀୟ ଉଦ୍ୟାନ ପାଇଁ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ଲେଖାଏଁ ଦାନ କରିଥିଲେ।

୨୦୧୫ରେ ଅକ୍ଷୟ କୁମାର ଚେନ୍ନାଇରେ ବନ୍ୟା ମୁକାବିଲା ପାଇଁ ୧ କୋଟି ଟଙ୍କା ଦାନ କରିଥିଲେ। ସେହିଭଳି କେରଳର ବନ୍ୟା ପୀଡିତଙ୍କ ପାଇଁ ରିଲିଫ କାର୍ଯ୍ୟରେ ସେ ଆର୍ଥିକ ସହାୟତା କରିଥିଲେ। ୨୦୧୯ରେ 'ଫୋନି' ବେଳେ ଓଡ଼ିଶାରେ ବଡ଼ ଧରଣର କ୍ଷତି ହୋଇଥିଲା। ଏହା ପରେ ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଥିଲେ।

https://twitter.com/akshaykumar/status/1243867585294131201?s=20

Related story