ନାଗାଲାଣ୍ଡ ହିଂସା: ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ନାଗାଲାଣ୍ଡରେ ହିଂସାକୁ ନେଇ ଆଜି ସଂସଦରେ ତାତି ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରିଥିଲେ। ତେବେ ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ବୟାନ ରଖିଥିଲେ।  ନାଗାଲାଣ୍ଡରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୧୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ନେଇ କେନ୍ଦ୍ର ସରକାର ଗଭୀର ଦୁଃଖିତ ବୋଲି ଅମିତ ଶାହ କହିଛନ୍ତି । ଏହି ପ୍ରସଙ୍ଗରେ ବରିଷ୍ଟ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ଏହି ଘଟଣାରେ ଏସଆଇଟି ତଦନ୍ତ ପାଇଁ […]

amit saha

Tapas Behera
  • Published: Monday, 06 December 2021
  • , Updated: 06 December 2021, 04:03 PM IST

ନୂଆଦିଲ୍ଲୀ: ନାଗାଲାଣ୍ଡରେ ହିଂସାକୁ ନେଇ ଆଜି ସଂସଦରେ ତାତି ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରିଥିଲେ। ତେବେ ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ବୟାନ ରଖିଥିଲେ।  ନାଗାଲାଣ୍ଡରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୧୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ନେଇ କେନ୍ଦ୍ର ସରକାର ଗଭୀର ଦୁଃଖିତ ବୋଲି ଅମିତ ଶାହ କହିଛନ୍ତି । ଏହି ପ୍ରସଙ୍ଗରେ ବରିଷ୍ଟ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ଏହି ଘଟଣାରେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୩୦ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ତେବେ ଏଭଳି ନାରକୀୟ ଘଟଣାର ଯେମିତି ପୁନରାବୃତି ନହୁଏ ଏଥିପ୍ରତି ପ୍ରତି ସୁବୁ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଥିବା ଅମିତ୍ ଶାହ କହିଛନ୍ତି। ଆଜି ନାଗାଳାଣ୍ଡ ହିଂସା ଘଟଣାରେ  ତଦନ୍ତ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବିରୋଧୀ ଦାବି କରିଥିଲେ।

ପୀଡ଼ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବରକୁ ବିରୋଧୀ ଦଳ ଦାବି କରିଛନ୍ତି। ଘଟଣାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ମଲ୍ଲାକୁର୍ଜୁନ ଖାଡ଼ଗେ ରାଜ୍ୟ ସଭାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ଫଳରେ ସଦସ୍ୟମାନଙ୍କୁ ଶାନ୍ତି ବଜାୟ ପାଇଁ ଅନୁରୋଧ କରିବା ସହ ଗୃହକୁ  ରାଜ୍ୟସଭା ଅଧ୍ୟକ୍ଷ ମୁଲତବୀ ରଖିଥିଲେ।  ସୂଚନା ଅନୁଯାୟୀ, ନାଗାଲାଣ୍ଡର ମୋନ୍‌ ଜିଲ୍ଲାରେ  ଶନିବାର ରାତିରେ ଭାରତୀୟ ସେନାର ଉଗ୍ରବାଦ-ବିରୋଧୀ ଅପରେସନ ବେଳେ ସଂପୃକ୍ତ ଅଞ୍ଚଳରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇ ହୋଇଥିଳେ ।

ଆସାମ ରାଇଫଲ ସେନାର ଗୁଳିମାଡ଼ରେ ୧୪ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ସଂପୃକ୍ତ ଅଞ୍ଚଳର ଲୋକେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ସୁରକ୍ଷା ଯବାନ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀ ଭାବି ସେନା ପକ୍ଷରୁ ଗୁଳି ଚଳାଯାଇଥିଲା। ଏଥିରେ ସେନା ଦୁଃଖ ପ୍ରକାଶ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଛି। ଶନିବାର ରାତିରେ ଭାରତ-ମ୍ୟାନମାର୍ ସୀମାରେ ଉଗ୍ରପନ୍ଥୀ କାର୍ଯ୍ୟକଳାପ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଲାଗି ଯୋଜନା କରାଯାଇଥିଲା। ସୁରକ୍ଷା ବାହିନୀ ଓଟିଂ ଗାଁ ନିକଟରେ ଛପି ରହିଥିଲେ। ଉଗ୍ରବାଦୀଙ୍କ ଗାଡ଼ି ଭାବି ସେମାନେ ଟିରୁ-ଓଟିଂ ରାସ୍ତାରେ ଆସୁଥିବା ଏକ ଟ୍ରକ୍ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଏହି ଗାଡ଼ିରେ ଗ୍ରାମବାସୀମାନେ ଆସୁଥିଲେ।

Related story