ପାର୍ଥ ଚାଟାର୍ଜୀଙ୍କ ଦେହ ଭଲ ଅଛି, ଚିକିତ୍ସା ଆବଶ୍ୟକ ନାହିଁ: ଭୁବନେଶ୍ୱର ଏମ୍‌ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ନିଯୁକ୍ତି ସ୍କାମରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ମେଡିକାଲ ଝଟକା। ପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଲା ଭୁବନେଶ୍ୱର ଏମ୍ସ। ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିର୍ଦ୍ଦେଶକ ଆଶୁତୋଶ ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର ଏମ୍ସ କହିଛି,  ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ସେମିତି କିଛି ଖରାପ ନାହିଁ, ସେ ଭଲ ଅଛନ୍ତି। ଅବସ୍ଥା କିଛି ଖରାପ ନାହିଁ, ଆଜି ତାଙ୍କୁ ଡିସଚାର୍ଜ କରାଯିବ। ତାଙ୍କର ଯାହା […]

TMC on partha-chatterjee arrest

  • Published: Monday, 25 July 2022
  • , Updated: 25 July 2022, 07:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ନିଯୁକ୍ତି ସ୍କାମରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ମେଡିକାଲ ଝଟକା। ପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଲା ଭୁବନେଶ୍ୱର ଏମ୍ସ। ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିର୍ଦ୍ଦେଶକ ଆଶୁତୋଶ ବିଶ୍ୱାସ ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଏମ୍ସ କହିଛି,  ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ସେମିତି କିଛି ଖରାପ ନାହିଁ, ସେ ଭଲ ଅଛନ୍ତି। ଅବସ୍ଥା କିଛି ଖରାପ ନାହିଁ, ଆଜି ତାଙ୍କୁ ଡିସଚାର୍ଜ କରାଯିବ। ତାଙ୍କର ଯାହା କିଛି ପୁରୁଣା ରୋଗ ଥିଲା, ଏବେ ଅବସ୍ଥା ସ୍ଥିର ଅଛି।

ଏହି  ରିପୋର୍ଟ କଲିକତା ହାଇକୋର୍ଟରେ ଦାଖଲ ହେବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି। ପାର୍ଥଙ୍କୁ ଏୟାର ଆମ୍ବୁଲାନ୍ସରେ ପଡ଼ୋଶୀ ରାଜ୍ୟର ହସପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦେବାକୁ କୋର୍ଟ କହିଥିଲେ।

ମନ୍ତ୍ରୀ ଚାଟାର୍ଜୀ  କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଡନ୍‌ ପରି ବ୍ୟବହାର କରିଥିଲେ। ଏପରିକି ଇଡି ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବା ପରେ କଲିକତା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଆଜି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା।

ପଶ୍ଚିମବଙ୍ଗ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ ପରେ ପ୍ରଥମେ କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ତାଙ୍କୁ ଏସଏସକେଏମ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ହାଇକୋର୍ଟରେ ଇଡି ଆବେଦନ କରିଥିଲା।  ଯେତେଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ଚାଟାର୍ଜୀଙ୍କ ଚିକିତ୍ସା ଚାଲିଛି, ସେହି ସମୟକୁ  ଚାଟାର୍ଜୀଙ୍କ ରିମାଣ୍ଡ ଅବଧି ଭାବେ ବିବେଚନା ନ କରିବାକୁ  ଇଡି ପକ୍ଷରୁ ଆବେଦନରେ କରାଯାଇଛି । ଚାଟାର୍ଜୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ଦିଲ୍ଲୀ କିମ୍ବା କୋଲକତାସ୍ଥିତ ଏମ୍ସ କଲ୍ୟାଣୀକୁ ନେବାକୁ ପ୍ରସ୍ତୁତ ଥିବା ଇଡି ପକ୍ଷରୁ ନିଜ ଆବେଦନରେ କୁହାଯାଇଥିଲା। ମାତ୍ର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କଲିକତା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ମାମଲାକୁ ଶୁଣାଣି କରୁଥିବା ବେଳେ ଆଇନ ଜାଲରୁ ବଞ୍ଚିବା ପାଇଁ ମନ୍ତ୍ରୀ ଚାଟାର୍ଜୀ ଅସୁସ୍ଥତାର ଏପରି ନାଟକ କରୁଥିବା ଇଡି ପକ୍ଷରୁ କୁହାଯାଇଛି। ଗତ ଶନିବାର ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଥିଲା। ଏଥିସହ ଇଡି ପାର୍ଥଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଗିରଫ କରିଛି।

Related story