ସିଡିଏସଙ୍କ ଦେହାନ୍ତ ପରେ ୮ ଜଣ କମାଣ୍ଡରଙ୍କୁ ଡାକିଲା କେନ୍ଦ୍ର  

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନ ପୂରଣକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି। ବିପିନ ରାୱତଙ୍କ ଭଳି ସୁଦକ୍ଷ ଏବଂ ଯୋଗ୍ୟ ସେନାଧିକାରୀ ସନ୍ଧାନରେ ଅଛନ୍ତି ସରକାର। ତେବେ ଅଦ୍ୟାଧି ତାଙ୍କ ସ୍ଥାନରେ କାହାକୁ ଅବସ୍ଥାପିତ କରାଯାଇ ନାହିଁ। ହେଲେ ବିପିନ ରାୱତଙ୍କ ବିୟୋଗ ପରେ ସୁରକ୍ଷା ପ୍ରସଙ୍ଗକୁ ନେଇ ୮ ଜଣ କମାଣ୍ଡରଙ୍କୁ ଦିଲ୍ଲୀ ଡାକିଛନ୍ତି କେନ୍ଦ୍ର ସରକାର। କୁହାଯାଉଛି ଚୀନ୍ ସୀମାରେ ସୁରକ୍ଷା ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ […]

cds1

Tapas Behera
  • Published: Sunday, 19 December 2021
  • , Updated: 19 December 2021, 08:57 PM IST

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନ ପୂରଣକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି। ବିପିନ ରାୱତଙ୍କ ଭଳି ସୁଦକ୍ଷ ଏବଂ ଯୋଗ୍ୟ ସେନାଧିକାରୀ ସନ୍ଧାନରେ ଅଛନ୍ତି ସରକାର। ତେବେ ଅଦ୍ୟାଧି ତାଙ୍କ ସ୍ଥାନରେ କାହାକୁ ଅବସ୍ଥାପିତ କରାଯାଇ ନାହିଁ। ହେଲେ ବିପିନ ରାୱତଙ୍କ ବିୟୋଗ ପରେ ସୁରକ୍ଷା ପ୍ରସଙ୍ଗକୁ ନେଇ ୮ ଜଣ କମାଣ୍ଡରଙ୍କୁ ଦିଲ୍ଲୀ ଡାକିଛନ୍ତି କେନ୍ଦ୍ର ସରକାର। କୁହାଯାଉଛି ଚୀନ୍ ସୀମାରେ ସୁରକ୍ଷା ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିପାରେ। ଗତ ଡିସେମ୍ବର ୮ରେ ଚିଫ୍‌ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁ ପରେ ସମସ୍ତ କମାଣ୍ଡରଙ୍କ ଏହା ହେଉଛି ପ୍ରଥମ ବୈଠକ। କମାଣ୍ଡର ସମ୍ମିଳନୀରେ ଚୀନ୍ ସୀମାରେ ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା ହେବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି।

ଦେଶ ପୂର୍ବ ସେକ୍ଟରରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମିର ଗତିବିଧି ବୃଦ୍ଧି ପାଇଥିବା ବେଳେ ଏହାର ମୁକାବିଲା ନେଇ ଆଲୋଚନା ହୋଇପାରେ। ଗତ ବର୍ଷ ଏପ୍ରିଲ-ମେ ମାସରୁ ଚୀନ୍ ଅନୁପ୍ରେବେଶ ଉଦ୍ୟମକୁ ବିରୋଧ କରି ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିଲା। ଚୀନର ଦାଦାଗିରିକୁ ନାପସନ୍ଦ କରିବା ସହ ଭାରତୀୟ ସେନା ସକ୍ରିୟ ହୋଇଉଠିଛି । ଗତ ବର୍ଷ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ ।

ଏହା ଫଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଥିଲା । ପରେ କେତେକ ବିବାଦୀୟ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ ବି ଏବେ ବି କେତେକ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ଅଛନ୍ତି । ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲେ ମଧ୍ୟରେ କୌଣସି ସମାଧାନ ବାହାରି ପାରିନାହିଁ।

Related story