ବାରମ୍ବାର କାର ଚଢ଼ାଇ କର୍ପୋରେଟରଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା, ଦେଖନ୍ତୁ ଭିଡିଓ

ପୂର୍ବ ଗୋଦାବରୀ: ଛାତି ଥରାଇ ଦେବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର କାକିନାଡାରେ ଜଣେ ୱାଇଏସଆରସିପି କର୍ପୋରେଟରଙ୍କୁ ବାରମ୍ବାର କାର ଚଢ଼ାଇ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରାଯାଇଛି। ମୃତ କର୍ପୋରେଟରଙ୍କ ନାଁ କାମପରା ରେମଶ। କାକିନାଡା ଡିଏସପି ଭୀମରାଓ କହିଛନ୍ତି, ରାତି ପ୍ରାୟ ୨.୩୦ରେ ରମେଶଙ୍କୁ ଗୋଟିଏ କାର୍‌ ମରାମତି ଦୋକାନ ପାଖରେ ହତ୍ୟା କରାଯାଇଛି। ଥରେ କି ଦୁଇ ଥର ନୁହେଁ, ୩ ଥର ତାଙ୍କୁ ରାସ୍ତାରେ ପକାଇ କାର୍‌ […]

AP

Hemant Lenka
  • Published: Friday, 12 February 2021
  • , Updated: 12 February 2021, 08:22 PM IST

ପୂର୍ବ ଗୋଦାବରୀ: ଛାତି ଥରାଇ ଦେବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର କାକିନାଡାରେ ଜଣେ ୱାଇଏସଆରସିପି କର୍ପୋରେଟରଙ୍କୁ ବାରମ୍ବାର କାର ଚଢ଼ାଇ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରାଯାଇଛି। ମୃତ କର୍ପୋରେଟରଙ୍କ ନାଁ କାମପରା ରେମଶ।

କାକିନାଡା ଡିଏସପି ଭୀମରାଓ କହିଛନ୍ତି, ରାତି ପ୍ରାୟ ୨.୩୦ରେ ରମେଶଙ୍କୁ ଗୋଟିଏ କାର୍‌ ମରାମତି ଦୋକାନ ପାଖରେ ହତ୍ୟା କରାଯାଇଛି। ଥରେ କି ଦୁଇ ଥର ନୁହେଁ, ୩ ଥର ତାଙ୍କୁ ରାସ୍ତାରେ ପକାଇ କାର୍‌ ଚଢ଼ା ଯାଇଛି। ସିସିଟିଭିରେ ସବୁ ଦୃଶ୍ୟ ରହିଛି। ଘଟଣା ପୂର୍ବରୁ କାର୍‌ ମରାମତି ଦୋକାନରେ ରମେଶ ତାଙ୍କର କିଛି ସାଙ୍ଗ ମାନଙ୍କ ସହ ମଦ ପିଇଥିଲେ।

ମଦ ପିଇ ସାରିବା ପରେ ସମସ୍ତେ ସେଠାରୁ ବାହାରୁଥିବା ବେଳେ ହଠାତ୍‌ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ରମେଶଙ୍କ ସହ ଦୁଇ ଜଣ ପାଟିତୁଣ୍ଡ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଆଉ ୩ ଜଣ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଦୁଇ ଜଣ ଯୁବକ କାର୍‌ରେ ବସି ଏହାକୁ ଚଳାଇବାକୁ ଉଦ୍ୟମ କରିବା ବେଳେ ରମେଶ ଏହାର ଆଗକୁ ଚାଲି ଆସିଥିଲେ।

ଅନ୍ୟମାନେ ରମେଶଙ୍କୁ କାର୍‌ ଆଗରୁ ହଟିବାକୁ ବୁଝାଇ ଥିଲେ ହେଁ ସେ କିଛି ବୁଝି ନଥିଲେ। ଶେଷରେ କାର୍‌ରେ ବସିଥିବା ଦୁଇ ଯୁବକ ରମେଶଙ୍କ ଉପରେ ଗାଡ଼ି ଚଢ଼ାଇ ଆଗକୁ ବାହାରି ଥିଲେ। କାର୍‌ରେ ମାଡ଼ ହେବା ପରେ ରମେଶ ରାସ୍ତାରେ ଟଳି ପଡ଼ିଥିଲେ। ହେଲେ କାର୍‌ ଚାଳକ ୩ ଥର ତାଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ସେଠାରୁ ଫେରାର ହୋଇ ଯାଇଥିଲେ।

ଭିଡିଓ ସୌଜନ୍ୟ: MirrorNow

Related story