କାହିଁକି ନିର୍ବାଚନ ଲଢ଼ିଲେ ନାହିଁ କଂଗ୍ରେସ ନେତାଙ୍କ ଝିଅ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ମତଦାନ।  କଂଗ୍ରେସ ନେତା ସ୍ୱର୍ଗତ ଅହମ୍ମଦ ପଟେଲଙ୍କ ଝିଅ ମୁମତାଜ ପଟେଲ ଆଜି ମତଦାନ ପାଇଁ ଆସିଥିଲେ। ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ଅହମ୍ମଦ ପଟେଲଙ୍କ ଝିଅ କହିଛନ୍ତି ଯେ, କଂଗ୍ରେସ ଅଙ୍କଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ଜିତିବ। ଏଠି କଡ଼ା ଟକ୍କର ହେଉଥିଲେ ମଧ୍ୟ କଂଗ୍ରେସ ହିଁ ବିଜୟ ଲାଭ କରିବ। ମୁମତାଜ ପଟେଲ କହିଛନ୍ତି, ଆମେ ପରିବର୍ତ୍ତନକୁ ଅପେକ୍ଷା ରଖୁ।  ଅଙ୍କଲେଶ୍ୱରରେ ନେକ […]

test

  • Published: Thursday, 01 December 2022
  • , Updated: 01 December 2022, 04:42 PM IST

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ମତଦାନ।  କଂଗ୍ରେସ ନେତା ସ୍ୱର୍ଗତ ଅହମ୍ମଦ ପଟେଲଙ୍କ ଝିଅ ମୁମତାଜ ପଟେଲ ଆଜି ମତଦାନ ପାଇଁ ଆସିଥିଲେ। ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ଅହମ୍ମଦ ପଟେଲଙ୍କ ଝିଅ କହିଛନ୍ତି ଯେ, କଂଗ୍ରେସ ଅଙ୍କଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ଜିତିବ। ଏଠି କଡ଼ା ଟକ୍କର ହେଉଥିଲେ ମଧ୍ୟ କଂଗ୍ରେସ ହିଁ ବିଜୟ ଲାଭ କରିବ। ମୁମତାଜ ପଟେଲ କହିଛନ୍ତି, ଆମେ ପରିବର୍ତ୍ତନକୁ ଅପେକ୍ଷା ରଖୁ।  ଅଙ୍କଲେଶ୍ୱରରେ ନେକ ଟୁ ନେକ ଫାଇଟ୍‌ ଚାଲିଛି।  ତଥାପି ମୋର ବିଶ୍ୱାସ ଅଛି ଯେ, କଂଗ୍ରେସ ଜିତିବ। ଅଙ୍କଲେଶ୍ୱରର ଏକ ମତଦାନ ବୁଥରେ ଆଜି ମୁମତାଜ ପଟେଲ ଭୋଟ୍ ଦେଇଛନ୍ତି।

ଚଳିତ ବର୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବା ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ. ତାଙ୍କୁ ରାଜନୀତି ବୁଝିବାକୁ ସମୟ ଦରକାର । ସେ ପ୍ରଥମେ ଅନୁଧ୍ୟାନ କରିବେ। ବର୍ତ୍ତମାନ ମୁଁ ସବୁ ଜିନିଷଗୁଡ଼ିକୁନୀରିକ୍ଷଣକରିବି । ଏହା ପରେ ମୁଁ ଜନସାଧାରଣଙ୍କ ସହ ମିଶିବି। ଏହା ପରେ ମୁଁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବି। ଆସନ୍ତା ଲୋକସଭା ନିର୍ବାଚନରେ ​​ସେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ଗୋଟିଏ ବର୍ଷ ପରେ ଦେଖିବା। ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ରାଜ୍ୟର ୧୯ଜିଲାର ୮୯ଟି ଆସନ ପାଇଁ ଭୋଟିଂ କରାଯାଉଛି । ଶାନ୍ତି ଶୃଙ୍ଖଳାରେ ଭୋଟ ଦେଉଛନ୍ତି ଗୁଜରାଟବାସୀ ।

ନିର୍ବାଚନ​‌ରେ ଯେପରି କୌଣସି ଉତ୍ତେଜନା ସୃଷ୍ଟି ନହୁଏ ସେଥିପ୍ରତି ପ୍ରଶାସନ ସଜାଗ ରହିଛି । ସମସ୍ତ ବୁଥରେ ପୁଲିସ ମୁତୟନ ହୋଇଛନ୍ତି । ୫୦% ବୁଥରେ ୱେବ୍‌ କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ଦକ୍ଷିଣ ଗୁଜରାଟ ଓ କଚ୍ଛ-ସୌରାଷ୍ଟ୍ର ଅଞ୍ଚଳର ପ୍ରାୟ ୨କୋଟି ୪୦ ଲକ୍ଷ ଭୋଟର ସେମାନଙ୍କର ମତଦାନ କରୁଛନ୍ତି । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ଏଥିପାଇଁ ୨୫,୪୩୪ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରିଛି ପ୍ରଶାସନ । ଏହି ପର୍ଯ୍ୟାୟରେ ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଗୁଜରାଟବାସୀ । ଡିସେମ୍ବର ୫ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ ।

Related story