ବିଜେପି ନେତା ସବ୍ୟସାଚ୍ଚୀ ଦତ୍ତ ଟିଏମସିକୁ ଫେରିବେ!

କୋଲକାତା: ପୁଣିଥରେ ବିଜେପିକୁ ପଶ୍ଚିମବଙ୍ଗରେ ଶକ୍ତ ଝଟକା ଲାଗିବାକୁ ଯାଉଛି। ଅନେକ ବରିଷ୍ଠ ବିଜେପି ନେତା ଦଳ ଛାଡ଼ି ଟିଏମସିରେ ମିଶୁଥିବା ବେଳେ ଏବେ ସବ୍ୟସାଚ୍ଚୀ ଦତ୍ତ ସମାନ ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଧାନ ନଗରର ପୂର୍ବତନ ମେୟର ସବ୍ୟସାଚ୍ଚୀଙ୍କ ଘର ବାହୁଡ଼ା ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏବେ ସବ୍ୟସାଚ୍ଚୀ ବେଙ୍ଗଲ ବିଜେପିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେ ଟିଏମସିକୁ ଫେରିବାକୁ ଚାହୁଁଛନ୍ତି। ଏଥିପାଇଁ […]

sabyasachi

Hemant Lenka
  • Published: Wednesday, 06 October 2021
  • , Updated: 06 October 2021, 12:48 PM IST

କୋଲକାତା: ପୁଣିଥରେ ବିଜେପିକୁ ପଶ୍ଚିମବଙ୍ଗରେ ଶକ୍ତ ଝଟକା ଲାଗିବାକୁ ଯାଉଛି। ଅନେକ ବରିଷ୍ଠ ବିଜେପି ନେତା ଦଳ ଛାଡ଼ି ଟିଏମସିରେ ମିଶୁଥିବା ବେଳେ ଏବେ ସବ୍ୟସାଚ୍ଚୀ ଦତ୍ତ ସମାନ ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଧାନ ନଗରର ପୂର୍ବତନ ମେୟର ସବ୍ୟସାଚ୍ଚୀଙ୍କ ଘର ବାହୁଡ଼ା ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏବେ ସବ୍ୟସାଚ୍ଚୀ ବେଙ୍ଗଲ ବିଜେପିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେ ଟିଏମସିକୁ ଫେରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଟିଏମସିର ବରିଷ୍ଠ ନେତାମାନଙ୍କ ଯୋଗାଯୋଗରେ ରହିଛନ୍ତି। ଯଦି ସବୁ କିଛି ଠିକ ଠାକ ରହିବ ଓ ଯୋଜନା ଅନୁସାରେ କାର୍ଯ୍ୟକାରୀ ହେବ, ତା’ହେଲେ ସେ ଖୁବଶୀଘ୍ର ଟିଏମସିରେ କ୍ୟାମ୍ପକୁ ଫେରିବେ ବୋଲି ଜଣାପଡ଼ିଛି।

୨୦୧୯ ଦୁର୍ଗାପୂଜାର ଠିକ ପୂର୍ବରୁ ସବ୍ୟସାଚ୍ଚୀ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ଚଳିତ ବର୍ଷ ଦୁର୍ଗାପୂଜା ପୂର୍ବରୁ ହିଁ ସେ ପୁଣି ଟିଏମସିକୁ ଫେରିବେ ବୋଲି କୁହାଯାଉଛି। ତେବେ ଟିଏମସିର ଗୋଟିଏ ଗୋଷ୍ଠୀ ସବ୍ୟସାଚ୍ଚୀଙ୍କ ଘର ବାହୁଡ଼ାକୁ ବିରୋଧ ମଧ୍ୟ କରୁଛନ୍ତି।

ବିଶେଷ କରି ବିଧାନ ନଗର ବିଧାୟକ ତଥା ରାଜ୍ୟର ମନ୍ତ୍ରୀ ସୁଜିତ ବୋଷ ଓ ରାଜରହାଟ ନ୍ୟୁଟାଉନ ବିଧାୟକ ତାପସ ଚାଟାର୍ଜୀ ହିଁ ସବ୍ୟସାଚ୍ଚୀଙ୍କୁ ବିରୋଧ କରୁଥିବା କୁହାଯାଉଛି। କିନ୍ତୁ ଟିଏମସିର ବରିଷ୍ଠ ନେତାମାନେ ଉଭୟଙ୍କୁ ବୁଝାଇବା ସହ ସର୍ବସମ୍ମୁଖରେ ବିରୋଧ ପ୍ରଦର୍ଶନ ନ କରିବାକୁ ପରାମର୍ଶ ଦେଇଛନ୍ତି।

Related story