ଲତାଙ୍କ ପାଇଁ ନିର୍ବାଚନୀ ଇସ୍ତାହାର ଅଟକାଇଲା ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଇସ୍ତାହାର ପ୍ରକାଶ ପାଇବାର ଥିଲା। ହେଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତାମଙ୍ଗେସ କରଙ୍କ ପରଲୋକ ପରେ ଏହି କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। ଲତାମଙ୍ଗେସ କରଙ୍କ ଆବର୍ତ୍ତମାନରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ଲତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଆଜି ଉତ୍ତରପ୍ରଦେଶ ବିଜେପି ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ ପାଇବାର ଥିଲା। ଏହି […]

BJP

Tapas Behera
  • Published: Sunday, 06 February 2022
  • , Updated: 06 February 2022, 04:46 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଇସ୍ତାହାର ପ୍ରକାଶ ପାଇବାର ଥିଲା। ହେଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତାମଙ୍ଗେସ କରଙ୍କ ପରଲୋକ ପରେ ଏହି କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। ଲତାମଙ୍ଗେସ କରଙ୍କ ଆବର୍ତ୍ତମାନରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ଲତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଆଜି ଉତ୍ତରପ୍ରଦେଶ ବିଜେପି ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ ପାଇବାର ଥିଲା।

ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ  ଅମିତି ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପ ମୁକ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ମଧ୍ୟ ପ୍ରସ୍ତୁତ ଥିଲେ। ହେଲେ ମଞ୍ଚରେ ଉପସ୍ଥିତ ଥିବା ନେତାମାନେ ଲତାଙ୍କ ବିୟୋଗରେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଇସ୍ତାହାର ପ୍ରକାଶ କରାଯାଇ ନଥିଲା।  କାର୍ଯ୍ୟକ୍ରମକୁ ଲତାଙ୍କ ଉଦ୍ଦେଶ୍ୟରେ ସ୍ତଗିତ ରଖାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଇସ୍ତାହାର ପ୍ରକାଶ ପାଇବ ବୋଲି କୁହାଯାଇଛି। ଫେବୃଆରୀ ୧୦ରେ  ୟୁପିରେ ମତଦାନ ହେବ। ସେହିପରି ବିଜେପି ପକ୍ଷରୁ ଅନ୍ୟାନ୍ୟ ରାଜନୈତିକ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଆଜି ଗୋଆ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭର୍ଚ୍ଚୁଆଲ ରାଲି ମଧ୍ୟ ବାତିଲ କରାଯାଇଛି।     

ଆଜି ସକାଳ ୮.୧୨ରେ ମୁମ୍ବାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ୯୨ ବର୍ଷୀୟ ଲତାଙ୍କର ଦେହାନ୍ତ ହୋଇଯାଇଛି। ଲତା ମଙ୍ଗେସ କରଙ୍କ ସ୍ମୃତିରେ ୨ ଦିନ ଜାତୀୟ ଶୋକ ପାଳନ କରାଯିବ। ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନପୂର୍ବକ ଦୁଇ ଦିନ ଜାତୀୟ ପତାକାକୁ ଅର୍ଦ୍ଧ-ନମିତ ହୋଇ ରହିବ। ପରେ ଆଜି ୬.୩୦ରେ ମୁମ୍ବାଇର ଶିବାଜୀ ପାର୍କସ୍ଥିତ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି।

ସୂଚନାଯୋଗ୍ୟଏ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବା ପରେ ଜାନୁଆରି ୮ ତାରିଖ ଦିନ ଲତା ମଙ୍ଗେସ୍କର୍‌ଙ୍କୁ ମୁମ୍ବାଇସ୍ଥିତ ବିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ‌ହୋଇଥିଲେ। ଗତ ଦୁଇ ସପ୍ତାହରୁ ଅଧିକ କାଳ ଧରି ସେ ‘ଆଇସିୟୁ’ରେ ଥିଲେ। ନିକଟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବା ପରେ ପୁଣି ସଙ୍କଟାପନ୍ନ ହୋଇଯାଇଥିଲା।

Related story