Advertisment

ପ୍ରେମ କଲା ଏକ, ରାଜନୀତି ବେଳକୁ ଅଲଗା

କୋଲକାତା: ପଶ୍ଚିମବଙ୍ଗରେ ବିଜେପି-ଟିଏମସି ପରସ୍ପର କିଏ କେତେ ଆସନ ବିଜୟୀ ହେବ ସେନେଇ ଅଙ୍କ କଷୁଛନ୍ତି। ସ୍ଥିତି ଏମିତି ଯେ ଗୋଟିଏ ପରିବାରର ଅଲଗା ଅଲଗା ଦଳର ସମର୍ଥକ ରହିଛନ୍ତି। ଏବେ କିନ୍ତୁ ରାଜ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ରାଜନୀତିକୁ କୁଦା ମାରିଛନ୍ତି। ଯଦିଓ ସେମାନେ ପରସ୍ପରକୁ ପ୍ରେମ କରନ୍ତି ହେଲେ ନିର୍ବାଚନ ବେଳେ ନିଜ ନିଜ ବିଚାରଧାରା ଓ ପସନ୍ଦର ନେତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଯାହାକି ନିର୍ବାଚନୀ ପ୍ରଚାର ମାହୋଲକୁ ଆହୁରି ଗରମ […]

ଅଦ୍ୟତନ ହୋଇଛି
ପ୍ରେମ କଲା ଏକ, ରାଜନୀତି ବେଳକୁ ଅଲଗା

bony sengupta

Advertisment

କୋଲକାତା: ପଶ୍ଚିମବଙ୍ଗରେ ବିଜେପି-ଟିଏମସି ପରସ୍ପର କିଏ କେତେ ଆସନ ବିଜୟୀ ହେବ ସେନେଇ ଅଙ୍କ କଷୁଛନ୍ତି। ସ୍ଥିତି ଏମିତି ଯେ ଗୋଟିଏ ପରିବାରର ଅଲଗା ଅଲଗା ଦଳର ସମର୍ଥକ ରହିଛନ୍ତି। ଏବେ କିନ୍ତୁ ରାଜ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ରାଜନୀତିକୁ କୁଦା ମାରିଛନ୍ତି। ଯଦିଓ ସେମାନେ ପରସ୍ପରକୁ ପ୍ରେମ କରନ୍ତି ହେଲେ ନିର୍ବାଚନ ବେଳେ ନିଜ ନିଜ ବିଚାରଧାରା ଓ ପସନ୍ଦର ନେତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଯାହାକି ନିର୍ବାଚନୀ ପ୍ରଚାର ମାହୋଲକୁ ଆହୁରି ଗରମ କରୁଛି।

Advertisment

ଟଲିଉଡର ଦୁଇ ପ୍ରେମ ପକ୍ଷୀ ହେଲେ କୌଶନୀ ମୂଖାର୍ଜୀ ଏବଂ ବୋନି ସେନଗୁପ୍ତା। କୌଶନୀ ମୂଖାର୍ଜ ଟିଏମସିରେ ସାମିଲ୍ ହେବା ପରେ  କ୍ରିଷ୍ନନଗରର ଉତ୍ତର ବିଧାନସଭା ଆସନରୁ ସେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତାଙ୍କ ପ୍ରେମିକା ତଥା ବେଙ୍ଗଲୀ ଅଭିନେତ୍ରୀ ବୋନି ସେନଗୁପ୍ତା ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଏହି ଦୁଇ ଟଲିଉଡ କଳାକାର ଦୀର୍ଘଦିନ ପରସ୍ପରକୁ ଡେଟ୍ କରୁଥିବା ସୂଚନା ରହିଛି।

https://twitter.com/ANI/status/1369605608853270531?s=20

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ ୨ରେ ସମସ୍ତ ପାଞ୍ଚଟି ରାଜ୍ୟର ଭୋଟ ଗଣନା ହେବ। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ୬୮ଟି ଆସନ ଏସସି ଏବଂ ୧୬ଟି ଆସନ ଏସଟି ପାଇଁ ସଂରକ୍ଷିତ ରହିଛି।

Advertisment

ରାଜ୍ୟରେ ରାଜନୀତିକ ହିଂସାର ସ୍ଥିତିକୁ ଦେଖି ଚଳିତଥର ଅଧିକ ସୁରକ୍ଷାବ୍ୟବସ୍ଥା ଏବଂ ପୋଲିଂ ବୁଥ୍ ବ୍ୟବସ୍ଥା ଅଧିକ କରାଯାଇଛି। ପଶ୍ଚିମବଙ୍ଗରେ ୨୦୧୬ ନିର୍ବାଚନରେ ​​୭୭୪୧୩ ମତଦାନ ବୁଥ ପ୍ରତିଷ୍ଠା କରାଯାଇଥିଲା। ଏଥର ୧୦୧,୯୧୬ ବୁଥରେ ମତଦାନ ହେବ। ମତଦାନ ବୁଥ ସଂଖ୍ୟା ୩୯.୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ କରୋନାକୁ ଧ୍ୟାନରେ ରଖି ମତଦାନ ସମୟ ମଧ୍ୟ ଘଣ୍ଟାଏ ବୃଦ୍ଧି କରାଯାଇଛି। ସମସ୍ତ ରାଜ୍ୟର ଅନେକ ସ୍ଥାନରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

West Bengal West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe