ଥିରୁଭନନ୍ତପୁରମ: ଏକ ଛୁଆ ହାତୀର ଶୁଣ୍ଢ ନାହିଁ। ବିନା ଶୁଣ୍ଢ ଥିବା ଏକ ଛୁଆ ହାତୀକୁ କେରଳ ଆଥିରାପଲି ଜଙ୍ଗଲରେ ଠାବ କରାଯାଇଛି। ସ୍ଥାନୀୟ ଲୋକେ ଏହି ହାତୀଛୁଆକୁ ଗୋଠ ମଧ୍ୟରେ ଠାବ କରିବା ପରେ କ୍ୟାମେରାରା କଏଦ କରିଥିଲେ। ଏନେଇ ସେମାନେ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଛନ୍ତି। ତେବେ ବନବିଭାଗ ଏହି ଛୁଆ ହାତୀଟିକୁ ଖୋଜିବା ଆରମ୍ଭ କରିଛି। ଜଙ୍ଗଲ ଅଧିକାରୀମାନେ କହିଛନ୍ତି ଯେ ସେମାନେ ଏଯାଏଁ ଛୁଆଟିକୁ ଖୋଜି ପାଇ ନାହାଁନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଏହା ଆଥିରାପ୍ପାଲୀ ପରିସର ମଧ୍ୟରେ ଥିବା ଏଜଟ୍ଟୁମୁଗୁମ୍ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଆମେ ଖୋଲାଖୋଜି ଜାରି ରଖିଛୁ ବୋଲି ବନ ବିଭାଗ କରିଛି। ଏହା ଜେନେଟିକ୍ ଜନିତ ନା କୌଣସି ହିଂସ୍ର ଯନ୍ତୁଙ୍କ ଦ୍ୱାରା ଆକ୍ରମଣର କାରଣ ବୋଲି ପ୍ରଶ୍ନ ହେବାରୁ ବନବିଭାଗ କହିଛି ଏହା ଆକ୍ରମଣଜିନତ ହୋଇପାରେ। ବନ ବିଭାଗ କହିଛି ସାଧାରଣତଃ ଛୁଆ ହାତୀମାନଙ୍କୁ ବାଘ ଆକ୍ରମଣ କରେ। ଏଥିରେ ଆକ୍ରମଣ ହାତୀଛୁଆଟି ଆହତ ହୋଇଥାଇପାରେ।