ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ଜମ୍ମୁ: ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।  ଏଥିସହ ବହୁ ତୀର୍ଥଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା ଲାଗିପଡ଼ିଛି।  ଶୁକ୍ରବା ସନ୍ଧ୍ୟା ୫ଟା ୩୦ରେ ବାଦଲ ଫଟା ବର୍ଷା ହୋଇଥିଲା। ଫଳରେ ଗୁମ୍ପା ନିକଟରେ ମୂଷଳ ଧାରାରେ ଜଳ ପ୍ରବାହିତ ହୋଇଥିଲା । ଦ୍ଧାଳୁ ମାନେ ଫସିଯାଇଥିଲେ। କିଛି […]

amarnath

amarnath

Tapas Behera
  • Published: Friday, 08 July 2022
  • Updated: 08 July 2022, 10:02 PM IST

Sports

Latest News

ଜମ୍ମୁ: ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।  ଏଥିସହ ବହୁ ତୀର୍ଥଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା ଲାଗିପଡ଼ିଛି।  ଶୁକ୍ରବା ସନ୍ଧ୍ୟା ୫ଟା ୩୦ରେ ବାଦଲ ଫଟା ବର୍ଷା ହୋଇଥିଲା। ଫଳରେ ଗୁମ୍ପା ନିକଟରେ ମୂଷଳ ଧାରାରେ ଜଳ ପ୍ରବାହିତ ହୋଇଥିଲା । ଦ୍ଧାଳୁ ମାନେ ଫସିଯାଇଥିଲେ। କିଛି ସମୟ ପାଇଁ ହୋଇଥିବା ଏହି ଜଳ ପ୍ରଳୟରେ କେତେକ ଟେଣ୍ଟ ହାଉସ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରତ୍ୟେକ ଟେଣ୍ଟରେ ଅତି କମ୍‌ରେ ୪-୬ ଲୋକେ ରହୁଥିଲେ। ଏନ୍‌ଡିଆର୍‌ଏଫ୍‌ର କର୍ମଚାରୀଙ୍କ ସୂଚନା ଅନୁସାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ୍ ଅଛନ୍ତି। ଆହତମାନଙ୍କୁ ଏୟାର୍‌ଲିଫ୍ଟ କରି ଡାକ୍ତରଖାନା ନିଆଯାଉଛି। ବର୍ତ୍ତମାନ ଖରାପ ସ୍ଥିତିକୁ ଦେଖି ଅମରନାଥ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos