ଭୂପେନ୍ଦ୍ର ପଟେଲ୍ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଭୂପେନ୍ଦ୍ର ପଟେଲ୍ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ମନ୍ଥନ ଚାଲିଥିଲା। ଆଜି ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ରଙ୍କ ନାଁ ଉପରେ ମୋହର୍ ଲାଗିଛି। ଭୂପେନ୍ଦ୍ରଭାଇ ରଜନୀକାନ୍ତ ପଟେଲ୍ ଗୁଜରାଟର ଘାଟଲୋଦିଆ ଆସନରୁ ବିଧାୟକ ଅଛନ୍ତି। ସେ ୨୦୧୭ ବିଧାନସଭା ନିର୍ବାଚନରେ ଅହମ୍ମଦାବାଦ […]

bhupendra-patel

bhupendra-patel

Ranjit Kumar Jena
  • Published: Sunday, 12 September 2021
  • Updated: 12 September 2021, 05:43 PM IST

Sports

Latest News

ଅହମ୍ମଦାବାଦ: ଭୂପେନ୍ଦ୍ର ପଟେଲ୍ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ମନ୍ଥନ ଚାଲିଥିଲା। ଆଜି ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ରଙ୍କ ନାଁ ଉପରେ ମୋହର୍ ଲାଗିଛି।

ଭୂପେନ୍ଦ୍ରଭାଇ ରଜନୀକାନ୍ତ ପଟେଲ୍ ଗୁଜରାଟର ଘାଟଲୋଦିଆ ଆସନରୁ ବିଧାୟକ ଅଛନ୍ତି। ସେ ୨୦୧୭ ବିଧାନସଭା ନିର୍ବାଚନରେ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଦିଆ ଆସନରେ କଂଗ୍ରେସର ଶଶୀକାନ୍ତ ବାସୁଦେବଭାଇ ପଟେଲଙ୍କୁ ହରାଇଥିଲେ। ପଟେଲ ପାଟିଦାର ନେତା ଭାବେ ଭୂପେନ୍ଦ୍ର ଅହମ୍ମଦାବାଦ ମ୍ୟୁନିସିପାଲ୍‌ କାଉନସିଲର୍ ଭାବେ କାମ କରିଆସିଛନ୍ତି। ସେ ଅହମ୍ମଦାବାଦ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (AUDA)ର ଚେୟାରମ୍ୟାନ୍ ଥିଲେ। ସେ ପେସାରେ ଜଣେ ଇଞ୍ଜିନିୟର।

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଭୂପେନ୍ଦ୍ର ଭାଇ ପଟେଲଙ୍କ ନାଁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଗାନ୍ଧିନଗରରେ ଥିବା ବିଜେପି କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧନ କରି ଭୂପେନ୍ଦ୍ରଙ୍କ ନାଁ ଉପରେ ପ୍ରସ୍ତାବ ଆସିଥିବା କହିଛନ୍ତି। ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ୍ ମଧ୍ୟ ପ୍ରସ୍ତାବର ସମର୍ଥନ କରିଛନ୍ତି।

https://twitter.com/ANI/status/1437006236768161793?s=20

ଏହା ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଦୌଡ଼ରେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ପୁରୁଷୋତ୍ତମ ରୁପାଲା, ଲକ୍ଷଦୀପର ପ୍ରଶାସକ ପ୍ରଫୁଲ୍ ପଟେଲ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ, ସିଆର୍ ପଟେଲ୍ ଓ ଗୋରଧନ ଝାଡାଫିୟା ମଧ୍ୟ ଥିଲେ।

ଗୁଜରାଟରେ ଆସନ୍ତାବର୍ଷ ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବ। ଆଉ ଏହା ପୂର୍ବରୁ ରୁପାଣୀଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ଅନେକ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ବିଜେପି ଗୁଜରାଟରେ ଏବେ ନୂଆ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ଚାହୁଁଛି। 

ଗତ କିଛି ମାସ ଧରି ବିଜେପି କିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଦଳବଦଳ କରୁଛି। ପ୍ରଥମେ ଦୁଇଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ବଦଳା ଯାଇଥିଲା। ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦୁରପ୍ପାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଉତ୍ତରାଖଣ୍ଡର ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପୁଷ୍କର ସିଂହ ଧାମୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଥିଲା। ଉତ୍ତରାଖଣ୍ଡରେ ମଧ୍ୟ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ। କର୍ଣ୍ଣାଟକରେ ପାର୍ଟି ୟେଦୁରପ୍ପାଙ୍କ ସ୍ଥାନରେ ବସବରାଜ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ସେହିପରି ଆସାମରୁ ସର୍ବାନନ୍ଦ ସୋନୋୱାଲ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos