ପୁଣି ଗୁଜରାଟରୁ ଧରା ପଡ଼ିଲା ୬୦୦ କୋଟି ଟଙ୍କାର ହେରୋଇନ

ଅହମଦାବାଦ: ପୁଣିଥରେ ଗୁଜରାଟରୁ ଜବତ ହୋଇଛି ବିପୁଳ ପରିମାଣର ହେରୋଇନ। ଗୁଜରାଟର ଆତଙ୍କବାଦ ନିରୋଧ ସ୍କ୍ୱାଡ (ଏଟିଏସ୍‌) ୧୨୦ କେଜି ଓଜନର ହେରୋଇନ ମୋରବି ଜିଲ୍ଲାରେ ଥିବା ଝିନଜୁଦା ଗାଁରୁ ଜବତ କରିଛି। ଏହି ଜବତ ହେରୋଇନର ବଜାର ମୂଲ୍ୟ ୬୦୦ କୋଟି ଟଙ୍କା ହେବ। ଏହି ଘଟଣାରେ ଏଟିଏସ୍‌ ୩ ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ପୁଲିସ୍‌ ଓ ଏଟିଏସ ମିଳିତ ଭାବେ ଏହି ଅପରେସନ କରିଥିଲେ। ଅପରେସନ ବେଳେ ମୁକ୍ତାର ହୁସେନ ଓରଫ ଜବ୍ବର […]

Heroin

Hemant Lenka
  • Published: Monday, 15 November 2021
  • , Updated: 15 November 2021, 06:13 PM IST

ଅହମଦାବାଦ: ପୁଣିଥରେ ଗୁଜରାଟରୁ ଜବତ ହୋଇଛି ବିପୁଳ ପରିମାଣର ହେରୋଇନ। ଗୁଜରାଟର ଆତଙ୍କବାଦ ନିରୋଧ ସ୍କ୍ୱାଡ (ଏଟିଏସ୍‌) ୧୨୦ କେଜି ଓଜନର ହେରୋଇନ ମୋରବି ଜିଲ୍ଲାରେ ଥିବା ଝିନଜୁଦା ଗାଁରୁ ଜବତ କରିଛି। ଏହି ଜବତ ହେରୋଇନର ବଜାର ମୂଲ୍ୟ ୬୦୦ କୋଟି ଟଙ୍କା ହେବ। ଏହି ଘଟଣାରେ ଏଟିଏସ୍‌ ୩ ଜଣଙ୍କୁ ଗିରଫ କରିଛି।

ସ୍ଥାନୀୟ ପୁଲିସ୍‌ ଓ ଏଟିଏସ ମିଳିତ ଭାବେ ଏହି ଅପରେସନ କରିଥିଲେ। ଅପରେସନ ବେଳେ ମୁକ୍ତାର ହୁସେନ ଓରଫ ଜବ୍ବର ଜୋଡିୟା, ଶାମସୁଦ୍ଦିନ ହୁସେନ ଓ ଗୁଲାମ ହୁସେନ ଠାରୁ ଏପରି ବିପୁର ପରିମାଣର ହେରୋଇନ ଜବତ ହୋଇଛି। ଗୁଜରାଟ ଏଟିଏସ ଗୋଟିଏ ବିବୃତିରେ କହିଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗୋଟିଏ ପାକିସ୍ତାନ ବୋଟ୍‌ରେ ହିଁ ଏହି ହେରୋଇନ ସମୁଦ୍ର ପଥରେ ଆସିଥିଲା।

ଏହାକୁ ମୁକ୍ତାର ଓ ଗୁଲାମ ରିସିଭ କରିଥିଲେ। ଏହାକୁ ପାକିସ୍ତାନରେ ରହୁଥିବା ଜାହିଦ ବାସିର ବାଲୋଚ ପଠାଇଥିଲା। ୨୦୧୯ ମସିହାରେ ୨୭୭ କେଜି ଓଜନର ହେରୋଇନ ଜବତ ହେବା ଘଟଣାରେ ସେ ଅଭିଯୁକ୍ତ। ତାକୁ ଧରିବା ପାଇଁ ପ୍ରୟାସ ଚାଲିଥିବା ବେଳେ ସେ ପାକିସ୍ତାନରେ ରହିଥିବା ଜଣାପଡ଼ିଛି।

ସେହିଠାରୁ ହିଁ ସେ ଭାରତକୁ ବିଭିନ୍ନ ସମୟରେ ହେରୋଇନ ଚାଳାଣ କରୁଥିବା କୁହାଯାଉଛି। ଆଫ୍ରିକା ଦେଶକୁ ଏହି ହେରୋଇନକୁ ପଠାଇବା ପାଇଁ ଭାରତୀୟ ନିଶା ବେପାରୀଙ୍କୁ ଦିଆଯାଉଥିବା ଏଟିଏସ କହିଛି।

ଗୁଜରାଟର ଏଟିଏସ୍‌ ଡିଆଇଜି ହିମାଂଶୁ ଶୁକ୍ଳା କହିଛନ୍ତି, “ଏଟିଏସ ଗୋଟିଏ ବର୍ଷ ମଧ୍ୟରେ ୧୩୨୦ କୋଟି ଟଙ୍କାର ହେରୋଇନ ଜବତ କରି ସାରିଲାଣି। ଏହି ଡ୍ରଗ୍ସ ଗୁଡ଼ିକ ଆଫଗାନିସ୍ତାନ ଓ ପାକିସ୍ତାନରୁ ହିଁ ଭାରତକୁ ଆସୁଛି। ଏହି ଦୁଇ ଦେଶରେ ବିପୁଳ ପାରିମାଣର ଡ୍ରଗ ଉତ୍ପାଦନ ହୋଇଥାଏ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ କଚ୍ଚରେ ଥିବା ଆଦାନୀ ପୋର୍ଟରୁ ୨୧ ହଜାର କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା। ଜବତ ହେରୋଇନର ଓନଜ ୩ ହଜାର କେଜି ଥିଲା। ଆଫଗାନିସ୍ତାନରୁ ଏଗୁଡ଼ିକ ଭାରତକୁ କାରଗୋ କଣ୍ଟେନର ଦ୍ୱାରା ଏଠାକୁ ଆସିଥିବା ତଦନ୍ତରୁ ଜଣାପଡ଼ିଛି।

Related story