ବୋର୍ଡ ପରୀକ୍ଷା ବେଳେ ଖସି ପଡିଲା ଫ୍ୟାନ୍‌, ଛାତ୍ର ଗୁରୁତର

ହାଇଦ୍ରାବାଦ: ଦଶମ ବୋର୍ଡ ପରୀକ୍ଷା ବେଳେ ଅଘଟଣ। ପରୀକ୍ଷା ହଲ୍‌ ଭିତରେ ହଠାତ୍‌ ଖସି ପଡିଲା ଫ୍ୟାନ୍‌।  ଏଥିରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାରେ ଥିବା ଏକ ଘରୋଇ ସ୍କୁଲରେ ଏଭଳି ଦୁର୍ଘଟଣା ଘଟିଛି। ଗୁରୁତର ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେ ପୁଣି ଥରେ ଆସି ହଲ୍‌ରେ ପରୀକ୍ଷା ଦେଇଛନ୍ତି। ସ୍କୁଲ ପ୍ରିନ୍ସିପାଲଙ୍କ କହିବା ମୁତାବକ, ଦୁର୍ଘଟଣାର ୨ ଦିନ ପୂର୍ବରୁ ହିଁ ସବୁ ଶ୍ରେଣୀ କକ୍ଷର […]

fan crashes during exam

Madhupriya Mistry
  • Published: Tuesday, 03 May 2022
  • , Updated: 03 May 2022, 01:52 PM IST

ହାଇଦ୍ରାବାଦ: ଦଶମ ବୋର୍ଡ ପରୀକ୍ଷା ବେଳେ ଅଘଟଣ। ପରୀକ୍ଷା ହଲ୍‌ ଭିତରେ ହଠାତ୍‌ ଖସି ପଡିଲା ଫ୍ୟାନ୍‌।  ଏଥିରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାରେ ଥିବା ଏକ ଘରୋଇ ସ୍କୁଲରେ ଏଭଳି ଦୁର୍ଘଟଣା ଘଟିଛି। ଗୁରୁତର ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେ ପୁଣି ଥରେ ଆସି ହଲ୍‌ରେ ପରୀକ୍ଷା ଦେଇଛନ୍ତି।

ସ୍କୁଲ ପ୍ରିନ୍ସିପାଲଙ୍କ କହିବା ମୁତାବକ, ଦୁର୍ଘଟଣାର ୨ ଦିନ ପୂର୍ବରୁ ହିଁ ସବୁ ଶ୍ରେଣୀ କକ୍ଷର ମରାମତି କାର୍ଯ୍ୟ ହୋଇଥିଲା। ପୁଣିଥରେ ସବୁ ମେଣ୍ଟେନାନ୍ସ କାମ କରାଯିବା ସହ ଯାଞ୍ଚ କାର୍ଯ୍ୟ କରାଯିବ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ ଯେ, ଏପ୍ରିଲ ୨୮ ତାରିଖରେ ମଧ୍ୟ ଏପରି ଏକ ଦୁର୍ଘଟଣା ଘଟିଥିଲା। କର୍ଣ୍ଣୁଲରେ ଥିବା ଏକ ଅପର ପ୍ରାଇମେରୀ ଉର୍ଦ୍ଦୁ ସ୍କୁଲରେ ଏକ ଶ୍ରେଣୀ କକ୍ଷରେ ଫ୍ୟାନ ଛିଡିଯିବାରୁ ଦୁଇ ଜଣ ଛାତ୍ର ଆହତ ହୋଇଥିଲେ।

ସ୍କୁଲରେ ଏପରି ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ବିରୋଧ କରିଛନ୍ତି ବିରୋଧୀ। ବିଦ୍ୟାଳୟରେ ଖରାପ ଭିତ୍ତିଭୂମି ପାଇଁ ସେ ଜଗନମୋହନଙ୍କୁ ଦାୟୀ କରିଛନ୍ତି।

Related story