ନୀତୀଶ କୁମାରଙ୍କ ଦଳକୁ ଧମକ ଦେଲା ସହଯୋଗୀ ବିଜେପି

ପାଟନା: ବିହାରରେ ଏକାଠି ହୋଇ ସରକାର ଗଠନ କରିଥିବା ନୀତୀଶ କୁମାରଙ୍କ ଜେଡିୟୁ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ବିଜେପିର ବିହାର ମୁଖ୍ୟ ସଞ୍ଜୟ ଜୈସୱାଲ ଖୋଲାଖୋଲି ଭାବେ ଜେଡିୟୁକୁ ଧମକ ଦେଇଛନ୍ତି। ନୀତୀଶ କୁମାରଙ୍କ ଦଳ ସୀମା ଭିତରେ ରହିବା ଉଚିତ। ନଚେତ ଏହାର ଜବାବ ବିହାରରେ ଥିବା ୭୬ ଲକ୍ଷ ବିଜେପି କର୍ମୀ ଦେବେ ବୋଲି ସଞ୍ଜୟ ଚେତାବନୀ ଦେଇଛନ୍ତି। ଜେଡିୟୁର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

BJP

Hemant Lenka
  • Published: Monday, 17 January 2022
  • , Updated: 17 January 2022, 06:58 PM IST

ପାଟନା: ବିହାରରେ ଏକାଠି ହୋଇ ସରକାର ଗଠନ କରିଥିବା ନୀତୀଶ କୁମାରଙ୍କ ଜେଡିୟୁ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ବିଜେପିର ବିହାର ମୁଖ୍ୟ ସଞ୍ଜୟ ଜୈସୱାଲ ଖୋଲାଖୋଲି ଭାବେ ଜେଡିୟୁକୁ ଧମକ ଦେଇଛନ୍ତି। ନୀତୀଶ କୁମାରଙ୍କ ଦଳ ସୀମା ଭିତରେ ରହିବା ଉଚିତ। ନଚେତ ଏହାର ଜବାବ ବିହାରରେ ଥିବା ୭୬ ଲକ୍ଷ ବିଜେପି କର୍ମୀ ଦେବେ ବୋଲି ସଞ୍ଜୟ ଚେତାବନୀ ଦେଇଛନ୍ତି।

ଜେଡିୟୁର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟ୍ୱିଟର-ଟ୍ୱିଟର ଖେଳ ଖେଳୁଥିବାରୁ ଏହା ଶ୍ରୀ ଜୈସୱାଲଙ୍କ କ୍ଷୁବ୍ଧ କରିଛି। ସେ ଫେସବୁକ ଜରିଆରେ ଗୋଟିଏ ବଡ଼ ପୋଷ୍ଟ କରି ଜେଡିୟୁକୁ ଧମକ ଦେଇଛନ୍ତି। ରାଜା ଅଶୋକଙ୍କ ବିରୋଧରେ ପଦ୍ମଶ୍ରୀ ଦୟା ପ୍ରକାଶ ସିହ୍ନା ବିବାଦୀୟ ବୟାନ ଦେଇଥିଲେ। ଏହାପରେ ଜେଡିୟୁର ଜାତୀୟ ସଭାପତି ରାଜୀବ ରଞ୍ଜନ ଓ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର ଖୁସୱାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରକାଶଙ୍କ ଠାରୁ ପଦ୍ମଶ୍ରୀ ଫେରାଇ ନେବାକୁ ଅନୁରୋଧ କରିଥିଲେ।

ଏହାବାଦ ଜୈସୱାଲ ମଧ୍ୟ ଲେଖକ ପ୍ରକାଶଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ। ପ୍ରକାଶ ରାଜା ଅଶୋକ ଓ ମୋଗଲ ଶାସକ ଔରଙ୍ଗଜେବଙ୍କୁ ଗୋଟିଏ ମାପଦଣ୍ଡରେ ମାପିଥିଲେ। ଏହା ସମସ୍ତଙ୍କୁ କ୍ଷୁବ୍ଧ କରିଛି।

ଜୈସଲୱାଲଙ୍କ କହିଛନ୍ତି, “ନୀତୀଶ କୁମାରଙ୍କ ଜେଡିୟୁ ଲେଖକ ପ୍ରକାଶଙ୍କୁ ଗିରଫ କରିବା ଦାବି ନ କରି କାହିଁକି ତାଙ୍କ ଠାରୁ କେବଳ ପଦ୍ମଶ୍ରୀ ପ୍ରତ୍ୟାହାର କରିବାକୁ କହୁଛି? କାହିଁକି ଜେଡିୟୁ ନେତାମାନେ ମୋତେ ଓ କେନ୍ଦ୍ରୀୟ ନେତାମାନଙ୍କୁ ଟ୍ୟାଗ କରି ଏ ବିଷୟରେ ପଚାରୁଛନ୍ତି?

ଏହି ମେଣ୍ଟରେ ଆମେ ସମସ୍ତେ ନିଜ ନିଜ ସୀମାରେ ରହିବା ଉଚିତ। ଏହା କେବେ ହେଲେ ଏକ ପାଖିଆ ହୋଇ ନପାରେ। ପ୍ରଥମ ସର୍ତ୍ତ ହେଲା, ଆପଣମାନେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଟ୍ୱିଟର-ଟ୍ୱିଟର ଖେଳିପାରିବେ ନାହିଁ। ଯଦି ଆପଣ ଏମିତି କରିବେ ଓ ପ୍ରଶ୍ନ ଉଠାଇବେ, ତା’ହେଲେ ବିହାରରେ ଥିବା ୭୬ ଲକ୍ଷ ବିଜେପି କର୍ମୀ ଏହାର ଜୋରଦାର ଜବାବ ଦେବେ। ମୋର ଆଶା ଆପଣମାନେ ଭବିଷ୍ୟତରେ ଏଥିପ୍ରତି ଯତ୍ନବାନ ହେବେ।

ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଫେରାଇ ନେବାକୁ କହିବା ଠାରୁ କୌଣସି ନିର୍ବୋଧ କାମ କିଛି ନ ଥାଇପାରେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନ ୨୦୦୫ ପୂର୍ବରୁ ଯେଉଁଭଳି ଭାବେ ମୃତ୍ୟୁ, ଅପହରଣ ଓ ଡାକାୟତିର ପେଣ୍ଠସ୍ଥଳ ପାଲଟିଥିଲା, ସେପରି ପୁଣି ନ ହେଉ ବୋଲି ଆମେ ଚାହୁଁଛୁ। ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ।”

Related story