ରୋହି ମାଛ ଆମର, ଦାବି କଲେ ବିହାର ସରକାର

ପାଟନା: ବିହାର ମିଥିଳାର ରୋହି ମାଛ ହେଉଛି ବେଶ ଲୋକପ୍ରିୟ। ମିଥିଳାର ଏହି ରୋହି ମାଛକୁ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ ଟ୍ୟାଗ୍‌) ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବିହାର ସରକାର ଦାବି କରିବେ। ସରକାରୀ ତରଫରୁ ଏହି ସୂଚନା ମିଳିଛି। ମିଥିଳା ଅଞ୍ଚଳର ରୋହିମାଛ ଉତ୍ପାଦନକୁ ନେଇ ଦୁଇ ଜଣ ଗବେଷକଙ୍କୁ  ଅନୁଧ୍ୟାନ ପାଇଁ ଦାୟିତ୍ୱ ଦିଆଯାଇଛି। ସେମାନେ ମିଥିଳା ମାଛ ସମ୍ପର୍କରେ ଗବେଷଣା କରି ସବିଶେଷ ରିପୋର୍ଟ ବିହାର ମତ୍ସ୍ୟ ବିଭାଗକୁ ଦେବାକୁ ଏହାର ନିର୍ଦ୍ଦେଶକ […]

fish-rearing

Tapas Behera
  • Published: Wednesday, 06 April 2022
  • , Updated: 06 April 2022, 08:33 PM IST

ପାଟନା: ବିହାର ମିଥିଳାର ରୋହି ମାଛ ହେଉଛି ବେଶ ଲୋକପ୍ରିୟ। ମିଥିଳାର ଏହି ରୋହି ମାଛକୁ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ ଟ୍ୟାଗ୍‌) ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବିହାର ସରକାର ଦାବି କରିବେ। ସରକାରୀ ତରଫରୁ ଏହି ସୂଚନା ମିଳିଛି। ମିଥିଳା ଅଞ୍ଚଳର ରୋହିମାଛ ଉତ୍ପାଦନକୁ ନେଇ ଦୁଇ ଜଣ ଗବେଷକଙ୍କୁ  ଅନୁଧ୍ୟାନ ପାଇଁ ଦାୟିତ୍ୱ ଦିଆଯାଇଛି।

ସେମାନେ ମିଥିଳା ମାଛ ସମ୍ପର୍କରେ ଗବେଷଣା କରି ସବିଶେଷ ରିପୋର୍ଟ ବିହାର ମତ୍ସ୍ୟ ବିଭାଗକୁ ଦେବାକୁ ଏହାର ନିର୍ଦ୍ଦେଶକ ନିଶାତ ଅହମ୍ମଦ କହିଛନ୍ତି । ମିଥିଳା, ଦରବଙ୍ଗା ଏବଂ ମଧୁବାଣୀ ଜିଲ୍ଲାରେ ରୋହି ମାଛ ଏକ ସ୍ୱତନ୍ତ୍ର ପ୍ରଜାତି ଭାବେ ଏଠାରେ ବେଶ ପରିଚୟ ଲାଭ କରିଛି। ରାଜ୍ୟ ମତ୍ସ୍ୟ ବିଭାଗର ନିର୍ଦ୍ଦଶକ କହିଛନ୍ତି ଯେ, ଏହି ମାଛ ଗବେଷଣାକୁ ନେଇ ଆମେ  ଦୁଇ ଜଣ ଗବେଷକଙ୍କୁ ନିଯୁକ୍ତି କରୁଛୁ।

ସେମାନେ ରିପୋର୍ଟ ପ୍ରସ୍ତୁତ କରି ଦେବା ପରେ  ଆମେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ  ନିକକଟରେ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରିବୁ । କୌଣସି ଉତ୍ପାଦନର ପ୍ରକୃତ କ୍ଷେତ୍ରସ୍ଥଳର ପ୍ରମାଣ ମିଳିଲେ ଜିଆଇ ଟ୍ୟାଗ ମାନ୍ୟତା ମିଳେ। ମିଥିଳା ଅଞ୍ଚଳ ଝାଡ଼ଖଣ୍ଡ ଏବଂ ନେପାଳ ପୂର୍ବ ଜିଲ୍ଲା ତେରାଇ ସୀମା ଛୁଇଁଛି। ରୋହି ମାଛର ଜିଆଇ ଟ୍ୟାଗ ମିଳିବା ନେଇ  ଆମେ ଖୁବ୍ ଅଶାବାଦୀ ଥିବା  ଅହମ୍ମଦ କହିଛନ୍ତି। ତେବେ ଏହି ମାନ୍ୟତା ମିଳିଲେ ରୋହି ମାଛ ଚାଷୀଙ୍କୁ ବିଶ୍ୱ ବଜାରେ ପରଚୟ ମିଳିବ। ସେମାନଙ୍କ ବାଣିଜ୍ୟ ଆହୁରି ବୃଦ୍ଧି ହେବ। ଆର୍ଥିକ ରୋଜଗାର ମଧ୍ୟ ବଢ଼ିବ ବୋଲି ସେ କହିଛନ୍ତି।

Related story