ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମାନଙ୍କ ବିଭିନ୍ନ ଘୋଷଣା

ନୂଆଦିଲ୍ଲୀ: ଆଜି ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିଛି। ପଲ୍ଲୀରୁ ଦିଲ୍ଲୀ କରୋନା କଟକଣାରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଲାଲକିଲ୍ଲାରୁ ମୋଦି ସରକାର ବିଭିନ୍ନ ଯୋଜନାର ଘୋଷଣା କରିଥିବା ବେଳେ ଓଡ଼ିଶା ସମେତ ଗୋଆ, ଦିଲ୍ଲୀ, ପଞ୍ଜାବର ମୁଖ୍ୟମନ୍ତ୍ରୀ ମଧ୍ୟ ଅନେକ କିଛି ଘୋଷଣା କରିଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡର ଘୋଷନା ହୋଇଛି। […]

ALL-CM

Subhransu Sekhar
  • Published: Sunday, 15 August 2021
  • , Updated: 16 August 2021, 02:23 AM IST

ନୂଆଦିଲ୍ଲୀ: ଆଜି ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିଛି। ପଲ୍ଲୀରୁ ଦିଲ୍ଲୀ କରୋନା କଟକଣାରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଲାଲକିଲ୍ଲାରୁ ମୋଦି ସରକାର ବିଭିନ୍ନ ଯୋଜନାର ଘୋଷଣା କରିଥିବା ବେଳେ ଓଡ଼ିଶା ସମେତ ଗୋଆ, ଦିଲ୍ଲୀ, ପଞ୍ଜାବର ମୁଖ୍ୟମନ୍ତ୍ରୀ ମଧ୍ୟ ଅନେକ କିଛି ଘୋଷଣା କରିଛନ୍ତି।

ଲୋକଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡର ଘୋଷନା ହୋଇଛି। ଏହାଦ୍ୱାରା ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ଡାକ୍ତରଖାନାରେ ଚିକିତ୍ସା ସୁବିଧା ଉପଲବ୍ଧ ହେବା ସହ ୯୬ଲକ୍ଷ ପରିବାରର ୩.୫କୋଟି ଲୋକ ଉପକୃତ ହେବେ।

ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସ୍ୱାଧୀନତା ଦିବସ ଅବସରରେ କହିଛନ୍ତି, ଭାରତର ସୀମା ଉପରେ ପାକିସ୍ତାନ ନଜର ପକାଇଲେ ଭାରତ କଡ଼ା ଜବାବ ଦେବ। ସୀମାରେ କୌଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ। ୭୫ ତମ ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନକୁ ଏଭଳି କଡ଼ା ବାର୍ତ୍ତା ଦେଇଛନ୍ତି ଅମରିନ୍ଦର ସିଂହ। ପାକିସ୍ତାନ ପାଖରୁ ପଞ୍ଜାବ ସୀମା କିଭଳି ସୁରକ୍ଷିତ ରହିବ ସେ ନେଇ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଅମରିନ୍ଦର। ଏଥିସହ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜ୍ୟ ରାଜପଥର ବିକାଶ ପାଇଁ ୧୨୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସଚିବାଳୟରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ, କେଜ୍ରିୱାଲ ୨୭ ସେପ୍ଟେମ୍ବରରୁ ଦିଲ୍ଲୀର ସରକାରୀ ସ୍କୁଲରେ 'ଦେଶପ୍ରେମ ପାଠ୍ୟକ୍ରମ' ଆରମ୍ଭ ହେବାକୁ ଯାଉଛି ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପିଲାଙ୍କ ମନରେ ଦେଶପ୍ରତି ଗର୍ବର ଭାବନା ସୃଷ୍ଟି କରିବା ଏବଂ ସେମାନଙ୍କୁ ଦେଶ ପାଇଁ ନିଜର ସମସ୍ତ ଉତ୍ସର୍ଗ କରିବାକୁ ପ୍ରସ୍ତୁତ କରିବ।। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ପାଠ୍ୟକ୍ରମ ଫିଜିକ୍ସ, କେମେଷ୍ଟ୍ରି ଦେଶପ୍ରେମର ଶିକ୍ଷା ଦିଏ ନାହିଁ।

ସେହିପରି ଚଳିତ ବର୍ଷ ସେପ୍ଟେମ୍ବରରୁ ଗୋଆବାସୀଙ୍କୁ ମାଗଣାରେ ଟ୍ୟାପ ପାଣି ଯୋଗାଇ ଦିଆଯିବ ବୋଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘୋଷଣା କରିଛନ୍ତି। ରବିବାର ୭୫ ତମ ସ୍ୱାଧୀନତା ଦିବସରେ ଅଭିଭାଷଣ ପ୍ରଦାନ କରୁଥିବାବେଳେ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ପ୍ରତ୍ୟେକ ଗୋଆ ବାସିନ୍ଦାଙ୍କୁ ମାସକୁ ୧୬ ହଜାର ଲିଟର ପାଣି ମାଗଣାରେ ଯୋଗାଇ ଦିଆଯିବ।

Related story