ରାଷ୍ଟ୍ରପତି ନିର୍ବାଚନ: ଶରଦ ପାୱାର ମନାକଲେ, ଏହି ଦୁଇ ଜଣଙ୍କ ନାଁ ପ୍ରସ୍ତାବ ଦେଲେ ମମତା

ନୂଆଦିଲ୍ଲୀ: ଆସନ୍ତାମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକ ନିଜର ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସବୁ ବିରୋଧୀ ଦଳଗୁଡ଼ିକ ବିଜେପି ବିରୋଧରେ ଅନୁଷ୍ଠିତ ହେଉଥିବା ବୈଠକକୁ ନିମନ୍ତ୍ରଣ କରିଥିଲେ। ଏଥିରେ ଏନସିପି ନେତା ଶରଦ ପାୱାର ବି ଯୋଗ ଦେଇଥିଲେ। ମମତା ବାନାର୍ଜୀ ବୈଠକ ବେଳେ ଶରଦ ପାୱାରଙ୍କୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପୁଣିଥରେ ଅନୁରୋଧ କରିଥିଲେ। ହେଲେ ସେ […]

Mamata

Mamata

Hemant Lenka
  • Published: Wednesday, 15 June 2022
  • Updated: 15 June 2022, 05:35 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକ ନିଜର ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସବୁ ବିରୋଧୀ ଦଳଗୁଡ଼ିକ ବିଜେପି ବିରୋଧରେ ଅନୁଷ୍ଠିତ ହେଉଥିବା ବୈଠକକୁ ନିମନ୍ତ୍ରଣ କରିଥିଲେ। ଏଥିରେ ଏନସିପି ନେତା ଶରଦ ପାୱାର ବି ଯୋଗ ଦେଇଥିଲେ।

ମମତା ବାନାର୍ଜୀ ବୈଠକ ବେଳେ ଶରଦ ପାୱାରଙ୍କୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପୁଣିଥରେ ଅନୁରୋଧ କରିଥିଲେ। ହେଲେ ସେ ଏହି ପ୍ରସ୍ତାବକୁ ରୋକ ଠୋକ ମନା କରିଦେଇଛନ୍ତି। ଏଥିସହ ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଥିବା ବିରୋଧୀଙ୍କ ମେଣ୍ଟରେ ସ୍ପଷ୍ଟ ଭାବେ କହିଛନ୍ତି। ଏହାପରେ ମମତା ବେଙ୍ଗଲର ପୂର୍ବତନ ରାଜ୍ୟପାଳ ଗୋପାଳ କୃଷ୍ଣ ଗାନ୍ଧି ଓ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରାପତି ପ୍ରାର୍ଥୀ କରିବା ସପକ୍ଷରେ ପ୍ରସ୍ତାବ ଦେଇଛନ୍ତି। ଅଧିକାଂଶ ବିରୋଧୀ ଶ୍ରୀ ଗାନ୍ଧିଙ୍କ ସପକ୍ଷରେ ମତ ରଖିଛନ୍ତି। ତେବେ ଆଗାମୀ ଦିନରେ ପୁଣିଥରେ ବୈଠକ ହେବ ବୋଲି ଜଣାପଡ଼ିଛି।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୁନ ୨୯ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ବିଜେପି ଆସନ୍ତା ସପ୍ତାହରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ। ଏହାପୂର୍ବରୁ ଆଜି ମମତାଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ବୈଠକ କରି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିବାକୁ ଉଦ୍ୟମ କରିଛନ୍ତି। ପୂର୍ବରୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଶରଦ ପାୱାର ହେବେ ବୋଲି ଚର୍ଚ୍ଚା ହେଉଥିଲା।

ତାଙ୍କୁ ମମତାଙ୍କ ସମେତ କଂଗ୍ରେସ, ବାମ ଦଳ, ଶିବସେନା ଓ ଆପ୍‌ ଭଳି ଦଳ ସମର୍ଥନ କରିବେ ବୋଲି କହିଥିଲେ। କିନ୍ତୁ ସେ ପ୍ରାର୍ଥୀ ହେବାକୁ ମନା କରି ଦେବାରୁ ଏବେ ଗୋପାଳ କୃଷ୍ଣ ଗାନ୍ଧି ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ମମତାଙ୍କ ଭଳି ବାମଦଳ ମଧ୍ୟ ଶ୍ରୀ ଗାନ୍ଧିଙ୍କ ସପକ୍ଷରେ ରହିଛି। ଶ୍ରୀ ଗାନ୍ଧି ବିରୋଧୀ ମେଣ୍ଟର ପ୍ରାର୍ଥୀ ହେଲେ ମଧ୍ୟ ବିଜେପି ମେଣ୍ଟର ପ୍ରାର୍ଥୀଙ୍କୁ ହରାଇବା କଷ୍ଟକର ହୋଇପଡ଼ିବ।

କାରଣ ଆଜି ମମତା ସବୁ ବିରୋଧୀଙ୍କୁ ବୈଠକକୁ ଡାକିଥିଲେ ମଧ୍ୟ ୫ଟି ପ୍ରମୁଖ ବିରୋଧୀ ଦଳ ଏଥିରେ ଯୋଗ ଦେଇ ନାହାନ୍ତି। ଏମାନଙ୍କ ମଧ୍ୟରେ କେ ଚନ୍ଦ୍ର ଶେଖର ରାଓଙ୍କ ଟିଆରଏସ, ଅରବିନ୍ଦ କେଜ୍ରିୱାଲଙ୍କ ଆପ, ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ, ପ୍ରକାଶ ସିଂହ ବାଦଙ୍କ ଅକାଳୀ ଦଳ ଓ ନବୀନ ପଟ୍ଟନାୟକଙ୍କ ବିଜେଡି ରହିଛି। ସେହିପରି ଅସାଦୁଦ୍ଦିନ ଓୱେସୀଙ୍କୁ ବିରୋଧୀ ମେଣ୍ଟର ବୈଠକଙ୍କୁ ମମତା ଡାକି ନଥିବା ଜଣାପଡ଼ିଛି। କଂଗ୍ରେସ ବୈଠକରେ ଯୋଗଦେଇଥିବାରୁ ଆପ, ଟିଆରଏସ୍‌ ଓ ଅକାଳୀ ଦଳ ଏଥିରେ ସାମିଲ ହୋଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos