ଆମ ଦଳ ଜିତିଲେ ପ୍ରତି ମହିଳାଙ୍କୁ ମାସକୁ ୧୦୦୦ ଟଙ୍କା ଦିଆଯିବ: କେଜ୍ରିୱାଲ

ପାଣାଜୀ: ଗୋଆରେ ନିର୍ବାଚନୀ ପ୍ରତିଶ୍ରୁତି ଦେଛନ୍ତି ଆମ ଆଦମି ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗୋଆରେ ଆପ୍‌ ଜିତିଲେ ପ୍ରତି ମହିଳାଙ୍କୁ ମାସକୁ ୧୦୦୦ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି। ନାଭେଲିମରେ ଏକ ଜନସମାବେଶକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି, ମହିଳାମାନଙ୍କ ପାଇଁ ଗୃହ ଆଧାର ଯୋଜନାରେ ମାସକୁ ୧୫୦୦ ରୁ ୨୫୦୦ ଟଙ୍କା ପ୍ରଦାନ କରାଯିବ। ୧୮ବର୍ଷରୁ ଅଧିକ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୦୦୦ଟଙ୍କା ଦିଆଯିବ। ଏହା ସବୁଠାରୁ ପ୍ରଭାବଶାଳୀ […]

kejriwal

Tapas Behera
  • Published: Sunday, 05 December 2021
  • , Updated: 05 December 2021, 06:23 PM IST

ପାଣାଜୀ: ଗୋଆରେ ନିର୍ବାଚନୀ ପ୍ରତିଶ୍ରୁତି ଦେଛନ୍ତି ଆମ ଆଦମି ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗୋଆରେ ଆପ୍‌ ଜିତିଲେ ପ୍ରତି ମହିଳାଙ୍କୁ ମାସକୁ ୧୦୦୦ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି।

ନାଭେଲିମରେ ଏକ ଜନସମାବେଶକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି, ମହିଳାମାନଙ୍କ ପାଇଁ ଗୃହ ଆଧାର ଯୋଜନାରେ ମାସକୁ ୧୫୦୦ ରୁ ୨୫୦୦ ଟଙ୍କା ପ୍ରଦାନ କରାଯିବ। ୧୮ବର୍ଷରୁ ଅଧିକ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୦୦୦ଟଙ୍କା ଦିଆଯିବ। ଏହା ସବୁଠାରୁ ପ୍ରଭାବଶାଳୀ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ହେବ ବୋଲି କେଜ୍ରିୱାଲ କହିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ସେମାନେ କହୁଛନ୍ତି କେଜ୍ରିୱାଲ ମାଗଣା ବାଣ୍ଟୁଛନ୍ତି। ହେଲେ କରଦାତାଙ୍କ ପଇସାରେ ନେତା ମାନେ ମାଗଣା ଲାଭ ଉଠାଉଛନ୍ତି। ହେଲେ ସାଧାରଣ ଲୋକ କାହିଁକି ପାଇବେ ନାହିଁ ବୋଲି କେଜ୍ରିୱାଲ  ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଯେଉଁମାନେ ଏହି ସହାୟତାକୁ  ଆବଶ୍ୟକ ଅନୁଭବ କରିବେ ନାହିଁ ସେମାନଙ୍କୁ ବାଦ ଦିଆଯିବ। ସେ କହିଛନ୍ତି ଯେ ଯଦି ତାଙ୍କ ଦଳ ଗୋଆରେ ସରକାର ଗଠନ କରେ ତେବେ ଗୃହ ଆଧାର ଯୋଜନା ଅନୁଯାୟୀ ମହିଳାମାନଙ୍କୁ ପ୍ରତି ମାସରେ ଅଢେଇ ହଜାର ଟଙ୍କା ଦିଆଯିବ। ଏହା ବ୍ୟତୀତ ସେ ମାଗଣା ବିଦ୍ୟୁତ୍ ଏବଂ ପାଣିର ପ୍ରତିଶୃତି ମଧ୍ୟ ଦେଇଛନ୍ତି। ସେ  କହିଛନ୍ତି ଯେ ଗୋଆର ରାଜନୀତିକୁ ବଞ୍ଚାଇବାକୁ ହେଲେ ଗୋଆକୁ ଖରାପ ନେତାଙ୍କଠାରୁ ରକ୍ଷା କରିବାକୁ ପଡିବ। ଏହା ପୂର୍ବରୁ ପଞ୍ଜାବରେ ମଧ୍ୟ କେଜ୍ରିୱାଲ କହିଥିଲେ ଯେ ଯଦି ତାଙ୍କ ଦଳ ଆପ୍‌ ୨୦୨୨ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସେ ତେବେ ପଞ୍ଜାବର ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ମାସିକ ୧ହଜାର ଟଙ୍କା ସ୍ଥାନାନ୍ତର କରାଯିବ। ସେହିପରି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବୟସ୍କ ମହିଳାମାନଙ୍କୁ  ପ୍ରତି ମାସରେ ୧ ହଜାର ଟଙ୍କା ଲେଖାଁଏ ଅତିରିକ୍ତ ଭାବେ ଦିଆଯିବ ।

Related story