ଠାକୁର ଦର୍ଶନ ସାରି ଫେରୁଥିଲେ, ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ୨୪ ମୃତ

କାନପୁର: ଉତ୍ତରପ୍ରଦେଶର କାନପୁର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ବକେବରରୁ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏକ ଟ୍ରାକ୍ଟର ଡାଲା ସହ ଓଲଟି ପଡ଼ିବାରୁ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାନପୁରର ସାଡ଼ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଚନ୍ଦ୍ରିକା ଦେବୀଙ୍କ ଦର୍ଶନ ସାରି ଏହି ଲୋକେ ଟ୍ରାକ୍ଟର ଡାଲାରେ ବସି  ଫେରୁଥିଲେ। ବାଟରେ କୌଣସି କାରଣରୁ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ଓଲଟି […]

accident

  • Published: Saturday, 01 October 2022
  • , Updated: 01 October 2022, 10:50 PM IST

କାନପୁର: ଉତ୍ତରପ୍ରଦେଶର କାନପୁର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ବକେବରରୁ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏକ ଟ୍ରାକ୍ଟର ଡାଲା ସହ ଓଲଟି ପଡ଼ିବାରୁ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାନପୁରର ସାଡ଼ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ଚନ୍ଦ୍ରିକା ଦେବୀଙ୍କ ଦର୍ଶନ ସାରି ଏହି ଲୋକେ ଟ୍ରାକ୍ଟର ଡାଲାରେ ବସି  ଫେରୁଥିଲେ। ବାଟରେ କୌଣସି କାରଣରୁ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏହା ତଳେ ସମସ୍ତେ ଚାପି ହୋଇଯାଇଥିଲେ। ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଉପୁଜିଥିଲା।

ମୃତକଙ୍କ ଭିତରେ ୧୧ ଜଣ ଶିଶୁ ରହିଛନ୍ତି। ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରାଯାଇଛି। ଯେତେବେଳେ କି ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଦିଆଯିବ।

ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖପ୍ରକଟ କରିବା ସହ ଆହତଙ୍କର ତୁରନ୍ତ ଉତ୍ତମ ଚିକିତ୍ସାର ବ୍ୟବସ୍ଥାର ନିର୍ଦ୍ଦେଶ ଜାରି କରି଼ଛନ୍ତି।

Related story