ସର୍ଭେରୁ ଆସିଲା ତଥ୍ୟ: ବାବ୍ରୀ ମସଜିଦ ଭଙ୍ଗା ଘଟଣା ହିନ୍ଦୁ-ମୁସଲିମ ସମ୍ପର୍କକୁ ଖରାପ କରିଛି

ନୂଆଦିଲ୍ଲୀ: ହିନ୍ଦୁ, ମୁସଲିମ, ଶିଖ୍‌, ସାଇ ଆମେ ସମସ୍ତେ ଭାଇ ଭାଇ। ଏହି ଉକ୍ତିକୁ ସବୁବେଳେ ସମସ୍ତେ କହୁଛନ୍ତି। ହେଲେ ବାବ୍ରୀ ମସଜିଦ ଭଙ୍ଗା ଘଟଣା ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଥିବା ଭାଇଚାରକୁ ଖରାପ କରିଦେଇଛି ବୋଲି ନୂଆ ସର୍ଭେରୁ ଜଣାପଡ଼ିଛି। ଆଇଏଏନ୍‌ଏସ-ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ସଂସ୍ଥା ପକ୍ଷରୁ ସମଗ୍ର ଦେଶରୁ ୧୯୪୨ ଜଣ ସାମ୍ପୁଲ ସାଇଜକୁ ନେଇ ୨୦୨୧ ମସିହା ଡିସେମ୍ବର ୫ରେ ସର୍ଭେ କରାଯାଇଥିଲା। […]

Babri

Hemant Lenka
  • Published: Thursday, 09 December 2021
  • , Updated: 09 December 2021, 05:02 PM IST

ନୂଆଦିଲ୍ଲୀ: ହିନ୍ଦୁ, ମୁସଲିମ, ଶିଖ୍‌, ସାଇ ଆମେ ସମସ୍ତେ ଭାଇ ଭାଇ। ଏହି ଉକ୍ତିକୁ ସବୁବେଳେ ସମସ୍ତେ କହୁଛନ୍ତି। ହେଲେ ବାବ୍ରୀ ମସଜିଦ ଭଙ୍ଗା ଘଟଣା ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଥିବା ଭାଇଚାରକୁ ଖରାପ କରିଦେଇଛି ବୋଲି ନୂଆ ସର୍ଭେରୁ ଜଣାପଡ଼ିଛି।

ଆଇଏଏନ୍‌ଏସ-ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ସଂସ୍ଥା ପକ୍ଷରୁ ସମଗ୍ର ଦେଶରୁ ୧୯୪୨ ଜଣ ସାମ୍ପୁଲ ସାଇଜକୁ ନେଇ ୨୦୨୧ ମସିହା ଡିସେମ୍ବର ୫ରେ ସର୍ଭେ କରାଯାଇଥିଲା। ଏହି ସମୟରେ ହିନ୍ଦୁ-ମୁସଲିମ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପ୍ରଶ୍ନ କରାଯାଇଥିଲା।

ସର୍ଭେରେ ସାମିଲ ଥିବା ୯୮.୧% ଲୋକ କହିଛନ୍ତି ଯେ ୧୯୯୧ରେ ଘଟିଥିବା ବାବ୍ରୀ ମସଜିଦ ଭଙ୍ଗା ଘଟଣା ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ଭରି ଦେଇଛି। ତେବେ ସମୟକ୍ରମେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବାରେ ଲାଗିଛି। ଏକଥା ସର୍ଭେରେ ସାମିଲ ଥିବା ୫୯.୩% ଲୋକ ମତ ଦେଇଛନ୍ତି।

କିନ୍ତୁ ବାବ୍ରୀ ମସିଜିଦ ଭଙ୍ଗା ଘଟଣାର ହିନ୍ଦୁ ଓ ମୁସଲିମଙ୍କ ସମ୍ପର୍କକୁ ସ୍ଥାୟୀ ଭାବେ ଖରାପ କରି ଦେଇଥିବା ୩୮.୮% ଲୋକ କହିଛନ୍ତି। ସର୍ଭେରେ ସାମିଲ ଥିବା ମାତ୍ର ୧.୯% ଲୋକ ବାବ୍ରୀ ମସଜିଦ ଭଙ୍ଗା ଘଟଣା ଦୁଇ ସଂପ୍ରଦାୟ ମଧ୍ୟରେ ଥିବା ଭାଇଚାରାକୁ ପ୍ରଭାବିତ କରି ପାରି ନଥିବା କହିଛନ୍ତି।

୧୯୯୧ ବାବ୍ରୀ ମସିଜିଦ ଭଙ୍ଗା ଘଟଣା ପରେ ଭାରତର ବିଭିନ୍ନ ସ୍ଥାନରେ ସାଂପ୍ରଦାୟିକ ଦଙ୍ଗା ଦେଖାଯାଇଥିଲା। ଏହି କାରଣରୁ ବିଭିନ୍ନ ରାଜ୍ୟରେ ହଜାର ହଜାର ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ସମୟ ଅତିବାହିତ ହେବା ସହ ସାଂପ୍ରଦାୟିକ ଦଙ୍ଗା ଘଟଣା ହ୍ରାସ ପାଇଛି।

ସର୍ଭେ ବେଳେ ୩୦.୮% ଲୋକ କହିଛନ୍ତି ଯେ ନ୍ୟାୟପାଳିକା ଦଙ୍ଗାକାରୀଙ୍କ ବିରୋଧରେ କଠୋର ରାୟ ଦେଉଥିବାରୁ ସାଂପ୍ରଦାୟିକ ହିଂସା କମ ହୋଇଛି। ତେବେ ୩୬.୫% ଲୋକଙ୍କ ମତରେ ଦୁଇ ସଂପ୍ରଦାୟର ମୁଖ୍ୟମାନେ ସ୍ଥିତିକୁ ଭଲ ଭାବେ ପରିଚାଳନା କରୁଥିବାରୁ ହିଂସା ହ୍ରାସ ପାଇଛି। ୩୨.୭% ଲୋକ ପୁଲିସ୍‌ର ଉପଯୁକ୍ତ ପଦକ୍ଷେପ ଯୋଗୁ ଦେଶରେ ସାଂପ୍ରଦାୟିକ ହିଂସା କମିଥିବା କହିଛନ୍ତି।

Related story