ମୁଁ ଏକୁଟିଆ ଯାଦବ, ମୋତେ ମନ୍ତ୍ରୀପଦ ମିଳୁ: ଚର୍ଚ୍ଚାରେ ସୋନିଆଙ୍କୁ ଚିଠି

ପାଟନା: ବିହାରରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ଆସିଛି। ମହାଗଠବନ୍ଧନ ଅଂଶ ହୋଇଥିବାରୁ ଏହା କ୍ଷମତାକୁ ଫେରିଛି। ନୀତୀଶ କୁମାରଙ୍କ ଜେଡିୟୁ ବିଜେପିଠାରୁ ସମ୍ପର୍କ ତୁଟାଇ ବିହାରରେ କଂଗ୍ରେସ ଓ ଆରଜେଡି ସମେତ ଅନ୍ୟ ବିରୋଧୀ ଦଳ ସହ ହାତମିଳାଇ ମହାମେଣ୍ଟ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଆରଜେଡିର ତେଜସ୍ୱୀ ଯାଦବ ଶପଥ ନେଇଥିବା ବେଳେ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ତେଣୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ […]

sonia

  • Published: Friday, 12 August 2022
  • , Updated: 12 August 2022, 07:44 PM IST

ପାଟନା: ବିହାରରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ଆସିଛି। ମହାଗଠବନ୍ଧନ ଅଂଶ ହୋଇଥିବାରୁ ଏହା କ୍ଷମତାକୁ ଫେରିଛି। ନୀତୀଶ କୁମାରଙ୍କ ଜେଡିୟୁ ବିଜେପିଠାରୁ ସମ୍ପର୍କ ତୁଟାଇ ବିହାରରେ କଂଗ୍ରେସ ଓ ଆରଜେଡି ସମେତ ଅନ୍ୟ ବିରୋଧୀ ଦଳ ସହ ହାତମିଳାଇ ମହାମେଣ୍ଟ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଆରଜେଡିର ତେଜସ୍ୱୀ ଯାଦବ ଶପଥ ନେଇଥିବା ବେଳେ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ତେଣୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ଲବି ମଧ୍ୟ ଆରମ୍ଭ ହୋଇଗଲାଣି।

ଆଉ ଏହାରି ଭିତରେ ଏକ ରୋଚକ ଖବର ଆସିଛି। ବିହାର କଂଗ୍ରେସର ବିଧାୟକ ଛତ୍ରପତି ଯାଦବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଦଳରୁ ସେ ହେଉଛନ୍ତି ଏକ ମାତ୍ର ଯାଦବ ବିଧାୟକ। ତେଣୁ ତାଙ୍କୁ ମନ୍ତ୍ରୀପଦ ମିଳିବା ଦରକାର।

ତାଙ୍କୁ ମନ୍ତ୍ରୀପଦ ମିଳିଲେ ରାଜ୍ୟରେ ଓବିସିମାନଙ୍କ ମଧ୍ୟରେ ଏକ ଶକ୍ତିଶାଳି ବାର୍ତ୍ତା ଯିବ। ବିଶେଷ କରି ଯାଦବଙ୍କ ପାଇଁ ଏହା ବେଶ ମହତ୍ୱ ରଖିବ ବୋଲି ସେ କହିଛନ୍ତି।  ଛତ୍ରପତି ଯାଦବ ଚିଠି ଲେଖି କ୍ୟାବିନେଟ ପାହ୍ୟା ଦାବି କରିଛନ୍ତି। ଛତ୍ରପତି କହିଛନ୍ତି ଯେ ତାଙ୍କ ସ୍ୱର୍ଗତ ବାପା ତିନି ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ  କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ବାମପନ୍ଥୀ ପକ୍ଷରୁ ୧୬ ଜଣ ମହାମେଣ୍ଟ ସରକାରକୁ ସମର୍ଥନ କରୁଥିବା ବେଳେ କଂଗ୍ରେସର ରହିଛନ୍ତି ୧୯ ଜଣ ବିଧାୟକ। କୁହାଯାଉଛି, ପୋର୍ଟଫୋଲିଓ ବଣ୍ଟନରେ କଂଗ୍ରେସକୁ ୪ଟି ମନ୍ତ୍ରୀପଦ ମିଳିପାରେ। ତେବେ ମନ୍ତ୍ରୀପଦକୁ ନେଇ ଆମର ହାଇ କମାଣ୍ଡ ନିଷତ୍ତି ନେବେ ବୋଲି ବିହାର ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି। ଏବେ କ୍ୟାବିନେଟରେ କେବଳ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ଅଛନ୍ତି।

Related story