ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଘର ବାହାରେ କୃଷକ-ପୁଲିସ ମୁହାଁମୁହିଁ

ଚଣ୍ଡିଗଡ: ହରିଆଣା ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ। ଧାନ କିଣାରେ ବିଳମ୍ବକୁ ବିରୋଧ କରି କୃଷକମାନେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ କରନାଲ ସ୍ଥିତ ଘର ବାହାରେ ଏକାଠି ହୋଇଛନ୍ତି। ଏଥିସହ ଅନ୍ୟ ବିଜେପି ବିଧାୟକଙ୍କ ଘର ମଧ୍ୟ ଘେରିଛନ୍ତି କୃଷକ। ଏହି ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଏବଂ ଚାଷୀ ମୁହାଁମୁହିଁ ହୋଇଛନ୍ତି। କୃଷକମାନେ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ ପୁଲିସ ପାଣିମାଡ […]

Farmer Protest

Madhupriya Mistry
  • Published: Saturday, 02 October 2021
  • , Updated: 02 October 2021, 02:03 PM IST

ଚଣ୍ଡିଗଡ: ହରିଆଣା ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ। ଧାନ କିଣାରେ ବିଳମ୍ବକୁ ବିରୋଧ କରି କୃଷକମାନେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ କରନାଲ ସ୍ଥିତ ଘର ବାହାରେ ଏକାଠି ହୋଇଛନ୍ତି। ଏଥିସହ ଅନ୍ୟ ବିଜେପି ବିଧାୟକଙ୍କ ଘର ମଧ୍ୟ ଘେରିଛନ୍ତି କୃଷକ। ଏହି ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଏବଂ ଚାଷୀ ମୁହାଁମୁହିଁ ହୋଇଛନ୍ତି।

କୃଷକମାନେ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ ପୁଲିସ ପାଣିମାଡ କରିଛି। ଏହି ସମୟରେ ଚାଷୀ ଏବଂ ପୁଲିସ ମଧ୍ୟ ଠେଳାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ଲୁହ ବୁହା ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଛି। ପୂର୍ବରୁ ଦୀର୍ଘ ସମୟ ଧରି କୃଷି ଆଇନ୍‌କୁ ବିରୋଧ କରୁଥିବା ବେଳେ ଏବେ ଧାନ କିଣାରେ ବିଳମ୍ବ ହେଉଥିବା ନେଇ କୃଷକମାନେ ଅଭିଯୋଗ ଉଠାଇଛନ୍ତି।

ହଜାର ହଜାର କୃଷକ ହାତରେ ପତକା ଧରି ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ନାରାବାଜି ଦେଇଛନ୍ତି। ଏଥିସହ ସାରା ରାତି ଏଠାରେ ଧରଣା ଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। କେବଳ ମୁଖ୍ୟମନ୍ତ୍ରୀଙ୍କ ଆବସ ନୁହେଁ ହରିଆଣାର ଅନେକ ବିଜେପି ବିଧାୟକଙ୍କ ଘର ସାମ୍ନାରେ ମଧ୍ୟ ଚାଷୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

ସୂଚନା ଯୋଗ୍ୟ ଯେ,  କେନ୍ଦ୍ର ସରକାର ଧାନ କିଣା ପ୍ରକ୍ରିୟାକୁ ଆଗାମୀ ୧୦ ଦିନ ଯାଏଁ ଘୁଞ୍ଚାଇ ଦେଇଛନ୍ତି। ୧୧ ଅକ୍ଟୋବରରୁ ଧାନ କିଣା ଆରମ୍ଭ କରିବା ନିଷ୍ପତ୍ତି ହୋଇଛି। କୁହାଯାଉଛି ଯେ, ପ୍ରବଳ ବର୍ଷା ଯୋଗୁଁ ଧାନ ସବୁ ଓଦା ହୋଇଯାଇଛି। ତେଣୁ ଧାନ ଅଳ୍ପ ଶୁଖିବା ପାଇଁ ଏହି ଧାନ କିଣା ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଉଛି।

https://twitter.com/ANI/status/1444209310758625280?s=20

Related story