ତେଜସ୍ୱୀଙ୍କୁ ଜଗିବେ ୫୫ ଜଣ ସୁରକ୍ଷା କର୍ମୀ, ମିଳିଲା ବୁଲେଟପ୍ରୁଫ କାର  

ପାଟନା: ବିହାରରରେ ନୂଆ ଉପମୁଖ୍ୟମନ୍ତ୍ରୀ ହେବା ପରେ ତେଜସ୍ୱୀ ଯାଦବଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତେଜସ୍ୱୀ ଯାଦବଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। ଏଥିସହ ତେଜସ୍ୱୀଙ୍କୁ ଏକ ବୁଲେଟ ପ୍ରୁଫ କାର ଯୋଗାଇ ଦିଆଯାଇଛି।  ସୁରକ୍ଷା କମିଟିର ସୁପାରିଶ ପରେ ତେଜସ୍ୱୀଙ୍କୁ ଏହି ସୁରକ୍ଷା ମଳିଛି। କୁହାଯାଉଛି ତେଜସ୍ୱୀଙ୍କୁ ଗୃହ ବିଭାଗର ମନ୍ତ୍ରୀପଦ ମିଳିପାରେ।  ଏହି ବିଭାଗ ସୁରକ୍ଷା ବ୍ୟାପାର ଦାୟିତ୍ୱରେ କାମ କରୁଛି। ଜେଡ ପ୍ଲସ ପର୍ଯ୍ୟାୟ ହେଉଛି ଦେଶର ଦ୍ୱିତୀୟ ବୃହତମ […]

tejswi

tejswi

Tapas Behera
  • Published: Thursday, 11 August 2022
  • Updated: 11 August 2022, 08:50 PM IST

Sports

Latest News

ପାଟନା: ବିହାରରରେ ନୂଆ ଉପମୁଖ୍ୟମନ୍ତ୍ରୀ ହେବା ପରେ ତେଜସ୍ୱୀ ଯାଦବଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତେଜସ୍ୱୀ ଯାଦବଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। ଏଥିସହ ତେଜସ୍ୱୀଙ୍କୁ ଏକ ବୁଲେଟ ପ୍ରୁଫ କାର ଯୋଗାଇ ଦିଆଯାଇଛି।  ସୁରକ୍ଷା କମିଟିର ସୁପାରିଶ ପରେ ତେଜସ୍ୱୀଙ୍କୁ ଏହି ସୁରକ୍ଷା ମଳିଛି। କୁହାଯାଉଛି ତେଜସ୍ୱୀଙ୍କୁ ଗୃହ ବିଭାଗର ମନ୍ତ୍ରୀପଦ ମିଳିପାରେ।  ଏହି ବିଭାଗ ସୁରକ୍ଷା ବ୍ୟାପାର ଦାୟିତ୍ୱରେ କାମ କରୁଛି। ଜେଡ ପ୍ଲସ ପର୍ଯ୍ୟାୟ ହେଉଛି ଦେଶର ଦ୍ୱିତୀୟ ବୃହତମ ସୁରକ୍ଷା ବ୍ୟବସ୍ଥା। ଏହି ବ୍ୟବସ୍ଥାରେ  ମୋଟ ୫୫ ଜଣ ସୁରକ୍ଷା ଦାୟିତ୍ୱରେ ରୁହନ୍ତି।  ସେଥିରେ ୧୦ ଜଣ ଜାତୀୟ ସୁରକ୍ଷା କର୍ମୀ(ଏନଏସଜି), କମାଣ୍ଡୋ ଏବଂ ଅନ୍ୟ ପୁଲିସ କର୍ମୀ ନିୟୋଜିତ ରହିବେ।  ପ୍ରତ୍ୟେକ କମାଣ୍ଡୋ କରାଟେ କଳାରେ ପାରଙ୍ଗମ। ତେବେ ଅଗଷ୍ଟ ୧୫ରେ ବିହାର ନୂଆ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ  ହୋଇପାରେ।

କୁହାଯାଉଛି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ତେଜ ପ୍ରତାପ ପୁଣିଥରେ  ସମାନ ପୋର୍ଟଫୋଲିଓ ଦାବି କରିଛନ୍ତି।  ତେଜ ପ୍ରତାପ ହେଉଛନ୍ତି ଲାଲୁ ପ୍ରସାଦଙ୍କ ବଡ଼ ପୁଅ। ସୂଚନା ଅନୁଯାୟୀ, ବିଜେପି ସହ ସମ୍ପର୍କ ତୁଟାଇ ପୁଣି ଥରେ ଆରଜେଡି ସହ ହାତମିଳାଇ ବିହାରରରେ ମହାଗଠବନ୍ଧନ ସରକାର ଗଢ଼ିଛନ୍ତି ଜେଡିୟୁର ନୀତୀଶ କୁମାର । ବିଜେପି ହାତ ଛାଡ଼ିବା ପରେ ଆରଜେଡି ଓ କଂଗ୍ରେସ ସହ ୭ଟି  ଦଳର ସମର୍ଥନରେ ରାଜ୍ୟରେ ନୂଆ ମହାମେଣ୍ଟ ସରକାରର ଶାସନ ଆରମ୍ଭ କରିଛନ୍ତି ନୀତୀଶ କୁମାର ।

ଗତକାଲି  ସେ ରେକର୍ଡ ଅଷ୍ଟମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା  ବେଳେ ଆରଜେଡିର ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ପାଇଁ ହୋଇଛନ୍ତି ଡେପୁଟି ମୁଖ୍ୟମନ୍ତ୍ରୀ।   ତେବେ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରିମଣ୍ଡଳର ଅନ୍ୟ କୌଣସି  ସଦସ୍ୟ ଶପଥ ନେଇନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos