ବୁଲେଟ୍‌ ପ୍ରୁଫ୍ ସିଲଡ୍‌ ବାହାର କର, ମୁଁ ସିଧାସଳଖ ଜନତାଙ୍କ ସହ ଆଲୋଚନା କରିବି : ଅମିତ୍ ଶାହ

ଜମ୍ମୁ: ଜମ୍ମୁ କଶ୍ମୀରିରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ୩ ଦିନିଆ ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଶ୍ମୀର ଉପତ୍ୟାକାରେ ଆତଙ୍କବାଦୀ କାର୍ଯ୍ୟକଳାପ ସକ୍ରିୟ ଥିବାରୁ ଅମିତ ଶାହଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି କରାଯାଇଥିଲା। ଗୃହମନ୍ତ୍ରୀ ସେର ଇ କଶ୍ମୀର ଇଣ୍ଟରନ୍ୟାସପାଲ  କନଭେନ୍‌ସନ୍‌ରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ। ତେବେ ସେଠାରେ ସୁରକ୍ଷା ଦୃଷ୍ଟିରୁ ପୋଡ଼ିୟମ ଚାରିପଟେ ବୁଲେଟ୍‌ ପ୍ରୁଫ ସିଲଡ୍‌ […]

amit-

Tapas Behera
  • Published: Monday, 25 October 2021
  • , Updated: 25 October 2021, 05:40 PM IST

ଜମ୍ମୁ: ଜମ୍ମୁ କଶ୍ମୀରିରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ୩ ଦିନିଆ ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଶ୍ମୀର ଉପତ୍ୟାକାରେ ଆତଙ୍କବାଦୀ କାର୍ଯ୍ୟକଳାପ ସକ୍ରିୟ ଥିବାରୁ ଅମିତ ଶାହଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି କରାଯାଇଥିଲା। ଗୃହମନ୍ତ୍ରୀ ସେର ଇ କଶ୍ମୀର ଇଣ୍ଟରନ୍ୟାସପାଲ  କନଭେନ୍‌ସନ୍‌ରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ। ତେବେ ସେଠାରେ ସୁରକ୍ଷା ଦୃଷ୍ଟିରୁ ପୋଡ଼ିୟମ ଚାରିପଟେ ବୁଲେଟ୍‌ ପ୍ରୁଫ ସିଲଡ୍‌ ଆବଦ୍ଧ କରାଯାଇଥିଲା। କିନ୍ତୁ ଅମିତ ଶାହ ଏହି ବୁଲେଟ୍ ପ୍ରୁଫ୍ ସିଲଡ୍‌କୁ  ହଟେଇ ଦେବା ପାଇଁ କହିଥିଲେ। ଶାହ କହିଥିଲେ ଯେ ମୁଁ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବାକୁ ଚହୁଁଛି। ତେଣୁ  ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ନାହିଁ।

ବୁଲେଟ୍ ପ୍ରୁଫ୍ ସିଲଡ୍‌କୁ  ବାହାର କରିଦିଆଯାଉ ବୋଲି ସେ କହିଥିଲେ। ଶାହ କହିଥିଲେ ଯେ, ପାକିସ୍ତାସନ ସହ କଥା ହେବାକୁ ମୋତେ ଫାରୁକ ଅବଦୁଲ୍ଲା ପ୍ରସ୍ତାବ ଦେଇଥଲେ। ହେଲେ ମୁଁ ଏଠିକାର ଯୁବପିଢିଙ୍କ ସହ ଆଲୋଚନା କରିବାକୁ ଆସିଛି ବୋଲି ସେ କହିଛନ୍ତି । ଗତକାଲି ଅମିତ ଶହା କହିଥିଲେ ଯେ, ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଥିବା  ବିକାଶର ଯୁଗକୁ କେହି ଅଟକାଇ ପାରିବେ ନାହିଁ। ଏହା ହେଉଛି  ମନ୍ଦିରର ଭୂମି, ମାତା ବୈଷ୍ନୋଦେବୀ ଏବଂ ପ୍ରେମନାଥ ଡୋଗ୍ରାଙ୍କର ଭୂମି । ଏହି ମାଟି ପାଇଁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଅବିସ୍ମରଣୀୟ।  ଜମ୍ମୁ କଶ୍ମୀରରେ ଶାନ୍ତି ସଫଳ ହେବ ବୋଲି ସେ କହିଛନ୍ତି। ଜମ୍ମୁ ଲୋକଙ୍କ ପ୍ରତି ଅନ୍ୟାୟର ସମୟ ସମାପ୍ତ ହୋଇଛି। ବର୍ତ୍ତମାନ କେହି ଆପଣଙ୍କ ପ୍ରତି ଅନ୍ୟାୟ କରିପାରିବେ ନାହିଁ। କିଛି ଲୋକ ଏଠିକାର ବିକାଶର ଯୁଗକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି।  କିନ୍ତୁ ମୁଁ ଆପଣଙ୍କୁ  ଆଶ୍ୱସନା ଦେଉଛି ଯେ, ଏଠି  କେହି ବିକାଶ ଯୁଗକୁ ଅଟକେଇ ପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ଧାରା ୩୭୦ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ବାଲ୍ମିକୀ  ସମାଜ ଏବଂ ପଶ୍ଚିମ ପାକିସ୍ଥାନ ଶରଣାର୍ଥୀଙ୍କ ପ୍ରତି ଭେଦଭାବ ସମାପ୍ତ ହୋଇଛି।

ସେ କହିଛନ୍ତି ଯେ ୟୁନିୟନ ଅଞ୍ଚଳରେ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗ ହୋଇସାରିଛି।  ୨୦୨୨ ଶେଷ ସୁଦ୍ଧା ସରକାର ମୋଟ ୫୧,୦୦୦ କୋଟି ଟଙ୍କା ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି ପୂର୍ବରୁ କେବଳ ସାତୋଟି ମେଡିକାଲ କଲେଜ ଥିଲା। ଆମ ସରକାରଙ୍କ ସୟମରେ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ଯଦି ଯୁବକମାନେ ଜମ୍ମୁ କାଶ୍ମୀରର ବିକାଶରେ ଯୋଗ ଦିଅନ୍ତି, ତେବେ ଆତଙ୍କବାଦୀମାନେ ସେମାନଙ୍କର ଲକ୍ଷ ବିଫଳ ହେବ ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀରେ ସାଧାରଣ ଲୋକଙ୍କର ଯେମିତି ମୃତ୍ୟୁ ନଘଟେ ଏବଂ ଆତଙ୍କବାଦର ବିନାଶ ପାଇଁ ସରକାର ଲକ୍ଷ ରଖିଛନ୍ତି ବୋଲି ସେ କହିଥିଲେ।

Related story