ବୋହୂକୁ ଯାହା ମାଗିଲେ ଯୌତୁକ ଅପରାଧ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘର ତିଆରି ପାଇଁ ବୋହୂକୁ ଟଙ୍କା ଦାବି କଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏକ ଯୌତୁକ ମାମଲାର ଶୁଣାଣି କରି ଏକଥା କହିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଏନ.ଭି ରମଣ, ଜଷ୍ଟିସ ଏଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ୩ ଜଣିଆ ବେଞ୍ଚ ଶୁଣାଣି  ଯୌତୁକ ଶବ୍ଦକୁ ବ୍ୟାପକ ଅର୍ଥରେ ନିଆଯିବା ଉଚିତ୍ ବୋଲି କହିଛନ୍ତି। ସମ୍ପତ୍ତି ସମ୍ବନ୍ଧୀୟ ଯେକୌଣସି ମୁଲଚାଲ ଯୌତୁକ ଶ୍ରେଣୀରେ ଅର୍ଥାତ ଆଇପିସି ଧାରା 304-Bରେ […]

supreme court

Tapas Behera
  • Published: Wednesday, 12 January 2022
  • , Updated: 12 January 2022, 12:06 PM IST

ନୂଆଦିଲ୍ଲୀ: ଘର ତିଆରି ପାଇଁ ବୋହୂକୁ ଟଙ୍କା ଦାବି କଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏକ ଯୌତୁକ ମାମଲାର ଶୁଣାଣି କରି ଏକଥା କହିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଏନ.ଭି ରମଣ, ଜଷ୍ଟିସ ଏଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ୩ ଜଣିଆ ବେଞ୍ଚ ଶୁଣାଣି  ଯୌତୁକ ଶବ୍ଦକୁ ବ୍ୟାପକ ଅର୍ଥରେ ନିଆଯିବା ଉଚିତ୍ ବୋଲି କହିଛନ୍ତି। ସମ୍ପତ୍ତି ସମ୍ବନ୍ଧୀୟ ଯେକୌଣସି ମୁଲଚାଲ ଯୌତୁକ ଶ୍ରେଣୀରେ ଅର୍ଥାତ ଆଇପିସି ଧାରା 304-Bରେ ଅନ୍ତର୍ଭୃକ୍ତ ହେବ ବୋଲି କୋର୍ଟ କହିଛନ୍ତି।

ଏଥିସହ ତଳ କୋର୍ଟ ଦେଇଥିବା ରାୟକୁ କାଏମ ରଖି ଶ୍ୱଶୁର ଏବଂ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ମହିଳାଙ୍କୁ ଯୌତୁକ  ନିର୍ଯାତନା ଓ ହତ୍ୟା ଅଭିଯୋଗର ବିଚାର କରି ତଳ କୋର୍ଟ ମହିଳାଙ୍କ  ସ୍ୱାମୀ ଏବଂ ଶ୍ୱଶୁରଙ୍କୁ ଆଇପିସି ଧାରା 304-b (ଯୌତୁକ ପାଇଁ ହତ୍ୟା), ଆତ୍ମହତ୍ୟା ପାଇଁ ପ୍ରେରିତ କରିବା ଏବଂ ଯୌତୁକ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହା ପରେ ମାମଲା ମଧ୍ୟପ୍ରଦେଶ ହାଇକୋର୍ଟକୁ ଯାଇଥିଲା। ମଧ୍ୟପ୍ରଦେଶ ହାଇକୋର୍ଟ ସମ୍ପୃକ୍ତ ଶ୍ୱଶୁର ଏବଂ ସ୍ୱାମୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ। ହାଇକୋର୍ଟ ଘର ନିର୍ମାଣ ପାଇଁ ଟଙ୍କା ଦାବି କଲେ ଏହାକୁ ଯୌତୁକ ନିର୍ଯାତନା ବୋଲି କୁହାଯାଇପାରିବନି ବୋଲି କହିଥିଲେ। ଏହା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥଲା। ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରି ସୁପ୍ରିମକୋର୍ଟ ତଳ କୋର୍ଟ ରାୟକୁ କାଏମ ରଖିଛନ୍ତି।

Related story