ଦୁଇଟି ଭିନ୍ନ ଭିନ୍ନ ଟିକା ନେଲେ ଜର୍ମାନୀ ଚାନସେଲର

ବର୍ଲିନ୍: କୋଭିଡ୍ ଭ୍ୟାକସିନର ଦୁଇଟି ଡୋଜ ଅଲଗା ଅଲଗା ନେଲେ ଶରୀର ପାଇଁ କେତେ ଲାଭ ଓ କ୍ଷତିକାରକ ସେ ନେଇ ଗବେଷକ ଗବେଷଣା କରୁଛନ୍ତି। ଏହାରି ଭିତରେ ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲ ଦୁଇଟି ଭିନ୍ନ ଭିନ୍ନ ଟିକା ନେଇଛନ୍ତି। ପ୍ରଥମଟି ଆଷ୍ଟ୍ରେଜେନିକା ଟିକା ହୋଇଥିବା ବେଳେ ଦ୍ୱିତୀୟଟି ମୋର୍ଡେର୍ଣ୍ଣା ଟିକା ନେଇଛନ୍ତି। ମୋର୍କେଲଙ୍କ ଅଫିସ ତରଫରୁ ଏହି ସୂଚନା ମିଳିଛି। ମୋର୍କେଲଙ୍କ ମୁଖପାତ୍ର କହିଛନ୍ତି, ହଁ ଆଞ୍ଜେଲା ଦୁଇଟି ଭିନ୍ନ ଭିନ୍ନ ଟିକା ନେଇଛନ୍ତି। […]

ANGELA-MORKEL

Subhransu Sekhar
  • Published: Wednesday, 23 June 2021
  • , Updated: 23 June 2021, 06:33 PM IST

ବର୍ଲିନ୍: କୋଭିଡ୍ ଭ୍ୟାକସିନର ଦୁଇଟି ଡୋଜ ଅଲଗା ଅଲଗା ନେଲେ ଶରୀର ପାଇଁ କେତେ ଲାଭ ଓ କ୍ଷତିକାରକ ସେ ନେଇ ଗବେଷକ ଗବେଷଣା କରୁଛନ୍ତି। ଏହାରି ଭିତରେ ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲ ଦୁଇଟି ଭିନ୍ନ ଭିନ୍ନ ଟିକା ନେଇଛନ୍ତି। ପ୍ରଥମଟି ଆଷ୍ଟ୍ରେଜେନିକା ଟିକା ହୋଇଥିବା ବେଳେ ଦ୍ୱିତୀୟଟି ମୋର୍ଡେର୍ଣ୍ଣା ଟିକା ନେଇଛନ୍ତି। ମୋର୍କେଲଙ୍କ ଅଫିସ ତରଫରୁ ଏହି ସୂଚନା ମିଳିଛି।

ମୋର୍କେଲଙ୍କ ମୁଖପାତ୍ର କହିଛନ୍ତି, ହଁ ଆଞ୍ଜେଲା ଦୁଇଟି ଭିନ୍ନ ଭିନ୍ନ ଟିକା ନେଇଛନ୍ତି। ଦ୍ୱିତୀୟ ଟିକା ଭାବରେ ସେ ମୋର୍ଡେର୍ଣ୍ଣା ଟିକା ନେଇଛନ୍ତି। ଏହି ଟିକା ଏମ୍ ଆରଏନଏ ଟିକା।

୬୬ ବର୍ଷୀୟ ଏହି ଚାନସେଲର ଏପ୍ରିଲ ୧୬ରେ ପ୍ରଥମ ଟିକା ଭାବରେ ଆଷ୍ଟ୍ରେଜେନିକା ଟିକା ନେଇଥିଲେ। ହେଲେ ଏହାପରେ ଏହି ଟିକା ନେଇଥିବା ଅଧିକାଂଶ ଲୋକଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁଥିବାର ଦେଖିବାକୁ ମିଳିଥିଲା। ପରେ ଅନେକ ୟୁରୋପୀୟ ଦେଶରେ ଏହି ଟିକା ଉପରେ ରୋକ୍ ଲଗାଯାଇଥିଲା। ଏବେ କିନ୍ତୁ ପୁଣିଥରେ ଏହି ଟିକାକୁ ଅନୁମତି ମିଳିଯାଇଛି। ଏବେ ୬୦ରୁ ଅଧିକ ବୟସ୍କ ଲୋକଙ୍କୁ ଏହି ଟିକା ଦିଆଯାଉଛି ଜର୍ମାନୀରେ।

ଜର୍ମାନୀ ବ୍ୟତୀତ ଅନେକ ଦେଶରେ ଏବେ ଆଷ୍ଟ୍ରେଜେନିକାକୁ ପ୍ରଥମ ଡୋଜ ଭାବରେ ଦିଆଯାଉଥିବା ବେଳେ ଦ୍ୱିତୀୟ ଡୋଜ ଭାବରେ ଫାଇଜର-ବାୟୋନଟେକ ନହେଲେ ମୋର୍ଡେର୍ଣ୍ଣାକୁ ଦିଆଯାଉଛି। ଜର୍ମାନୀରେ ମୋଟ୍ ଜନସଂଖ୍ୟାର ୫୧.୨ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇ ସାରିଛନ୍ତି। ସେହିପରି ୨ କୋଟି ୬୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି।

Related story