ସଂସଦରେ ସ୍ମୃତି ଇରାନୀଙ୍କ ପାଇଁ ଓକିଲାତି କଲେ ଅନୁଭବ ମହାନ୍ତି

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଇଁ ଓକିଲାତି କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି। ଗୃହରେ ସ୍ମୃତି ଇରାନୀ ‘ଲେଡି ମେମ୍ବର’ ଶବ୍ଦ ପ୍ରୟୋଗ କରିଥିବାରୁ ତାଙ୍କୁ କଂଗ୍ରେସ ଓ ଟିଏମସି ସାଂସଦମାନେ ସମାଲୋଚନା କରିଥିଲେ। ତେବେ ଏତିକି ବେଳେ ଅନୁଭବ ମହାନ୍ତି ନିଜ ଆସନରେ ଛିଡ଼ା ହୋଇ ସ୍ମୃତି ଇରାନୀଙ୍କ ପାଇଁ ଯୁକ୍ତି ବାଢ଼ିଥିଲେ। ସାଂସଦ ଇରାନୀ ଗୃହରେ କୌଣସି ଅଣସଂସଦୀୟ ଶବ୍ଦ ପ୍ରୟୋଗ କରି ନଥିବା ଅନୁଭବ କହି କଂଗ୍ରେସ ଓ ଟିଏମସି ସାଂସଦଙ୍କୁ […]

BJD

Hemant Lenka
  • Published: Friday, 01 April 2022
  • , Updated: 01 April 2022, 10:13 PM IST

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଇଁ ଓକିଲାତି କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି। ଗୃହରେ ସ୍ମୃତି ଇରାନୀ ‘ଲେଡି ମେମ୍ବର’ ଶବ୍ଦ ପ୍ରୟୋଗ କରିଥିବାରୁ ତାଙ୍କୁ କଂଗ୍ରେସ ଓ ଟିଏମସି ସାଂସଦମାନେ ସମାଲୋଚନା କରିଥିଲେ। ତେବେ ଏତିକି ବେଳେ ଅନୁଭବ ମହାନ୍ତି ନିଜ ଆସନରେ ଛିଡ଼ା ହୋଇ ସ୍ମୃତି ଇରାନୀଙ୍କ ପାଇଁ ଯୁକ୍ତି ବାଢ଼ିଥିଲେ। ସାଂସଦ ଇରାନୀ ଗୃହରେ କୌଣସି ଅଣସଂସଦୀୟ ଶବ୍ଦ ପ୍ରୟୋଗ କରି ନଥିବା ଅନୁଭବ କହି କଂଗ୍ରେସ ଓ ଟିଏମସି ସାଂସଦଙ୍କୁ ପାଲଟା ଜବାବ ଦେଇଥିଲେ।

ଆଜି ଲୋକସଭାର ପ୍ରଶ୍ନକାଳରେ ୱାଇଏସଆର କଂଗ୍ରେସର ସାଂସଦ ଗୀତା ବିଶ୍ୱନାଥ ଭାନଗାଙ୍କ ଗୋଟିଏ ପ୍ରଶ୍ନର ଉତ୍ତର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦେଇଥିଲେ। ଏହି ସମୟରେ ସେ ଗୀତାଙ୍କୁ ‘ଲେଡି ସଦସ୍ୟ’ ବୋଲି ସମ୍ବୋଧନ କରିଥିଲେ। ବାସ୍‌ ଏହି ଶବ୍ଦକୁ ନେଇ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଓ ଟିଏମସିର ସୌଗତ ରୟ ଆପତ୍ତି ଉଠାଇଥିଲେ। ସାଂସଦ ଗୀତାଙ୍କୁ ସ୍ମୃତି ଇରାନୀ ଲେଡି ସଦସ୍ୟ କହିବା ଆଦୌ ଠିକ ନୁହେଁ। ସେ ଗୃହରେ ‘ସମ୍ମାନୀୟ ସଦସ୍ୟ’ ଶବ୍ଦର ପ୍ରୟୋଗ କରିବାର ଥିଲା ବୋଲି ସେମାନେ କହିଥିଲେ।

ଏକଥା ଶୁଣି ସ୍ମୃତି ଇରାନୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲେଡି ସଦସ୍ୟ ଶବ୍ଦରେ କ’ଣ ଅସୁବିଧା ଅଛି ବୋଲି ପ୍ରଶ୍ନ କରିଥିଲେ। ଏଥିସହ ସେ କୌଣସି ପ୍ରକାରର ଅଣସଂସଦୀୟ ଶବ୍ଦ ପ୍ରୟୋଗ କରି ନାହାନ୍ତି ବୋଲି ଯୁକ୍ତି କରିଥିଲେ। ସେ କହିଥିଲେ, “ଜଣେ ମହିଳା ସଦସ୍ୟଙ୍କୁ ଲେଡି ବୋଲି ସମ୍ବୋଧନ କରିବା କିଛି ଭୁଲ ନୁହେଁ। ମୁଁ ଗୃହରେ ତାଙ୍କର ଉପସ୍ଥିତିକୁ ନେଇ କୌଣସି ଅସମ୍ମାନ କରିବା ଭଳି କଥା କହିନି। ତାଙ୍କୁ ମଧ୍ୟ ଅସମ୍ମାନ କରିନି।”

ସ୍ମୃତିଙ୍କ ଏପରି ବୟାନ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ସେମାନେ ନାରାବାଜୀ ଜାରି ରଖିବାରୁ ବିଜେଡି ସାଂସଦ ଅନୁଭବ ମହାନ୍ତି ହଠାତ୍‌ ନିଜ ଆସନରେ ଛିଡ଼ା ହୋଇ ସ୍ମୃତି ଇରାନୀଙ୍କ ସପକ୍ଷରେ ବାହାରିଥିଲେ। ସେ କହିଥିଲେ, “କେନ୍ଦ୍ରମନ୍ତ୍ରୀ ଗୃହରେ କୌଣସି ପ୍ରକାରର ଅଣସଂସଦୀୟ କିମ୍ବା ଅପମାନ ସୂଚକ କିମ୍ବା ଭୁଲ ଶବ୍ଦ ଆଦୌ ପ୍ରୟୋଗ କରିନାହାନ୍ତି। ଏହାକୁ ନେଇ ବିତର୍କ ହେବା ଅନୁଚିତ।”

Related story