କରୋନା ସ୍ଥିତି ଭୟଙ୍କର: ପ୍ରତି ୨ ଜଣରେ ଜଣେ ହେଉଛନ୍ତି ପଜିଟିଭ

ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ୱିତୀୟ ଲହର କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଭୟଙ୍କର ହେବାରେ ଲାଗିଛି। ପ୍ରତି ଦୁଇ ଜଣରେ ଜଣେ ଏବେ ସହରରେ ସଂକ୍ରମିତ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଏହାବାଦ କର୍ଣ୍ଣାଟକାରେ ଏବେ କରୋନାର ନୂଆ ଓ ମାରାତ୍ମକ ଷ୍ଟ୍ରେନ ଠାବ ହୋଇଛି। ଏହା ୧୫% ଅଧିକ ଜୋର୍‌ରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚୁଛି। ପ୍ରତି ଦୁଇ ଜଣରେ ଜଣେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ବେଙ୍ଗାଲୁରୁରେ ପଜିଟିଭିଟି ରେଟ୍‌ ୫୫% ଛୁଇଁଲାଣି। […]

corona

Hemant Lenka
  • Published: Wednesday, 05 May 2021
  • , Updated: 05 May 2021, 03:03 PM IST

ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ୱିତୀୟ ଲହର କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଭୟଙ୍କର ହେବାରେ ଲାଗିଛି। ପ୍ରତି ଦୁଇ ଜଣରେ ଜଣେ ଏବେ ସହରରେ ସଂକ୍ରମିତ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଏହାବାଦ କର୍ଣ୍ଣାଟକାରେ ଏବେ କରୋନାର ନୂଆ ଓ ମାରାତ୍ମକ ଷ୍ଟ୍ରେନ ଠାବ ହୋଇଛି।

ଏହା ୧୫% ଅଧିକ ଜୋର୍‌ରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚୁଛି। ପ୍ରତି ଦୁଇ ଜଣରେ ଜଣେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ବେଙ୍ଗାଲୁରୁରେ ପଜିଟିଭିଟି ରେଟ୍‌ ୫୫% ଛୁଇଁଲାଣି। ପଜିଟିଭିଟି ରେଟ୍‌ ସର୍ବକାଳୀନ ରେକର୍ଡ କରିଛି। ଗୋଟିଏ ଦିନ ପୂର୍ବରୁ ପଜିଟିଭିଟି ରେଟ୍‌ ୩୩% ଥିଲା। ହେଲେ ଏବେ ସକୁ କିଛି ବଦଳି ଯାଇଛି। ସେହିପରି ବେଙ୍ଗାଲୁରୁରେ ଆକ୍ଟିଭ କେସ୍‌ ସଂଖ୍ୟା ୩ ଲକ୍ଷ ପାର କରିଛି।

ଗତ ୨୪ ଘଣ୍ଟାରେ ପୂରା କର୍ଣ୍ଣାଟକାରେ ୪୪,୬୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ରେକର୍ଡ ୨୯୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ମଧ୍ୟରୁ କେବଳ ବେଙ୍ଗାଲୁରୁରେ ୨୦,୮୭୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଗୋଟିଏ ଦିନରେ ସହରରେ ୧୩୨ ଜଣଙ୍କ ମୁଣ୍ଡ ନେଇଥିଲା କରୋନା।

ମଙ୍ଗଳବାର ଅକ୍ସିଜେନ ଅଭାବରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ବଡ଼ବଡ଼ ହସ୍ପିଟାଲ ଗୁଡ଼ିକ ବେଡ୍‌ ନଥିବା କହି ଆକ୍ରାନ୍ତଙ୍କୁ ଫେରାଇ ଦେଉଛନ୍ତି। ପୂର୍ବରୁ ବେଙ୍ଗାଲୁରୁରେ ପ୍ରାୟ ୧ ଲକ୍ଷ ଟେଷ୍ଟ ହେଉଥିଲା। କିନ୍ତୁ ଏବେ ୪୦ରୁ ୬୦ ହଜାର ଟେଷ୍ଟ ହେଉଥିଲେ ହେଁ ଦୈନିକ ପଜିଟିଭ ସଂଖ୍ୟା ୨୦ ହଜାର ଉପରେ ରହୁଛି।

ବେଙ୍ଗାଲୁରୁରେ କରୋନା ସ୍ଥିତି ହାହାକାର ସ୍ଥିତି ସୃଷ୍ଟି କରିଥିବାରୁ ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗର ହେଲପ ଲାଇନ ନମ୍ବରକୁ ୪,୫୦୦ ଫୋନ ଆସୁଛି। ସେମାନଙ୍କ ମଧ୍ୟରୁ ୧୫ଶହରୁ ୧୭ ଶହ ଲୋକ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ବେଡ୍‌ ଅଛି କି ନାହିଁ ପଚାରୁଛନ୍ତି। ସେହିପରି ୫୦୦ରୁ ୫୫୦ ଜଣ ଆଇସିୟୁ ବେଡ୍‌ ଓ ଆଇସିୟୁ ଭେଣ୍ଟିଲେଟର ଖାଲି ରହିଛି କି ନାହିଁ ପଚାରୁଛନ୍ତି।

Related story