ନିଜ ଜମିରେ କ୍ରିକେଟ ଖେଳିବାରୁ ଗୁଳି ଚଳାଇଲେ ମନ୍ତ୍ରୀଙ୍କ ପୁଅ

ପାଟନା: ବିହାର ମନ୍ତ୍ରୀ ପୁଅଙ୍କ ଜଙ୍ଗଲରାଜ। ସର୍ବସାଧାରଣରେ ଖୁଲମଖୋଲା ଗୁଳି ଫୁଟାଇ ଡରାଇଲେ। କ୍ରିକେଟ ଖେଳୁଥିବା ପିଲାଙ୍କୁ ଡରେଇବା ପାଇଁ ଗୁଳି ଚଳାଇଲେ। ବିହାର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ପ୍ରସାଦଙ୍କ ପୁଅ ତାଙ୍କ ଚାଷ ଜମିରେ କ୍ରିକେଟ୍ ଖେଳୁଥିବା ପିଲାମାନଙ୍କୁ ଭୟଭୀତ କରିବା ପାଇଁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ରବିବାର ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ହାଡିଆ ଗ୍ରାମରେ ଏହି ଘଟଣା ଘଟିଛି। ଖେଳୁଥିବା ପିଲାମାନଙ୍କୁ ଧମକାଇବା ସହ ଡରାଇବା ପାଇଁ […]

attack

Tapas Behera
  • Published: Sunday, 23 January 2022
  • , Updated: 23 January 2022, 10:13 PM IST

ପାଟନା: ବିହାର ମନ୍ତ୍ରୀ ପୁଅଙ୍କ ଜଙ୍ଗଲରାଜ। ସର୍ବସାଧାରଣରେ ଖୁଲମଖୋଲା ଗୁଳି ଫୁଟାଇ ଡରାଇଲେ। କ୍ରିକେଟ ଖେଳୁଥିବା ପିଲାଙ୍କୁ ଡରେଇବା ପାଇଁ ଗୁଳି ଚଳାଇଲେ। ବିହାର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ପ୍ରସାଦଙ୍କ ପୁଅ ତାଙ୍କ ଚାଷ ଜମିରେ କ୍ରିକେଟ୍ ଖେଳୁଥିବା ପିଲାମାନଙ୍କୁ ଭୟଭୀତ କରିବା ପାଇଁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ରବିବାର ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ହାଡିଆ ଗ୍ରାମରେ ଏହି ଘଟଣା ଘଟିଛି। ଖେଳୁଥିବା ପିଲାମାନଙ୍କୁ ଧମକାଇବା ସହ ଡରାଇବା ପାଇଁ ସେ ଫାଙ୍କା ଗୁଳି ଚଳାଇଛନ୍ତି।

ସୂଚନା ଅନୁଯାୟୀ ମନ୍ତ୍ରୀଙ୍କ ଜମିରେ କିଛି ପିଲା କ୍ରିକେଟ ଖେଳୁଥିଲେ। ସେମାନଙ୍କୁ ବିରୋଧ କରି ତାଙ୍କ ଜମି ଫାଙ୍କା କରିବାକୁ ମନ୍ତ୍ରୀଙ୍କ ପୁଅ ବବୁଲ ପ୍ରସାଦ ଧମକାଇଥିଲେ। ଏହା ପରେ ବିବାଦ ଉପୁଜିଥିଲା।  ଏହି ସମୟରେ କିଛି ସ୍ଥାନୀୟ ପିଲାଙ୍କୁ ସେ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ମନ୍ତ୍ରୀଙ୍କ ପୁଅଙ୍କ ମାଡ଼ରେ କେତେକ ପିଲା ଆହତ ମଧ୍ୟ ହୋଇଛନ୍ତି। ଏହା ପରେ ମନ୍ତ୍ରୀଙ୍କ ପୁଅ ପିସ୍ତଲ କାଢ଼ି ଫାଙ୍କା ଗୁଳି ଚଳାଇ ଥିଲେ । ଫଳରେ ସେଠାରେ ଖେଳୁଥିବା ପିଲାମାନେ ଦଉଡ଼ିଥିଲେ। ଏହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଗ୍ରାମବାସୀ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କ ଗାଡିରେ ଭଙ୍ଗାରୁଜା କରି ପୁଅକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।  ଅନ୍ୟପକ୍ଷରେ  ବିହାର ମନ୍ତ୍ରୀ ନାରାୟଣ ପ୍ରସାଦ ଗ୍ରାମବାସୀଙ୍କ ବିରୋଧରେ ତାଙ୍କ ଜମି ଜବରଦଖଲ ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି ଯେ, ଗ୍ରାମବାସୀ ପ୍ରଥମେ ତାଙ୍କ ସାନଭାଇଙ୍କୁ  ଆକ୍ରମଣ କରିଥିଲେ । ତାଙ୍କ ଜମିକୁ ସ୍ଥାନୀୟ ଲୋକେ ଜବରଦଖଲ କରିଥିବାରୁ ସାନଭାଇ ବିରୋଧ କରି ଆକ୍ରୋଶରେ ଶିକାର ହୋଇଛନ୍ତି। ପରେ ତାଙ୍କ ପରିବାରର ଅନ୍ୟ କେତେ ଜଣଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ପରେ ମୋ ପୁଅ ଲାଇସେନ୍ସପ୍ରାପ୍ତ ରାଇଫଲ ଏବଂ ପିସ୍ତଲ ନେଇ ଘଟଣାସ୍ଥଳକୁ ଯାଇଥିଲେ ବୋଲି ମନ୍ତ୍ରୀ କହିଛନ୍ତି।  କିନ୍ତୁ ତାଙ୍କୁ ପଥରରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଗ୍ରାମବାସୀ ମଧ୍ୟ ମୋ ଗାଡି ଭଙ୍ଗାରୁଜା କରିଛନ୍ତି ବୋଲି ନାରାୟଣ ପ୍ରସାଦ କହିଛନ୍ତି। ପଶ୍ଚିମ ଚମ୍ପାରଣରେ ମନ୍ତ୍ରୀଙ୍କ ପୁଅ ଗୁଳି ଚଳାବା ଘଟଣାରେ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଟାର୍ଗେଟ କରିଛି। ବିହାରରେ ଆଇନ ଶୃଙ୍ଖଳା ନାହିଁ । ଯଦି ଆଇନ ନିର୍ମାତାମାନେ ଆଇନ ଭଙ୍ଗ କରିବେ ଆଇନ କିଏ କାର୍ଯ୍ୟକାରୀ କରିବ ବୋଲି ଦଳ ପ୍ରଶ୍ନ କରିଛି।

Related story