ଏଥର ବି ବନ୍ଦ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ସ୍ଥିତିକୁ ଅନୁଧ୍ୟାନ କରି ଜମ୍ମୁ-କଶ୍ମୀର ପ୍ରଶାସନ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ବନ୍ଧରେ ସୋମବାର ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ବର୍ତ୍ତମାନ କରୋନା ଭାଇରସ୍ ଭଳି ମହାମାରୀ ସମୟରେ ଜୀବନ ବଞ୍ଚାଇବା ଜରୁରୀ। ଏଥିପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରା […]

amarnath-yatra

amarnath-yatra

Ranjit Kumar Jena
  • Published: Monday, 21 June 2021
  • Updated: 21 June 2021, 05:41 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ସ୍ଥିତିକୁ ଅନୁଧ୍ୟାନ କରି ଜମ୍ମୁ-କଶ୍ମୀର ପ୍ରଶାସନ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ବନ୍ଧରେ ସୋମବାର ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି।

ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ବର୍ତ୍ତମାନ କରୋନା ଭାଇରସ୍ ଭଳି ମହାମାରୀ ସମୟରେ ଜୀବନ ବଞ୍ଚାଇବା ଜରୁରୀ। ଏଥିପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରା ହେବ ନାହିଁ। ହେଲେ ସେ କହିଛନ୍ତି ଯେ ସାଙ୍କେତିକ ପୂଜା ହେବ। ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ଓ ସନ୍ଧ୍ୟାରେ ଅନଲାଇନ୍ ଆଳତୀର ବନ୍ଦୋବସ୍ଥ କରାଯିବ।

ସୂଚନାଯୋଗ୍ୟ, ହିମାଳୟର ଶିଖରରେ ୩୮୮୦ ମିଟର୍ ଉଚ୍ଚତାରେ ଥିବା ଭଗବାନ ଶିବଙ୍କ ଗୁମ୍ଫା ମନ୍ଦିର ପାଇଁ ୫୬ ଦିନିଆ ଯାତ୍ରା ଜୁନ୍ ୨୮ ତାରିଖରୁ ପହଲଗାମ ଓ ବାଲଟାଲ ମାର୍ଗରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ଶେଷ ହୋଇଥାନ୍ତା। କିନ୍ତୁ ଏବେ ଏହି ଯାତ୍ରାକୁ ଚଳିତ ବର୍ଷ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅମରନାଥ ଯାତ୍ରା ପାଇଁ ଏପ୍ରିଲ୍ ୧ ତାରିଖରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଥିଲା। ହେଲେ କରୋନା ଦ୍ୱିତୀୟ ଲହର ବଢ଼ୁଥିବାର ଦେଖି ଏପ୍ରିଲ୍‌ ୨୨ ତାରିଖରେ ଏହାକୁ ରୋକି ଦିଆଯାଇଥିଲା।

ଏହା ପୂର୍ବରୁ ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର କହିଥିଲେ ଯେ ସରକାର ଶୀଘ୍ର ବାର୍ଷିକ ଅମରନାଥ ତୀର୍ଥଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି ନେବେ। ହେଲେ ସରକାର ଲୋକଙ୍କ ଜୀବନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ଗତ ବର୍ଷ ମଧ୍ୟ କରୋନା ଭାଇରସ୍ ଯୋଗୁ ଅମରନାଥ ଯାତ୍ରା ବାତିଲ୍ କରିଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos