ପୁଣି ବିବାଦ ଘେରରେ ଜେଏନୟୁ : ଶ୍ରେଣୀଗୃହ କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଜେଏନୟୁ। ପୁଣି ବିବାଦଘେରରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ )। ଜେଏନୟୁ ଶ୍ରେଣୀ ଗୃହର କାନ୍ଥରେ ବ୍ରାହ୍ମଣବିରୋଧୀ ସ୍ଲୋଗାନକୁ ନେଇ ଆରମ୍ଭ ହୋଇଛି ହଟଚମଟ।  କଲେଜର ଭାଷା ଓ ସାହିତ୍ୟ ବିଭାଗର ଶ୍ରେଣୀ କାନ୍ଥରେ ଓ କେତେକ ଅତିଥି ଅଧ୍ୟାପକଙ୍କ ଚ୍ୟାମ୍ବର ଗେଟ୍‌ ଉପରେ ବ୍ରାହ୍ମଣଜାତି ପାଇଁ ଅପମାନ ଜନକ ଶବ୍ଦ ବ୍ୟାହାର କରାଯାଇଛି। ଯାହାକୁ ନେଇ ବିଜେପି ଛାତ୍ର ସଂଘ ଓ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବାମପନ୍ଥୀ […]

JNU

  • Published: Thursday, 01 December 2022
  • , Updated: 01 December 2022, 09:55 PM IST

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଜେଏନୟୁ। ପୁଣି ବିବାଦଘେରରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ )। ଜେଏନୟୁ ଶ୍ରେଣୀ ଗୃହର କାନ୍ଥରେ ବ୍ରାହ୍ମଣବିରୋଧୀ ସ୍ଲୋଗାନକୁ ନେଇ ଆରମ୍ଭ ହୋଇଛି ହଟଚମଟ।  କଲେଜର ଭାଷା ଓ ସାହିତ୍ୟ ବିଭାଗର ଶ୍ରେଣୀ କାନ୍ଥରେ ଓ କେତେକ ଅତିଥି ଅଧ୍ୟାପକଙ୍କ ଚ୍ୟାମ୍ବର ଗେଟ୍‌ ଉପରେ ବ୍ରାହ୍ମଣଜାତି ପାଇଁ ଅପମାନ ଜନକ ଶବ୍ଦ ବ୍ୟାହାର କରାଯାଇଛି। ଯାହାକୁ ନେଇ ବିଜେପି ଛାତ୍ର ସଂଘ ଓ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବାମପନ୍ଥୀ ବିଚାରଧାରର ଲୋକମାନେ ଏଭଳି କରିଥିବା ସେମାନେ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ଲେଖାଯାଇଥିବା ବ୍ରାହ୍ମଣ ବିରୋଧୀ ସ୍ଲୋଗାନର ଫଟୋ ଏବଂ ଭିଡିଓ ଏବେ  ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। “ବ୍ରାହ୍ଣଣ ଭାରତ ଛାଡ଼, “ବ୍ରାହ୍ମଣ- ବଣିଆ ଆମେ ଆସୁଛୁ! ପ୍ରତିଶୋଧ ନେବୁ। ରକ୍ତପାତ ହେବ’। ଏମିତି କେତେକ କଣ ସବୁ ଲେଖାଯାଇଛି।  ସେହିପରି ‌କେତେକ ପ୍ରଫେସରଙ୍କ କ୍ୱାର୍ଟରଙ୍କ ଚାମ୍ବର କାନ୍ଥରେ ଲେଖାଯାଇଛି ‘କଲେଜ ନ ଯାଇ ଶାଖା ଯାଅ’। ସ୍କୁଲ ଅଫ୍ ଇଣ୍ଟରନ୍ୟାସ୍‌ନାଲ ଷ୍ଟଡିଜ୍-II କାନ୍ଥରେ ଏହିସବୁ ଲେଖାଯାଇଛି।

ଏହି ଘଟଣାକୁ ନେଇ ଜେଏନ୍‌ୟୁର ଏବିଭିପି ଅଧ୍ୟକ୍ଷ ରୋହିତ କୁମାର କହିଛନ୍ତି ” କମ୍ୟୁନିଷ୍ଟ ଗୁଣ୍ଡାମାନଙ୍କ ଦ୍ୱାରା ଶିକ୍ଷା  ସଂସ୍ଥାନରେ ଏଭଳି କାଣ୍ଡ ଘଟାଯାଇଛି। ଏବିଭିପି ଏହାକୁ ନିନ୍ଦା କରୁଛି। ଜେଏନ୍‌ୟୁର ଶିକ୍ଷକ କମିଟି ମଧ୍ୟ ଘଟଣାକୁ ନିନ୍ଦା କରିଛି।

Related story