ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ ମାନ୍: ସ୍କୁଲ, କଲେଜ ଛୁଟି

ଅମୃତସର: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଆଜି ଭଗଓ୍ୱନ୍ତ ମନ୍ ଶପଥ ଗଅହଣ କରିବେ। ସହିଦ ଭଗତ ସିଂହଙ୍କ ଜନ୍ମମାଟି ସହିଦ ଭଗତ ସିଂହ ନଗର ଜିଲ୍ଲାର ଖଟକର କଲାନରେ ଭବ୍ୟ ସମାରୋହରେ ଭଗଓ୍ୱନ୍ତ ଶପଥ ନେବେ । ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି । ଆଜି କେବଳ ମନ୍ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପରେ ତାଙ୍କ କ୍ୟାବିନେଟର ଅନ୍ୟମନ୍ତ୍ରୀମାନେ ଶପଥ ନେବେ ବୋଲି ସୂଚନା ଦିଆଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଆମ୍ ଆଦମୀ  […]

kejriwal on bhagwant mann

Tapas Behera
  • Published: Wednesday, 16 March 2022
  • , Updated: 16 March 2022, 08:19 AM IST

ଅମୃତସର: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଆଜି ଭଗଓ୍ୱନ୍ତ ମନ୍ ଶପଥ ଗଅହଣ କରିବେ। ସହିଦ ଭଗତ ସିଂହଙ୍କ ଜନ୍ମମାଟି ସହିଦ ଭଗତ ସିଂହ ନଗର ଜିଲ୍ଲାର ଖଟକର କଲାନରେ ଭବ୍ୟ ସମାରୋହରେ ଭଗଓ୍ୱନ୍ତ ଶପଥ ନେବେ । ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି । ଆଜି କେବଳ ମନ୍ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ପରେ ତାଙ୍କ କ୍ୟାବିନେଟର ଅନ୍ୟମନ୍ତ୍ରୀମାନେ ଶପଥ ନେବେ ବୋଲି ସୂଚନା ଦିଆଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଆମ୍ ଆଦମୀ  ପାର୍ଟି ଆବାହକ ଅରବିନ୍ଦ କେଜ୍ରିଓ୍ୱାଲ ଓ ଅନ୍ୟ ପ୍ରମୁଖ ନେତାମାନେ ଯୋଗଦେବେ । ଶପଥଗ୍ରହଣ ସମାରୋହରେ ଯୋଗଦେବା ଲାଗି ରାଜ୍ୟବାସୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ମନ୍ । ଏଣୁ ସମାରୋହରେ ପ୍ରାୟ ୩ ଲକ୍ଷ ଲୋକ ଯୋଗଦେବେ ବୋଲି ପ୍ରଶାସନ ଅନୁମାନ କରିଛି ।

ରାଜ୍ୟବାସୀଙ୍କୁ ନିମନ୍ତ୍ରଣ କରି ମନ୍ କହିଛନ୍ତି ଯେ, ସେ କେବଳ ଶପଥ ନେବେ ନାହିଁ ରାଜ୍ୟବାସୀ ଆଜି ସମସ୍ତେ ସୁନ୍ଦର ପଞ୍ଜାବ ଗଠନ କରିବା ଲାଗି ଶପଥ ଗ୍ରହଣ କରିବେ ।ଏଣୁ ପୁରୁଷମାନେ ହଳଦୀ ରଙ୍ଗର ପଗଡ଼ି ଓ ମହିଳାମାନେ ହଳଦୀ ରଙ୍ଗର ଦୁପଟ୍ଟା ପିନ୍ଧି ଆସିବାକୁ ମନ୍ ଅନୁରୋଧ କରିଛନ୍ତି । ଶପଥଗ୍ରହଣ କାର୍ଯ୍ୟକ୍ରମ ଲାଗି ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ ୮ରୁ ୧୦ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଆଜି ପାଇଁ ପଞ୍ଜାବରେ ସ୍କୁଲ କଲେଜ ଛୁଟି ରଖିବାକୁ କୁହାଯାଇଛି।

Related story