Advertisment

କାଲି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ, ବ୍ୟାପକ ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ। ତେଣୁ  ଦେଶର ୧୦୦ଟି ସ୍ମାରକୀ ଜି -୨୦ ଲୋଗୋ ସହିତ ଆଲୋକିତ ହେବ। ଏହି ଲୋଗୋରେ ଭାରତର ଜାତୀୟ ପତାକାର ରଙ୍ଗ ସମୂହ ପ୍ରତିଫଳିତ ହୋଇଛି। ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି ବସୁଧୈବ କୁଟୁମ୍ବକମ୍ ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ। ସୂଚନା ଅନୁଯାୟୀ, ଏହି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଭାରତ ପାଇଁ ଏକ ବଡ଼ ସୁଯୋଗ ଯାହା […]

ଅଦ୍ୟତନ ହୋଇଛି
୨୦ ଜିଲ୍ଲାରେ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ, ମୁଖ୍ୟମନ୍ତ୍ରୀ ଯିବେନି କଟକ

indian-flage

Advertisment

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ। ତେଣୁ  ଦେଶର ୧୦୦ଟି ସ୍ମାରକୀ ଜି -୨୦ ଲୋଗୋ ସହିତ ଆଲୋକିତ ହେବ। ଏହି ଲୋଗୋରେ ଭାରତର ଜାତୀୟ ପତାକାର ରଙ୍ଗ ସମୂହ ପ୍ରତିଫଳିତ ହୋଇଛି। ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି ବସୁଧୈବ କୁଟୁମ୍ବକମ୍ ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ। ସୂଚନା ଅନୁଯାୟୀ, ଏହି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଭାରତ ପାଇଁ ଏକ ବଡ଼ ସୁଯୋଗ ଯାହା ବିଶ୍ୱରେ ଭାରତର ବାର୍ତ୍ତାକୁ ପହଞ୍ଚେଇବାରେ ସହାୟକ ହେବ। ଏଥିଲାଗି ଏକ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରାୟ ୨୦୦ଟି ବୈଠକ ହେବ। ଜି-୨୦ ହେଉଛି ଆନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ପ୍ରମୁଖ ଫୋରମ୍‌। ଆସନ୍ତା ୨୦୨୩ ସେପ୍ଟେମ୍ବରରେ ଜି-୨୦ ଦୁଇ ଦିନିଆ ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ଶିଖର ସମ୍ମିଳନୀ ଦେଶର ସର୍ବବୃହତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ହେବ ବୋଲି ଜାଣିବାକୁ ମିଳିଛି।

Advertisment

ଆସନ୍ତା ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ବିଶାଳ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ଜି-୨୦ ଶିଖର ବୈଠକ ପୂର୍ବରୁ ଦେଶର ୫୦ଟି ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜିତ ହେବ। ୨୦୧୬ରେ ଶିଖର ସମ୍ମିଳନୀ ଆୟୋଜନ କରିବା ସମୟରେ ଚୀନରେ ଅନୁଷ୍ଠିତ ମୋଟ ବୈଠକ ସଂଖ୍ୟାଠାରୁ ଏହା ଅଧିକ। ଏହି ଶିଖର ସମ୍ମିଳନୀରେ ‘ନିଖୁଣ ଏବଂ ଅନନ୍ୟ ଭାରତୀୟ’ ପରିଚୟ ରହିବ ଏବଂ ବ୍ରାଣ୍ଡ ଇଣ୍ଡିଆକୁ ଏଥିରେ ଯୋଗ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ଡିସେମ୍ବର ୧ ପାଇଁ ଯୋଜନା କରାଯାଇଥିବା କାର୍ଯ୍ୟକ୍ରମରେ ୧୦୦ ସ୍ମାରକୀକୁ ନେଇ ଆଲୋକର ଏକ ସ୍ୱତନ୍ତ୍ର ସମାରୋହ ଅନ୍ତର୍ଭୁକ୍ତ ହେବ ଏବଂ ଏଥିସହ ଏକ ସ୍ୱତନ୍ତ୍ର ଅଡିଓ-ଭିଡିଓ କ୍ଲିପ୍‌ ଉନ୍ମୋଚିତ ହେବ। ଏହି ଅବସରରେ ଜି-୨୦ ଲୋଗୋ ସହିତ ସେଲଫି ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ। ଜି-୨୦ ଲୋଗୋ ଚିତ୍ରଣ କରିବା ପାଇଁ ପୁରୀର ବାଲୁକା ଶିଳ୍ପୀମାନଙ୍କୁ ନିୟୋଜିତ କରାଯିବ।

ଜି-୨୦ ବିଷୟରେ ଛାତ୍ରମାନଙ୍କୁ ସମ୍ବେଦନଶୀଳ କରିବା ପାଇଁ ବିଦ୍ୟାଳୟରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୭୫ଟି କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ ଜି-୨୦ ସମ୍ମିଳନୀ ନେଇ ଆୟୋଜିତ ହେବାକୁ ଥିବା ମତବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe