ଲୁଟେରାଙ୍କ ଗୁଳି ମାଡ଼ରେ ଯବାନ ମୃତ

ପାଟନା: ଲୁଟେରାଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ସ୍ଥଳସେନାର ଜଣେ ଯବାନ। ଦୁଇ ଜଣ ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମକୁ ଅଟକାଇବାକୁ ଚେଷ୍ଟା କରି ବୀର ଯବାନ ଜଣଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ବିହାରର ରାଜଧାନୀ ପାଟନା ଅନ୍ତର୍ଗତ କାଙ୍କେରବାଗରେ ଆଜି ଏଭଳି ଏକ ଘଟଣା ଘଟିଛି। ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯବାନ ଜଣଙ୍କ ହେଲେ ୩୪ ବର୍ଷୀୟ ବବୁଲ କୁମାର। ତାଙ୍କ ଘର ବୈଶାଳୀ ଜିଲ୍ଲାର ଚନ୍ଦନପୁରା ଗାଁରେ। ସେ ତାଙ୍କ ପୁଅର ଆଡମିସନ କେନ୍ଦ୍ରୀୟ ବିଦ୍ୟାଳୟରେ କରିବା […]

army-jawan

  • Published: Thursday, 18 August 2022
  • , Updated: 18 August 2022, 07:56 PM IST

ପାଟନା: ଲୁଟେରାଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ସ୍ଥଳସେନାର ଜଣେ ଯବାନ। ଦୁଇ ଜଣ ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମକୁ ଅଟକାଇବାକୁ ଚେଷ୍ଟା କରି ବୀର ଯବାନ ଜଣଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ବିହାରର ରାଜଧାନୀ ପାଟନା ଅନ୍ତର୍ଗତ କାଙ୍କେରବାଗରେ ଆଜି ଏଭଳି ଏକ ଘଟଣା ଘଟିଛି।

ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯବାନ ଜଣଙ୍କ ହେଲେ ୩୪ ବର୍ଷୀୟ ବବୁଲ କୁମାର। ତାଙ୍କ ଘର ବୈଶାଳୀ ଜିଲ୍ଲାର ଚନ୍ଦନପୁରା ଗାଁରେ। ସେ ତାଙ୍କ ପୁଅର ଆଡମିସନ କେନ୍ଦ୍ରୀୟ ବିଦ୍ୟାଳୟରେ କରିବା ପାଇଁ ସେନା ବାହିନୀରୁ ଛୁଟି ନେଇ ଘରକୁ ଆସିଥିଲେ। କାମ ସରିବା ପରେ ସେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ରାସ୍ତାରେ ଲୁଟେରାଙ୍କ ଗୁଳିମାଡ଼ରେ ବବୁଲଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଭୋର ୩.୩୦ରେ କାଙ୍କେରବାଗ ପୁଲିସ୍‌ ଅଧୀନରେ ଥିବା ପୁରୁଣା ବାଇପାସ ନିକଟରେ ଥିବା ଗୋଟିଏ ଅଟୋମୋବାଇଲ ଶୋ’ ରୁମ ନିକଟରେ ଏହି ଘଟଣା ଘଟିଛି। ବବୁଲ ନିଜର ଜଣେ ସମ୍ପର୍କୀୟଙ୍କ ସହ ବାଇକରେ ପାଟଲିପୁର ରେଳ ଷ୍ଟେସନ ଯାଉଥିଲେ। ସେଠାରୁ ସେ ଗୌହାଟୀ ଯିବାର ଥିଲା।

ତେବେ ବବୁଲ ଓ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ପିଛା କରିଥିଲେ। କିଛି ସମୟ ପରେ ଉଭୟ ଲୁଟ ପାଇଁ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କ ଉଦ୍ୟମକୁ ବବୁଲ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ଲୁଟେରା ବବୁଲଙ୍କ ପଛ ପଟୁ ଗୁଳି କରିଥିଲା। ଗୁଳିଟି ସିଧା ତାଙ୍କ ମୁଣ୍ଡରେ ବାଜିବାରୁ ଘଟଣା ସ୍ଥଳରେ ହିଁ ବବୁଲ ପ୍ରାଣ ହରାଇଥିଲେ।

ପାଟନା ଏସଏସ୍‌ପି ମାନବଜୀତ ସିଂହ ଢିଲନ କହିଛନ୍ତି, “ଆର୍ମି ଯବାନ ବବୁଲ କୁମାର ଗୌହାଟୀରେ କାମ କରନ୍ତି। ସେ ୪୫ ଦିନର ଛୁଟି ନେଇ ଘରକୁ ଆସିଥିଲେ। ଗୁରୁବାର ସେ ଗୌହାଟୀ ଯିବାର ଥିଲା। ଏଥିପାଇଁ ସେ ବୁଧବାର ସନ୍ଧ୍ୟାରେ କୁମହରାରରେ ଥିବା ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଗୁରୁବାର ଭୋର ସମୟରେ ସେ ବାଇକରେ ସମ୍ପର୍କୀୟଙ୍କ ସହ ରେଳ ଷ୍ଟେସନ ଯାଉଥିବା ବେଳେ ଦୁଇ ଜଣ ଲୁଟେରା ସେମାନଙ୍କ ପିଛା କରିଥିଲେ। ଶେଷରେ ଜଣେ ଲୁଟେରା ବବୁଲଙ୍କୁ ଗୁଳି କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ବର୍ତ୍ତମାନ ଘଟଣାର ସିସିଟିଭି ଯାଞ୍ଚ କରୁଛି।”

Related story