ନିର୍ବାଚନ ବେଳେ ୧୭ ଆସନ ଜିତିଥିଲା କଂଗ୍ରେସ, ହେଲେ ଏବେ ସଂଖ୍ୟା ୨କୁ ଖସିଲାଣି

ପାଣାଜୀ: ଆସନ୍ତାବର୍ଷ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ କଂଗ୍ରେସ ଛିଣ୍ଡିବାରେ ଲାଗିଛି। ୨୦୧୭ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଏଠାରେ ୧୭ଟି ଆସନରେ ଜିତିଥିଲା। ହେଲେ ଜଣଙ୍କ ପରେ ଜଣେ ଦଳୀୟ ବିଧାୟକ ଇସ୍ତଫା ଦେବାରୁ ଏହି ସଂଖ୍ୟା ଏବେ ୨କୁ ଖସି ଆସିଛି। ଆଜି କଂଗ୍ରେସର କର୍ଟୋରିମ ବିଧାୟକ ଆଲେକ୍ସୋ ରେଗିନାଲଡୋ ଲରେନକୋ ଦଳକୁ ବାଏବାଏ କହିଛନ୍ତି। ସେ ପ୍ରଥମେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆଜି କଂଗ୍ରେସ ହାତ […]

MLA

Hemant Lenka
  • Published: Tuesday, 21 December 2021
  • , Updated: 21 December 2021, 03:36 PM IST

ପାଣାଜୀ: ଆସନ୍ତାବର୍ଷ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ କଂଗ୍ରେସ ଛିଣ୍ଡିବାରେ ଲାଗିଛି। ୨୦୧୭ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଏଠାରେ ୧୭ଟି ଆସନରେ ଜିତିଥିଲା। ହେଲେ ଜଣଙ୍କ ପରେ ଜଣେ ଦଳୀୟ ବିଧାୟକ ଇସ୍ତଫା ଦେବାରୁ ଏହି ସଂଖ୍ୟା ଏବେ ୨କୁ ଖସି ଆସିଛି।

ଆଜି କଂଗ୍ରେସର କର୍ଟୋରିମ ବିଧାୟକ ଆଲେକ୍ସୋ ରେଗିନାଲଡୋ ଲରେନକୋ ଦଳକୁ ବାଏବାଏ କହିଛନ୍ତି। ସେ ପ୍ରଥମେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆଜି କଂଗ୍ରେସ ହାତ ଛାଡ଼ି ଟିଏମସିରେ ଯୋଗଦେଇଛନ୍ତି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନିଜେ ତାଙ୍କୁ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି।

ବିଗତ କିଛି ଦିନ ମଧ୍ୟରେ ଲରେନକୋ ତୃତୀୟ ବିଧାୟକ ଭାବେ କଂଗ୍ରେସକୁ ଅଲବିଦା କହିଛନ୍ତି। କଂଗ୍ରେସ ଏହାକୁ ଧୋକା ବୋଲି କହିଛି। କାରଣ ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ଗୋଆ ନିର୍ବାଚନ ପାଇଁ କଂଗ୍ରେସ ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏଥିରେ ଲରେନକୋଙ୍କ ନାଁ ମଧ୍ୟ ଥିଲା।

ହେଲେ ସେ ହଠାତ୍‌ ଦଳ ଛାଡ଼ି ଟିଏମସିରେ ମିଶିଥିବାରୁ କଂଗ୍ରେସର ବରିଷ୍ଠ ନେତାମାନେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଗୋଆ ବିଧାନସଭାର ବିରୋଧୀ ଦଳ ନେତା ଦିଗମ୍ବର କାମାତ କହିଛନ୍ତି, କଂଗ୍ରେସ ଅନେକ ପ୍ରକାରର ଉତ୍ଥାନ ପତନ ଦେଖିଛି। ବନ୍ୟା, ବାତ୍ୟା ଓ ସୁନାମୀକୁ ସମ୍ମୁଖୀନ ହୋଇଛି। ତେଣୁ ଏଭଳି ଘଟଣା କିଛି ବଡ଼ ନୁହେଁ।

ଆସନ୍ତା ନୂଆ ବର୍ଷରେ କର୍ଟୋରିମର ଲୋକମାନେ ନୂଆ ବିଧାୟକ ପାଇବେ। ଯେକୌଣସି ନେତା ଦଳ ଛାଡ଼ିଲେ ମଧ୍ୟ ଏହାର ପ୍ରଭାବ କଂଗ୍ରେସର ନିର୍ବାଚନ ରଣନୀତି ଉପରେ ପଡ଼ିବ ନାହିଁ। ଲୋଉରେନକୋଙ୍କ ଏପରି ପଦକ୍ଷେପଙ୍କୁ ସେ ସୁଇସାଇଡାଲ ନିଷ୍ପତ୍ତି ବୋଲି କହିଛନ୍ତି। ସେହିପରି ଗୋଆ କଂଗ୍ରେସ ସଭାପତି ଗୀରିଶ ଚୋଦନକର କହିଛନ୍ତି, “ଆତ୍ମହତ୍ୟା କରିବା ରାସ୍ତାରେ ଥିବା ଲୋକଙ୍କୁ କେହି କେବେ ବି ରକ୍ଷା କରିପାରିବେ ନାହିଁ।”

କଂଗ୍ରେସ ଗୋଆ ଡେସ୍କ ଇନ ଚାର୍ଜ ଦୀନେଶ ଗୁଣ୍ଡୁରାଓ କହିଛନ୍ତି ଯେ “ଯେଉଁ ଲୋକମାନେ ସ୍ୱାର୍ଥପର ହୁଅନ୍ତି ଓ ଧୋକା ଦିଅନ୍ତି ସେମାନଙ୍କୁ ନିଶ୍ଚିତ ଏହାର ପରିଣାମ ଭୋଗିବାକୁ ପଡ଼ିବ। ସେ ଆମକୁ ଶେଷ ସମୟ ଯାଏ ଭୁଲ ତଥ୍ୟ ଦେଇ ଚାଲିଥିଲେ। ଆମକୁ ଅନ୍ଧାରରେ ରଖିଥିଲେ। କର୍ଟୋରିମର ଲୋକମାନେ ତାଙ୍କୁ ନିଶ୍ଚିତ ଉଚିତ ଶିକ୍ଷା ଦେବେ।”

ଏହାପୂର୍ବରୁ ଆହୁରି ୧୪ ଜଣ ବିଧାୟକ କଂଗ୍ରେସ ଛାଡ଼ିଥିଲେ। ସେମାନଙ୍କ ମଧ୍ୟରୁ କିଛି ଆପ୍‌ରେ ମିଶିଥିବା ବେଳେ ଆଉ କିଛି ବିଜେପି ଓ ଟିଏମସିରେ ମିଶିଛନ୍ତି।

Related story