ଜମ୍ମୁ: ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ୪ ଜଣ ପୁଲିସ କର୍ମଚାରୀଙ୍କ ପରିବାର ଲୋକେ ଚାକିରି ପାଇଛନ୍ତି। ଦୁଇ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ନୁଯୁକ୍ତି ପ୍ରତ୍ର ପ୍ରଦାନ କରିଛନ୍ତି। ଏହି ପରିବାରର ପୁଲିସ ଅଫିସରମାନେ ନିକଟରେ ବିଭିନ୍ନ ସମୟରେ ହୋଇଥିବା ଆତଙ୍କବାଦୀ ଗୁଳିରେ ସହିଦ ହୋଇଥିଲେ। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁକମ୍ପା ସହାୟତା ସୂରୁପ ପୂଜାଦେବୀଙ୍କୁ ଜମ୍ମୁ ଜିଲ୍ଲାରେ ପଞ୍ଚାୟତ ସଚିବ, ଶିଳ୍ପ ଏବଂ ବାଣିଜ୍ୟ ବିଭାଗରେ ଇଫ୍ରା ୟାକୁବଙ୍କୁ ଚୌକିଦାର, ଆବିଦ ବାସିର ଏବଂ ମୋସିନ୍ ମୁସ୍ତାଖାଙ୍କୁ ଜମ୍ମୁ କାଶ୍ମୀର ପୁଲିସ ବିଭାଗରେ ନିଯୁକ୍ତି ମିଳିଛି।
କୁଲଗ୍ରାମ ସାଫୋରା ପରିୱାନରେ ପୁଜା ଦେବୀଙ୍କ ସ୍ୱାମୀ ରୋହିତ କୁମାର ନିହତ ହୋଇଥିଲେ। ସେହିପରି ଇଫ୍ରା ୟାକୁବ ହେଉଛନ୍ତି ମହମ୍ମଦ ୟାକୁବ ଶାହାଙ୍କ ପୁଅ। ପୁଲୱାମାର ପାପମ୍ପୋର ନିକଟରେ ଆଙ୍କବାଦୀଙ୍କ ଗୁଳିରେ ମହମ୍ମଦ ୟାକୁବ ଟଳିପଡ଼ିଥିଲେ। ସେହିପରି ସହିଦ ବାସିର ଅହମ୍ମଦ ସେଖଙ୍କ ପୁଅ ଆବିଦ୍ ବାସିର ହୋଇଥିବା ବେଳେ ମୁସ୍ତାକ ଅହମ୍ମଦଙ୍କ ପୁଅ ହେଉଛନ୍ତି ମୋହସିନ୍ ମୁସ୍ତାକ।
ଏହି ଅବସରରେ ଅମିତ ଶାହ ସହିଦମାନଙ୍କ ବଳିଦାନକୁ ପ୍ରଶଂସା କରିଥିଲେ । ଏହି ସୁରକ୍ଷାକର୍ମୀମାନଙ୍କକୁ ନେଇ ଦେଶ ଗର୍ବ ଅନୁଭବ କରୁଛି ବୋଲି ଶାହ କହିଛନ୍ତି। ଜମ୍ମୁ ଶଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ମନ୍ତ୍ରୀ ଡ.ଜିତେନ୍ଦ୍ର ସିଂହ ଏବଂ ଜମ୍ମୁ କଶ୍ମୀରର ଡିଜିପି ଉପସ୍ଥିତ ଥିଲେ। ଆଜି ଅମିତ ଶାହ ସିଆରପିଏଫ ରାଇଜିଂ ଡେ ଅବସରରେ ଉଦୋବୋଧନ ଦେବେ । ପ୍ରଥମ ଥର ପାଇଁ ରାଜଧରନୀ ଦିଲ୍ଲୀ ବାହାରେ ସିଆରପିଏଫ ପକ୍ଷରୁ ରାଇଜିଂ ଡେ ପାଳନ କରାଯାଉଛି। ଏହା ପରେ ଅମିତ ଶାହ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକରେ ଯୋଗ ଦେବେ।