ଅବସର ନେଲେ ଏନଭି ରମନ୍ନା, କହିଲେ-ଆଇନକୁ ଲୋକଙ୍କ ନିକଟତର କରିବାକୁ ଚେଷ୍ଟା କରିଛି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନା ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ଏକ ଭାବବିହ୍ୱଳ ପରିବେଶରେ ବିଦାୟ ନେଇଛନ୍ତି  ଏନ.ଭି. ରମନ୍ନା । ତାଙ୍କ ସ୍ଥାନରେ ନୂଆ ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲି ଜଷ୍ଟିସ୍ ୟୁୟୁ ଲଲିତ ଦାୟିତ୍ୱ ଗ୍ରହଣ କରିବେ। ଜଷ୍ଟିସ୍ ୟୁୟୁ ଲଲିତ ୩ଟି ଦିଗ ଉପରେ ଫୋକସ କରିବେ ବୋଲି କହିଛନ୍ତି । କୋର୍ଟରେ ମାମଲାର ଲିଷ୍ଟିଂକୁ ସହଜ କରିବା, ତ୍ୱରିତ୍ୱ  ଶୁଣାଣି ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଅତି […]

cji-nv-ramana and uday-umesh-lalit

cji-nv-ramana and uday-umesh-lalit

Tapas Behera
  • Published: Friday, 26 August 2022
  • Updated: 27 August 2022, 01:40 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନା ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ଏକ ଭାବବିହ୍ୱଳ ପରିବେଶରେ ବିଦାୟ ନେଇଛନ୍ତି  ଏନ.ଭି. ରମନ୍ନା । ତାଙ୍କ ସ୍ଥାନରେ ନୂଆ ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲି ଜଷ୍ଟିସ୍ ୟୁୟୁ ଲଲିତ ଦାୟିତ୍ୱ ଗ୍ରହଣ କରିବେ।

ଜଷ୍ଟିସ୍ ୟୁୟୁ ଲଲିତ ୩ଟି ଦିଗ ଉପରେ ଫୋକସ କରିବେ ବୋଲି କହିଛନ୍ତି । କୋର୍ଟରେ ମାମଲାର ଲିଷ୍ଟିଂକୁ ସହଜ କରିବା, ତ୍ୱରିତ୍ୱ  ଶୁଣାଣି ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଅତି କମରେ ଗୋଟିଏ ସାମ୍ବିଧାନିକ ବେଞ୍ଚ ବସିବା ନେଇ ସେ ଗୁରୁତ୍ୱ ଦେବେ। ପ୍ରଧାନ ବିଚାରପତି ଭାବେ ଲଳିତଙ୍କ କାର୍ଯ୍ୟକାଳ ୭୪ ଦିନ ରହିବ। ସେ ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ।

ଅବସର ପୂର୍ବରୁ ତାଙ୍କୁ ସର୍ବୋଚ୍ଚ ବିଚାରପତି ଆସନରେ ନିଯୁକ୍ତି ମିଳିଛି। ୧୯୫୭ ମସିହା ନଭେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଲଳିତ ଆଇନଜୀବୀ ଭାବେ ୧୯୮୩ରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ କାର୍ଯ୍ୟରତ ଥିଲେ। ଏହାପରେ ଦିଲ୍ଲୀରେ କାର୍ଯ୍ୟକାଳ ଆରମ୍ଭ କରିଥିଲେ।  ପରେ ୨୦୦୪ରେ ସେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଭାବେ ନିଯୁକ୍ତି ପାଇଥିଲେ।

ତେବେ ବାର୍ ଦ୍ୱାରା ସୁପ୍ରିମକୋର୍ଟର ବିଚାରପତି ମନୋନୀତ ହେବା ପୂର୍ବରୁ ଜଷ୍ଟିସ୍ ଲଳିତ ସିବିଆଇର ସ୍ପେସିଆଲ୍ ପବ୍ଲିକ ପ୍ରସିକ୍ୟୁଟର ଭାବେ କାର୍ଯ୍ୟରତ ଥିଲେ। ୨୦୧୪ ଅଗଷ୍ଟ ୧୩ ତାରିଖରେ ଜଷ୍ଟିସ୍ ଲଳିତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

ବିଦାୟୀ ସିଜେଆଇ ଏନଭି ରମନ୍ନା କହିଛନ୍ତି, ସମ୍ବିଧାନ ଏବଂ ଆଇନକୁ କେମିତି ସାଧାରଣ ଜନତାଙ୍କ ନିକଟତର କରାଯାଇ ପାରିବ ତାହା ତାଙ୍କର ସାମ୍ବିଧାନିକ ଦାୟିତ୍ଵ ଥିଲା। ଲୋକଙ୍କୁ ନ୍ୟାୟପାଳିକା ପ୍ରତି ସଚେତନ କରିବା ଏବଂ ସେମାନଙ୍କ ମନରେ ବିଶ୍ଵାସ ଜନ୍ମାଇବା ଉପରେ ଗୁରୁତ୍ଵ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos