କେଜ୍ରିୱାଲଙ୍କ ବଡ଼ ଘୋଷଣା: ସମସ୍ତ ୧୮+ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ମିଳିବ

ମୋଗା: ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ପଞ୍ଜାବର ମୋଗାରେ କେଜ୍ରିୱାଲ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହଜାରେ ଟଙ୍କିଆ ପ୍ୟାକେଜ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଆମ ଆଦମୀ ପାର୍ଟି(ଆପ୍) ପଞ୍ଜାବରେ କ୍ଷମତା ଆସିବ, ତା’ହେଲେ ଆମେ ରାଜ୍ୟରେ ଥିବା ସମସ୍ତ ୧୮+ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏ ଦେବୁ। ଯଦି କୌଣସି […]

Vote

Hemant Lenka
  • Published: Monday, 22 November 2021
  • , Updated: 22 November 2021, 04:21 PM IST

ମୋଗା: ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ପଞ୍ଜାବର ମୋଗାରେ କେଜ୍ରିୱାଲ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହଜାରେ ଟଙ୍କିଆ ପ୍ୟାକେଜ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଯଦି ଆମ ଆଦମୀ ପାର୍ଟି(ଆପ୍) ପଞ୍ଜାବରେ କ୍ଷମତା ଆସିବ, ତା’ହେଲେ ଆମେ ରାଜ୍ୟରେ ଥିବା ସମସ୍ତ ୧୮+ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏ ଦେବୁ। ଯଦି କୌଣସି ପରିବାରରେ ୩ ଜଣ ମହିଳା ଅଛନ୍ତି, ତା’ହେଲେ ବି ସେମାନଙ୍କୁ ଜଣଙ୍କ ପିଛା ୧ ହଜାର ଟଙ୍କାଏ ଲେଖାଏ ଦିଆଯିବ।

ଏହା ବିଶ୍ୱର ସବୁଠାରୁ ବଡ଼ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଭାବେ ପରିଚୟ ହାସଲ କରିବ। ଏହି ଯୋଜନା ମହିଳାଙ୍କୁ ଆର୍ଥିକ ସ୍ତରରେ ସ୍ୱାଧୀନ କରିବ। ସେମାନଙ୍କୁ ଆଉ ଟଙ୍କା ପାଇଁ ଘରର ପୁରୁଷ ଲୋକଙ୍କ ଆଗରେ ହାତ ପତେଇବାକୁ ପଡ଼ିବନି ବୋଲି କେଜ୍ରିୱାଲ କହିଛନ୍ତି।

ମୋଗାରେ ଆଜି କେଜ୍ରିୱାଲ ଆପର ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ନି ଆପର ନିର୍ବାଚନ କାର୍ଯ୍ୟକ୍ରମକୁ କପି କରୁଥିବାରୁ କେଜ୍ରିୱାଲ ଅଭିଯୋଗ କରିଛନ୍ତି। ଏଥିସହ ସେ ଚନ୍ନିଙ୍କୁ ‘ନକଲି କେଜ୍ରିୱାଲ’ ବୋଲି କହି କଟାକ୍ଷ କରିଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ଜଣେ ନକଲି କେଜ୍ରିୱାଲ ଆପଣମାନଙ୍କ ଚାରି ପାଖରେ ବୁଲୁଛନ୍ତି। ମୁଁ ପଞ୍ଜାବରେ ଯାହା ବି ପ୍ରତିଶ୍ରୁତି ଦେଉଛି, ସେ ୨ ଦିନ ପରେ ତା’କୁ କାର୍ଯ୍ୟକାରୀ କରୁବାକୁ ଉଦ୍ୟମ କରୁଛନ୍ତି। ସେ କୌଣସି କାମ କରନ୍ତି ନାହିଁ। ସେ ସଂପୂର୍ଣ୍ଣ ନକଲି। ଏଥିପ୍ରତି ସମସ୍ତେ ସବାଧାନ ରହିବା ଦରକାର।”

ବର୍ତ୍ତମାନ ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଆପ୍ ମୁଖ୍ୟ ବିରୋଧୀ ଦଳ ଭାବେ କାମ କରୁଛି। ରାଜ୍ୟରେ କ୍ଷମତା ଦଖଲ କରିବାକୁ ଆପ୍ ଏଥର ଜୋରଦାର ଉଦ୍ୟମ କରୁଛି। ଏଥିପାଇଁ କେଜ୍ରିୱାଲ ଘନଘନ ପଞ୍ଜାବର ବିଭିନ୍ନ ସ୍ଥାନକୁ ଯାଇ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗିଛନ୍ତି। କେବଳ ପଞ୍ଜାବ ନୁହେଁ, ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ଆପ୍ ଏଥର ଲଢ଼େଇ କରି କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଛି।

Related story