ରେଡ୍‌ ପରେ ପ୍ରତିକ୍ରିୟା ରଖିଲେ କେଜ୍ରିୱାଲ: କହିଲେ ଆମେ ସିବିଆଇକୁ ସ୍ୱାଗତ କରୁଛୁ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ବାସଭବନରେ ସିବିଆଇ ରେଡ୍‌ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ଘଟଣାରେ ନିଜର ପ୍ରତିକିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ ଆମେ ସିବିଆଇକୁ ସ୍ୱାଗତ କରୁଛୁ। ସବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବୁ। ଏନେଇ କେଜ୍ରିୱାଲ ଟ୍ୱିଟ କରିଛନ୍ତି ଯେ, ଦିଲ୍ଲୀରେ ସ୍କୁଲ ଗୁଡ଼ିକୁ ସିଶୋଦିଆ ବ୍ୟାପକ ଉନ୍ନତି କରିଛନ୍ତି।  ଦିଲ୍ଲୀ ଶିକ୍ଷା ବ୍ୟବସ୍ଥା ବିଦେଶରେ ମଧ୍ୟ ପ୍ରଶଂସିତ ହୋଇଛି। ଆମେରିକା ଖବର କାଗଜ ନ୍ୟୁୟର୍କ […]

kejriwal

  • Published: Friday, 19 August 2022
  • , Updated: 19 August 2022, 10:06 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ବାସଭବନରେ ସିବିଆଇ ରେଡ୍‌ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ଘଟଣାରେ ନିଜର ପ୍ରତିକିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ ଆମେ ସିବିଆଇକୁ ସ୍ୱାଗତ କରୁଛୁ। ସବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବୁ। ଏନେଇ କେଜ୍ରିୱାଲ ଟ୍ୱିଟ କରିଛନ୍ତି ଯେ, ଦିଲ୍ଲୀରେ ସ୍କୁଲ ଗୁଡ଼ିକୁ ସିଶୋଦିଆ ବ୍ୟାପକ ଉନ୍ନତି କରିଛନ୍ତି।  ଦିଲ୍ଲୀ ଶିକ୍ଷା ବ୍ୟବସ୍ଥା ବିଦେଶରେ ମଧ୍ୟ ପ୍ରଶଂସିତ ହୋଇଛି। ଆମେରିକା ଖବର କାଗଜ ନ୍ୟୁୟର୍କ ଟାଇମସ୍‌ରେ ଦିଲ୍ଲୀ ମଡେଲ ସ୍କୁଲ ପ୍ରଶଂସା କରାଯିବା ସହ ପ୍ରଥମ ପୃଷ୍ଠାରେ ସିଶୋଦିଆଙ୍କ ଫଟୋ ପ୍ରକାଶ ପାଇଛି। ପୂର୍ବରୁ ଅନେକଥର ରେଡ୍ ହୋଛି। କିନ୍ତୁ କିଛି ମିଳିନି। ପୁଣି ଥରେ ମଧ୍ୟ କିଛି ପାଇବେନି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଚଢ଼ାଉକୁ ନେଇ ନିଜେ ମନିଶ ସିଶୋଦିଆ ମଧ୍ୟ ଟ୍ୱିଟ୍‌ କରିଛନ୍ତି ।

ସେ କହିଛନ୍ତି ଯେ, ସିବିଆଇର ଆଗମନକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଯେଉଁମାନେ ଆମ ଦେଶରେ  ଭଲ କାମ କରୁଛନ୍ତି ସେମାନଙ୍କୁ ଲାଂଛିତ କରାଯାଉଛି।  ସେଥିପାଇଁ ଆମ ଦେଶ ଏକ ନମ୍ବର ହୋଇପାରୁ ନାହିଁ। ଭାରତକୁ ଏକ ନମ୍ବର କରିବାରେ ଆପ ଉଦ୍ୟମ ଜାରି ରଖିଛି।  ଆଜି ସକାଳେ ସିଶୋଦିଆ ନ୍ୟୁୟର୍କ ଟାଇମସ୍‌ର ପ୍ରଥମ ପୃଷ୍ଟାର ଅଂଶକୁ ଟ୍ୱିଟରରେ ସେୟାର କରିଛନ୍ତି। ସିଶୋଦିଆ କହିଛନ୍ତି ଯେ, ଆମେ ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ଭବିଷ୍ୟତ ଗଠନ କରିଛୁ ।

ସିବିଆଇ କାର୍ଯ୍ୟାନୁଷ୍ଠାନ ପରେ ଏମିତି ଟ୍ୱିଟ କରିଛନ୍ତି  ସିଶୋଦିଆ। ସୂଚନା ଅନୁଯାୟୀ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଆଜି ସକାଳୁ ‘ସିବିଆଇ’ ଟିମ୍‌ ଚଢ଼ାଉ କରିଛି। ସେହିପରି ଏହି ପଲିସି ଲିଙ୍କରେ ରାଜଧାନୀ ଦିଲ୍ଲୀରେ ୨୦ଟି ସ୍ଥାନରେ ଚଢ଼ଉ କରିଛି ସିବିଆଇ। ତେବେ ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଟ୍ୱିଟ୍‌ କରିଛନ୍ତି ସିଶୋଦିଆ। ଏଥିସହ ଆମେ ସିବିଆଇକୁ ସହଯୋଗୁ କରୁଛୁ ବୋଲି ସେ କହିଛନ୍ତି।  କିଛି ଦିନ ପୂର୍ବେ ଅବକାରୀ ନୀତି ୨୦୨୧-୨୨ କାର୍ଯ୍ୟକାରୀ ହେବାରେ ସାଂଘାତିକ ଅନିୟମିତା ସାମ୍ନାକୁ ଆସିଥିଲା। ଏହା ପରେ ରେଡ୍‌ ହୋଇଥିବା ଜଣାପଡ଼ିଛି।

Related story