ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରୁ ଉଭା ହୋଇଗଲା ବିଜିଏମଆଇ ଗେମ୍‌

ନୂଆଦିଲ୍ଲୀ: ଭାରତର ପବଜୀ ତଥା ମୋବାଇଲ ଗେମ ବ୍ୟାଟେଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ(ବିଜିଏମଆଇ) ହଠାତ ରହସ୍ୟଜନକ ଭାବେ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋରରୁ ଉଭା ହୋଇ ଯାଇଛି। ଗତବର୍ଷ ଏହି ମୋବାଇଲ ଗେମକୁ ଲଞ୍ଚ କରାଯାଇଥିଲା। ୨୦୨୦ରେ ସରକାର ସୁରକ୍ଷା ଦୃଷ୍ଟିରୁ ଚାଇନିଜ ଗେମିଂ ଆପ୍‌ ପବଜୀକୁ ବ୍ୟାନ କରିଥିଲେ। ଏହାପରେ ଏହାର ଭାରତୀୟ ଭର୍ସନ ଭାବେ ୨୦୨୧ରେ ବିଜିଏମଆଇ ଲଞ୍ଚ ହୋଇଥିଲା। କିନ୍ତୁ ଏବେ ହଠାତ୍‌ ପ୍ଲେ ଷ୍ଟୋରରୁ ହଟିବା ସମସ୍ତଙ୍କୁ […]

BGMI

  • Published: Thursday, 28 July 2022
  • , Updated: 28 July 2022, 09:52 PM IST

ନୂଆଦିଲ୍ଲୀ: ଭାରତର ପବଜୀ ତଥା ମୋବାଇଲ ଗେମ ବ୍ୟାଟେଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ(ବିଜିଏମଆଇ) ହଠାତ ରହସ୍ୟଜନକ ଭାବେ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋରରୁ ଉଭା ହୋଇ ଯାଇଛି। ଗତବର୍ଷ ଏହି ମୋବାଇଲ ଗେମକୁ ଲଞ୍ଚ କରାଯାଇଥିଲା। ୨୦୨୦ରେ ସରକାର ସୁରକ୍ଷା ଦୃଷ୍ଟିରୁ ଚାଇନିଜ ଗେମିଂ ଆପ୍‌ ପବଜୀକୁ ବ୍ୟାନ କରିଥିଲେ। ଏହାପରେ ଏହାର ଭାରତୀୟ ଭର୍ସନ ଭାବେ ୨୦୨୧ରେ ବିଜିଏମଆଇ ଲଞ୍ଚ ହୋଇଥିଲା।

କିନ୍ତୁ ଏବେ ହଠାତ୍‌ ପ୍ଲେ ଷ୍ଟୋରରୁ ହଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ବ୍ୟାନ କରାଯାଇଛି ନା କିଛି ଆପ ଷ୍ଟୋର ନୀତି ଯୋଗୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି, ସେକଥା ଜଣାପଡ଼ିନି। ରିପୋର୍ଟ ଲେଖା ହେବା ବେଳକୁ ବିଜିଏମଆଇର ନିର୍ମାଣକର୍ତ୍ତା କ୍ରାଫଟନ ବାହାର କରିଥିବା ପବଜୀ ନ୍ୟୁ ଷ୍ଟେଟ ଉଭୟ ଗୁଗଲ ପ୍ଲେ ଓ ଆପଲ ଆପ ଷ୍ଟୋରରେ ଡାଉନଲୋଡ କରିବାକୁ ଉପଲବ୍ଧ ରହିଛି।

କିଛି ଦିନ ତଳେ ରାଜ୍ୟସଭାରେ ବିଜିଏମଆଇ ପ୍ରସଙ୍ଗ ଉଠିଥିଲା। ଏହି ମୋବାଇଲ ଗେମ ଛୋଟ ପିଲାଙ୍କ ଉପରେ କୁପ୍ରଭାବ ପକାଉଛି କି ନାହିଁ, ତା’ ଉପରେ ସାଂସଦମାନେ ଆଲୋଚନା କରିଥିଲେ। ଗତମାସରେ ପବଜୀ ଖେଳକୁ ନେଇ ଜଣେ ପିଲା ଲକ୍ଷ୍ନୌରେ ତା’ ମା’ଙ୍କୁ ହତ୍ୟା କରିଥିଲା। ତେଣୁ ରାଜ୍ୟସଭାରେ ମୋବାଇଲ ଗେମର ପ୍ରଭାବ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି କାରଣରୁ ବିଜିଏମଆଇକୁ ପ୍ଲେ ଷ୍ଟୋରକୁ ହଟାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି।

ପ୍ଲେ ଷ୍ଟୋରରୁ ଏହି ଗେମ ହଟିଥିଲେ ମଧ୍ୟ ପୂର୍ବରୁ ଡାଉନଲୋଡ କରି ସାରିଥିବା ଯୁବକ ଓ ପିଲାମାନେ ଏହାକୁ ବ୍ୟବହାର କରିବାକୁ ସକ୍ଷମ ହେଉଛନ୍ତି। ବିଜିଏମଆଇର ନିର୍ମାଣ କରିଥିବା କମ୍ପାନୀ କିନ୍ତୁ କାହିଁକି ପ୍ଲେ ଷ୍ଟୋରରୁ ଏହା ହଟିଲା ତା’ର ସୂଚନା ରଖିନାହିଁ। ଯଦି ସେମିତି କିଛି ହୋଇଛି, ଏହାର କାରଣ ଜାଣିବା ପରେ ପୂରା ତଥ୍ୟକୁ ସାର୍ବଜନୀନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Related story