ଜୋମାଟୋ ଡେଲିଭରି ବୟରୁ ସଫ୍ଟଓ୍ୱେର ଇଂଜିନିୟର, ବଦଳିଗଲା ଶେଖ୍‌ ଅବଦୁଲଙ୍କ ଭାଗ୍ୟ

ହାଇଦ୍ରାବାଦ: ଦିନେ ଘର ଘର ବୁଲି ଫୁଡ ଡେଲିଭରି ଦେଉଥିଲେ। ସ୍ୱିଗୀ, ଜମାଟୋ ଭଳି କମ୍ପାନୀର ଡେଲିଭରି ବୟ ସାଜି ସଂଘର୍ଷ କରୁଥିଲେ। ଦିନରେ ପାଠ ପଢା ଆଉ ରାତିରେ ଡେଲିଭରି ବୟ ଭାବରେ କାମ କରୁଥିଲେ। ଆଉ ଏବେ ତାଙ୍କ କଠିନ ପରିଶ୍ରମର ଫଳ ପାଇଲେ। ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ଯୁବକ ଶେଖ ଅବଦୁଲ ସାଥାର ନାମକ ଯୁବକ ଏବେ ଚର୍ଚ୍ଚାରେ। ନିଜ ସଂଘର୍ଷପୂର୍ଣ୍ଣ ଜିବନ ବିଷୟରେ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଏହା […]

abdul

Tapas Behera
  • Published: Sunday, 29 May 2022
  • , Updated: 29 May 2022, 05:23 PM IST

ହାଇଦ୍ରାବାଦ: ଦିନେ ଘର ଘର ବୁଲି ଫୁଡ ଡେଲିଭରି ଦେଉଥିଲେ। ସ୍ୱିଗୀ, ଜମାଟୋ ଭଳି କମ୍ପାନୀର ଡେଲିଭରି ବୟ ସାଜି ସଂଘର୍ଷ କରୁଥିଲେ। ଦିନରେ ପାଠ ପଢା ଆଉ ରାତିରେ ଡେଲିଭରି ବୟ ଭାବରେ କାମ କରୁଥିଲେ। ଆଉ ଏବେ ତାଙ୍କ କଠିନ ପରିଶ୍ରମର ଫଳ ପାଇଲେ। ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ଯୁବକ ଶେଖ ଅବଦୁଲ ସାଥାର ନାମକ ଯୁବକ ଏବେ ଚର୍ଚ୍ଚାରେ। ନିଜ ସଂଘର୍ଷପୂର୍ଣ୍ଣ ଜିବନ ବିଷୟରେ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି।

ଯଦିଓ ସେ ଡେଲିଭରି ବୟ ଥିଲେ ତା ଭିତରେ ବି ନିଜ ସ୍ୱପ୍ନକୁ ସାକାର ରୂପ ଦେବାକୁ ଲକ୍ଷ୍ୟ ରଖିଥିଲେ। ପାଠ ପଢା ସମୟରେ ନିଜ ଖର୍ଚ୍ଚ ବହନ କରିବା ସହିତ କିପରି ପରିବାରକୁ ଆର୍ଥିକ ସାହାଯ୍ୟ କରି ହେବ ସେନେଇ ସ୍ୱପ୍ନ ଦେଖୁଥିଲେ। କାହିଁକି ନା ତାଙ୍କ ବାପା ଜଣେ ଠିକା ଶ୍ରମିକ। ପ୍ରଥମରୁ ବେଶ ଲାଜକୁଳା ସ୍ୱଭାବର ଥିବା ଅବଦୁଲ ଡେଲିଭରି ବୟରୁ ବହୁତ କିଛି ଶିକ୍ଷା ଲାଭ କରିଥିବା କହିଛନ୍ତି। ଏହାରି ଭିତରେ ତାଙ୍କର ଜଣେ ବନ୍ଧୁଙ୍କ ଉପଦେଶ ପାଇ ସଫ୍ଟଓ୍ୱେର କୋଡିଙ୍ଗ କୋର୍ସ କଲେ। ସକାଳ ସମୟରେ ପାଠପଢା ଆଉ ସଂଧ୍ୟା ୬ରୁ ରାତି ୧୨ଟା ଯାଏ ଡେଲିଭରି ବୟ ଭାବରେ କାମ କରନ୍ତି।

ଏଥିରୁ ଯାହା ମିଳେ ସେଥିରେ ନିଜ ପକେଟ ମନି ସହିତ ଘରକୁ କିଛିଟା ସାହାଯ୍ୟ କରନ୍ତି। ତେବେ ଏହି ସଫ୍ଟଓ୍ୱେର କୋଡିଙ୍ଗ ତାଙ୍କୁ ଅନେକ ବାଟ ନେଇଗଲା। ନିଜର ଓ୍ୱେବ ଆପ୍ଲିକେଶନ ସହ କିଛି ପ୍ରୋଜେକ୍ଟ ହାତକୁ ନେଲେ। ଏହାପରେ କମ୍ପାନୀରୁ ଆସିଲା ଅଫର। ଏବେ ସେ ଏକ ଘରୋଇ କମ୍ପାନୀରେ ସଫ୍ଟୱେର ଇଂଜିନିୟର ଭାବରେ କାର୍ଯ୍ୟରତ ଅଛନ୍ତି । ନିଜ ଲିଙ୍କଡ ଇନ ପ୍ରୋଫାଇଲରେ ସେ ଏହା ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଚାରିଆଡୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।

Related story