ସିଦ୍ଧୁ ଓ କ୍ୟାପ୍ଟେନଙ୍କ କଳିକୁ ଥଣ୍ଡା କରିବ ଗରମ ଚା’! କାଲି ଦିନ ୧୦କୁ ଅପେକ୍ଷା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ସିଦ୍ଧୁ ଓ କ୍ୟାପ୍ଟେନ କଳିରେ ବିରାମ ଲଗାଇବ ଚା’ ପାର୍ଟି। ଆସନ୍ତାକାଲି ଦିନ ୧୦ଟାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଦଳର ସବୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କ ପାଇଁ ଚା’ ପାର୍ଟିର ଆୟୋଜନ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ଏଥିରେ ନବ ନିଯୁକ୍ତ ପଞ୍ଜାବ କଂଗ୍ରେସର ମୁଖିଆ ନବଜୋତ ସିଂହ ସିଦ୍ଧୁ ମଧ୍ୟ ଯୋଗଦେବେ। ଦୀର୍ଘ ବର୍ଷ ହେଲା ଚାଲିଥିବା ବିବାଦ ମଧ୍ୟରେ […]

sidhu

Hemant Lenka
  • Published: Thursday, 22 July 2021
  • , Updated: 22 July 2021, 08:32 PM IST

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ସିଦ୍ଧୁ ଓ କ୍ୟାପ୍ଟେନ କଳିରେ ବିରାମ ଲଗାଇବ ଚା’ ପାର୍ଟି। ଆସନ୍ତାକାଲି ଦିନ ୧୦ଟାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଦଳର ସବୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କ ପାଇଁ ଚା’ ପାର୍ଟିର ଆୟୋଜନ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ଏଥିରେ ନବ ନିଯୁକ୍ତ ପଞ୍ଜାବ କଂଗ୍ରେସର ମୁଖିଆ ନବଜୋତ ସିଂହ ସିଦ୍ଧୁ ମଧ୍ୟ ଯୋଗଦେବେ।

ଦୀର୍ଘ ବର୍ଷ ହେଲା ଚାଲିଥିବା ବିବାଦ ମଧ୍ୟରେ ଉଭୟ ପରସ୍ପରକୁ ପ୍ରଥମଥର ଭେଟିବାକୁ ଯାଉଛନ୍ତି। ସିଦ୍ଧୁ ଓ କ୍ୟାପ୍ଟେନଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ତୀବ୍ର ହେଉଥିବା ବେଳେ ଜୁଲାଇ ୧୮ରେ ସୋନିଆ ଗାନ୍ଧି ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ ସିଦ୍ଧୁଙ୍କୁ ନିଯୁକ୍ତି ଦେଇଥିଲେ। କାଲି ସେ ପଞ୍ଜାବ କଂଗ୍ରେସ ଭବନରେ ବିଧିବଦ୍ଧ ଭାବେ ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ମଧ୍ୟ କ୍ୟାପ୍ଟେନ ଯୋଗଦେବେ। କିନ୍ତୁ ଏହା ପୂର୍ବରୁ ସେ ଦଳର ସବୁ ନେତାଙ୍କ ପାଇଁ ଟି-ପାର୍ଟିର ଆୟୋଜନ କରୁଛନ୍ତି।

ସିଦ୍ଧୁ ମଧ୍ୟ ଏହି ଚା’ ପାର୍ଟିର ଆୟୋଜନ ପୂର୍ବରୁ ଚିଠି ଲେଖି କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ କାର୍ଯ୍ୟଭାର ସମ୍ଭାଳିବା କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁରୋଧ କରିଥିଲେ।

ସେ ଚିଠିରେ ସୋନିଆ ଗାନ୍ଧି କରିଥିବା ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ ଲେଖିଥିଲେ ଯେ “ମୋର କୌଣସି ନିଜସ୍ୱ ଏଜେଣ୍ଡା ନାହିଁ। ମୋର କେବଳ ଜନସମର୍ଥନ ଏଜେଣ୍ଡା ରହିଛି। ତେଣୁ ପଞ୍ଜାବ କଂଗ୍ରେସ ପରିବାରର ବଡ଼ ହିସାବରେ ମୁଁ ଆପଣଙ୍କୁ ଆସିବା ପାଇଁ ଅନୁରୋଧ କରୁଛି। ଆପଣ ଏହି ନିମନ୍ତ୍ରଣକୁ ଗ୍ରହଣ କରି ଆସିବେ ଓ ପିସିସିର ନୂଆ ଟିମ୍‌କୁ ଆଶୀର୍ବାଦ ଦେବେ।”


ଏହି ଚିଠିର କିଛି ଘଣ୍ଟା ପରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ରବୀନ ଥୁକରାଲ ଟ୍ୱିଟ କରି କହିଛନ୍ତି ଯେ “ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନଙ୍କ ପାଇଁ କାଲି ଦିନ ୧୦ଟାରେ ଗୋଟିଏ ଚା’ ପାର୍ଟିର ଆୟୋଜନ କରୁଛନ୍ତି। ପଞ୍ଜାବ ଭବନରେ ଏହା ଅନୁଷ୍ଠିତ ହେବ। ଏହାପରେ ସମସ୍ତେ ପଞ୍ଜାବ କଂଗ୍ରେସ ଭବନ ଯିବେ। ଏଠାରେ ନୂଆ ପିସିସି ଟିମ୍‌ କାର୍ଯ୍ୟଭାର ଗ୍ରହଣ କରିବେ।”

ପଞ୍ଜାବ ପାଇଁ ନିଯୁକ୍ତ ହୋଇଥିବା ୪ ଜଣ ନୂଆ କାର୍ଯ୍ୟକାରୀ ସଭାପତିଙ୍କ ମଧ୍ୟରୁ କ୍ୟାପ୍ଟେନ ୨ ଜଣଙ୍କୁ ଭେଟିଛନ୍ତି। ଏହାର ଫଟୋକୁ ମଧ୍ୟ ଥୁକରାଲ ଟ୍ୱିଟ କରିଛନ୍ତି।

ଜୁଲାଇ ୧୮ରେ ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତି ମିଳିଥିଲା। ଏହା ସହିତ ୪ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ସଙ୍ଗତ ସିଂହ ଗିଲାଜିଆନ୍, ସୁଖବିନ୍ଦର ସିଂହ ଡାନି, ପବନ ଗୋୟଲ ଏବଂ କୁଲଜିତ ସିଂହ ନାଗ୍ରା।

Related story