ଚାଲିଗଲେ ସ୍ୱାମୀ ଓମ୍

ନୂଆଦିଲ୍ଲୀ: ବିବାଦୀୟ ବାବା ତଥା ବିଗବସ୍‌-୧୦ ପ୍ରତିଯୋଗୀ ସ୍ୱାମୀ ଓମ୍‌ଙ୍କ ପରଲୋକ। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ଆଜି ଦିଲ୍ଲୀରେ ୬୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛି। ଏନେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପୁଅ ସୂଚନା ଦେଇଛନ୍ତି। ଗତ ତିନି ମାସ ତଳେ ସ୍ୱାମୀ ଓମ୍‌ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନାରୁ ସୁସ୍ଥ ହେବା ପରେ ତାଙ୍କୁ ପରାଲିସିସି ଆଟାକ ଆସିଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି […]

SWAMI OMM

Madhupriya Mistry
  • Published: Wednesday, 03 February 2021
  • , Updated: 03 February 2021, 03:15 PM IST

ନୂଆଦିଲ୍ଲୀ: ବିବାଦୀୟ ବାବା ତଥା ବିଗବସ୍‌-୧୦ ପ୍ରତିଯୋଗୀ ସ୍ୱାମୀ ଓମ୍‌ଙ୍କ ପରଲୋକ। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ଆଜି ଦିଲ୍ଲୀରେ ୬୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛି। ଏନେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପୁଅ ସୂଚନା ଦେଇଛନ୍ତି।

ଗତ ତିନି ମାସ ତଳେ ସ୍ୱାମୀ ଓମ୍‌ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନାରୁ ସୁସ୍ଥ ହେବା ପରେ ତାଙ୍କୁ ପରାଲିସିସି ଆଟାକ ଆସିଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଲା। ତାଙ୍କର ଅଧାରୁ ଅଧିକ ଶରୀର ଅକ୍ଷମ ହୋଇପଡିଥିଲା। ଏପରିକି ସେ ଚଲାବୁଲା କରିବାରେ ସକ୍ଷମ ନଥିଲେ। ଦିଲ୍ଲୀ ଏମ୍‌ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ଦେହାନ୍ତ ହୋଇଛି। ଦିଲ୍ଲୀ ନଗର ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କାରାଯିବ।

ଲୋକପ୍ରିୟ ରିଆଲିଟି ଶୋ ବିଗବସ୍‌-୧୦ରେ ସ୍ୱାମୀ ଓମ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କର ବିବାଦୀୟ ଆଚରଣ ଓ ଉଚ୍ଚାରଣ ପାଇଁ ସେ ଚର୍ଚ୍ଚାରେ ରହିଥିଲେ। ଅନେକ ସମୟରେ ତାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳେ। ଏପରିକି ଘରୋଇ ଚ୍ୟାନେଲର ଡିବେଟ୍ ବେଳେ ଜଣେ ମହିଳା କର୍ମୀଙ୍କୁ ଲାଇଭ ଶୋ'ରେ ବାବା ଓମ୍ ହାତ ଉଠାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Related story