ଆର୍ଯ୍ୟନଙ୍କ ଆଶା ମଉଳିଲା, ୩୦ ଯାଏଁ ଜେଲ୍‌ରେ ରହିବେ

ମୁମ୍ବାଇ: ମୁମ୍ବାଇ ହାଇପ୍ରୋଫାଇଲ୍‌ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଢ଼ିଲା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ଅଡୁଆ। ଆଉ ୨୬ ନୁହେଁ ଅକ୍ଟୋବର ୩୦ ଯାଏଁ ସେ ଜେଲ୍‌ରେ ରହିବେ। ମୁମ୍ବାଇର ସ୍ୱତନ୍ତ୍ର ଏନସିବି କୋର୍ଟ ଆର୍ଯ୍ୟନ୍ ବିଚାର ବିଭାଗୀୟ ହେପାଜତ ମିଆଦ ବଢ଼ାଇ ଦେଇଛନ୍ତି। ତାଙ୍କ ସହ ଅରବାଜଙ୍କ ସମେତ ୮ଜଣ ଅଭିଯୁକ୍ତଙ୍କ ମଧ୍ୟ ନ୍ୟାୟିକ ହେପାଜତକୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ। ୩୦ ଯାଏଁ ଏମାନଙ୍କୁ ବ୍ୟକ୍ତିଗତ ଭାବେ କୌଣସି କୋର୍ଟରେ […]

Aryan Khan

Madhupriya Mistry
  • Published: Thursday, 21 October 2021
  • , Updated: 21 October 2021, 05:17 PM IST

ମୁମ୍ବାଇ: ମୁମ୍ବାଇ ହାଇପ୍ରୋଫାଇଲ୍‌ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଢ଼ିଲା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ଅଡୁଆ। ଆଉ ୨୬ ନୁହେଁ ଅକ୍ଟୋବର ୩୦ ଯାଏଁ ସେ ଜେଲ୍‌ରେ ରହିବେ। ମୁମ୍ବାଇର ସ୍ୱତନ୍ତ୍ର ଏନସିବି କୋର୍ଟ ଆର୍ଯ୍ୟନ୍ ବିଚାର ବିଭାଗୀୟ ହେପାଜତ ମିଆଦ ବଢ଼ାଇ ଦେଇଛନ୍ତି। ତାଙ୍କ ସହ ଅରବାଜଙ୍କ ସମେତ ଜଣ ଅଭିଯୁକ୍ତଙ୍କ ମଧ୍ୟ ନ୍ୟାୟିକ ହେପାଜତକୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ। ୩୦ ଯାଏଁ ଏମାନଙ୍କୁ ବ୍ୟକ୍ତିଗତ ଭାବେ କୌଣସି କୋର୍ଟରେ ହାଜର କରାଯିବ ନାହିଁ। 

ପୂର୍ବରୁ ମୁମ୍ବାଇ ହାଇକୋର୍ଟ ୨୬ ଯାଏଁ ଜେଲ୍‌ରେ ରହିବାକୁ ଆର୍ଯ୍ୟନ୍‌ଙ୍କୁ ସମୟ ଦେଇଥିଲେ। ତାଙ୍କ ଜାମିନ୍ ଆବେଦନ ଉପରେ ଆସନ୍ତା ମଙ୍ଗଳବାର (ଅକ୍ଟୋବର ୨୬) ଶୁଣାଣି ହେବ ବୋଲି କହିଥିଲେ ବମ୍ବେ ହାଇକୋର୍ଟ। ଏବେ ସ୍ୱତନ୍ତ୍ର ଏନସିବି କୋର୍ଟ ଆର୍ଯ୍ୟନ୍‌ଙ୍କୁ ୩୦ ଯାଏଁ ଜେଲ୍‌ରେ ରଖିବାକୁ ସମୟ ଦେଇଛନ୍ତି।

ସୂଚନା ମୁତାବକ ବୁଧବାର ଦ୍ୱିତୀୟ ଥର ପାଇଁ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ମୁମ୍ବାଇର ଏକ ସ୍ପେଶାଲ୍ କୋର୍ଟ। ଏହା ପରେ ତାଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ଏନେଇ ମଙ୍ଗଳବାର ଶୁଣାଣି କରାଯିବା ବୋଲି ଆଜି ହାଇକୋର୍ଟ କହିଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖରେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)। ଏହା ପରଠୁ ପ୍ରାୟ ୩ ସପ୍ତାହ ହେବ ଜେଲ୍‌ରେ ଥିବା ଆର୍ଯ୍ୟନଙ୍କ ସହିତ ତାଙ୍କ ବାପା ଶାହରୁଖ ଖାଁ ଓ ମା’ ଗୌରୀ ଖାଁ ଭିଡିଓ କଲ୍‌ ଯୋଗେ ଗତ ଶୁକ୍ରବାର କଥାବାର୍ତ୍ତା ହୋଇଥିଲେ। କରୋନା ଯୋଗୁ ମହାରାଷ୍ଟ୍ରରେ କୌଣସି ଜେଲ୍‌ରେ କଏଦୀ ଓ ବିଚାରାଧୀନ କଏଦୀଙ୍କୁ ସଂପର୍କୀୟ ମାନେ ଭେଟିବା ଉପରେ କଟକଣା ଜାରି ହୋଇଥିଲା। ସେଥିପାଇଁ ଭିଡିଓ କଲ୍‌ରେ ସଂପର୍କୀୟଙ୍କ ସହିତ କଥାବାର୍ତ୍ତା ହେବାର ବ୍ୟବସ୍ଥା କରାଯାଇଥିଲା। ତେବେ ଆଜି ଠାରୁ ସାରା ରାଜ୍ୟରେ ଏହି କଟକଣାକୁ ହଟାଇ ଦିଆଯାଇଛି।

Related story