ଗୋଧିକୁ ଗ୍ୟାଙ୍ଗରେପ୍‌ କରି ୪ ଗିରଫ, ଅଭିଯୁକ୍ତ ରେକର୍ଡ଼ କରିଥିଲେ ଭିଡିଓ  

ଗୋଥାନେ(ମହାରାଷ୍ଟ୍ର): ପାଶବିକତା ଏବଂ ବର୍ବରତାର ସବୁ ସୀମା ଲଂଘିଗଲା ମଣିଷ। ଏମିତି ଖବର ଆପଣ କେବେ ଶୁଣି ନଥିବେ କି ଜାଣି ନଥିବେ। ଯୌନ ଲାଳସା ମେଣ୍ଟାଇବା ପାଇଁ ମଣିଷ କେତେ ନିମ୍ନସ୍ତରକୁ  ଖସିପାରେ ତାର ଏକ ଲଜ୍ଜାଜନକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଗୋଥାନେ ଜିଲ୍ଲାର ସାହ୍ୟଦାରୀ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଏକ ବିରଳ ସରୀସୃପକୁ ଦୁଷ୍କର୍ମ କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି।  ଏହି ସରୀସୃପଟି ‘ବେଙ୍ଗଲ ମନିଟର ଲିଜାର୍ଡ଼’ ବୋଲି କୁହାଯାଉଛି। […]

lizard

Tapas Behera
  • Published: Wednesday, 13 April 2022
  • , Updated: 13 April 2022, 07:21 PM IST

ଗୋଥାନେ(ମହାରାଷ୍ଟ୍ର): ପାଶବିକତା ଏବଂ ବର୍ବରତାର ସବୁ ସୀମା ଲଂଘିଗଲା ମଣିଷ। ଏମିତି ଖବର ଆପଣ କେବେ ଶୁଣି ନଥିବେ କି ଜାଣି ନଥିବେ। ଯୌନ ଲାଳସା ମେଣ୍ଟାଇବା ପାଇଁ ମଣିଷ କେତେ ନିମ୍ନସ୍ତରକୁ  ଖସିପାରେ ତାର ଏକ ଲଜ୍ଜାଜନକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଗୋଥାନେ ଜିଲ୍ଲାର ସାହ୍ୟଦାରୀ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଏକ ବିରଳ ସରୀସୃପକୁ ଦୁଷ୍କର୍ମ କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି।  ଏହି ସରୀସୃପଟି ‘ବେଙ୍ଗଲ ମନିଟର ଲିଜାର୍ଡ଼’ ବୋଲି କୁହାଯାଉଛି।

ଅଭିଯୁକ୍ତମାନେ ପେଶାଦାର ଶିକାରୀ ବୋଲି ଜଣାପଡ଼ିଛି। ଏମାନେ ସାହ୍ୟଦାରୀ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ କୋର ଜୋନ୍‌ରେ ପ୍ରବେଶ କରି ଏହି ଅପରାଧ ଘଟାଇଛନ୍ତି। ଅଭିଯୁକ୍ତମାନେ ହେଲେ ସନ୍ଦିପୁତୁମାରାମ, ପାୱାର ମଙ୍ଗେଶ, ଜନାର୍ଦ୍ଧନ କାମତେକାର ଏବଂ ଅକ୍ଷୟ ସୁନୀଲ। ମହାରାଷ୍ଟ୍ର ବନ ଅଧିକାରୀ ଅଭିଯୁକ୍ତମାନଙ୍କ ମୋବାଇଲ ଯାଞ୍ଚ କରି ସମ୍ପୃକ୍ତ ଘଟଣା ବିଷୟରେ ଅବଗତ ହୋଇଛନ୍ତି। ଦୁଷ୍କର୍ମ ବେଳର ଭିଡିଓ ରେକଡିଂ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି।  ଅଭିଯୁକ୍ତମାନେ ଉକ୍ତ ମନିଟର ଲିଜାର୍ଡ଼କୁ  ଗଣଦୁଷ୍କର୍ମ କରିଥିବା ଭିଡିଓ ରେକର୍ଡ଼ିଂ ହୋଇଛି।  ସିସିଟିଭି ଫୁଟେଜରୁ ବନ ବିଭାଗ ଅଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ସେମାନେ ଉକ୍ତ ସ୍ଥାନରେ ବୁଲାବୁଲି କରୁଥିବା ବେଳେ ଘଟଣା ନଜରକୁ ଆସିଥିଲା।

ତେବେ ଏଭଳି ଜଘନ୍ୟ ଅପରାଧ ପାଇଁ ଆପିସି ଧାରାରେ ସଙ୍ଗୀନ ଦଫା ଲଗାଇ ସେମାନଙ୍କୁ କୋର୍ଟରେ ହାଜର କରାଯିବ। । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କୁ କୋର୍ଟରେ  ହାଜର କରାଯାଇ ସେମାରନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।। ବନସଂରକ୍ଷଣ ଆକ୍ଟ ୧୯୭୨ ଅନୁଯାୟୀ, ବେଙ୍ଗଲ ମନିଟର୍ ଲିଜାର୍ଡ଼ ହେଉଛି ସଂରକ୍ଷିତ ପ୍ରଜାତିର।  ଅଭିଯୁକ୍ତଙ୍କ ବିରୋଧରେ ୭ ବର୍ଷ ସଶ୍ରମ କାରାଦଣ୍ଡ  ମାମଲା ରୁଜୁ ହୋଇପାରେ।

Related story