ବିଜେପି ନେତା ତଜିନ୍ଦର ସିଂହଙ୍କ ଗିରଫଦାରି ମାମଲା: କେଜ୍ରିୱାଲଙ୍କୁ ନିଶାନା କଲେ ତେଜସ୍ୱୀ

ନୂଆଦିଲ୍ଲୀ: ବିଜେପି ନେତା ତଜିନ୍ଦର ସିଂହ ବଗାଙ୍କ ଗିରଫକୁ ନେଇ ବର୍ଷିଛି ବିଜେପି।  ବିଜେପି ନେତା ତଥା ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟ  ଆଜି ତଜିନ୍ଦରଙ୍କୁ ଭେଟିବା ସହ ଆପ ଫାସିବାଦ ଚଳାଇଛି ବୋଲି ଅଭିଯୋଗ କରିଛନ୍ତି। ତେଜସ୍ୱୀ କହିଛନ୍ତିଯେ, ପୁଣି ଥରେ ଅରବିନ୍ଦ କେଜ୍ରିୱାଲଙ୍କ ଫାସିବାଦ ମୁଖା ଖୋଲିଯାଇଛି। ପଞ୍ଜାବର ପୁଲିସକୁ  ଆପ୍‌ ଅପବ୍ୟବହାର କରି ତଜିନ୍ଦର ସିଂହଙ୍କୁ ଗିରଫ କରିଛି । ସେମାନେ ବଗାଙ୍କ ଅଭିବ୍ୟକ୍ତି ଆଜାଦିକୁ  ଛଡ଼େଇବାକୁ ଉଦ୍ୟମ କରିଛନ୍ତି।  ଏହା ଏକ […]

tejaswi

Tapas Behera
  • Published: Saturday, 07 May 2022
  • , Updated: 07 May 2022, 08:35 PM IST

ନୂଆଦିଲ୍ଲୀ: ବିଜେପି ନେତା ତଜିନ୍ଦର ସିଂହ ବଗାଙ୍କ ଗିରଫକୁ ନେଇ ବର୍ଷିଛି ବିଜେପି।  ବିଜେପି ନେତା ତଥା ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟ  ଆଜି ତଜିନ୍ଦରଙ୍କୁ ଭେଟିବା ସହ ଆପ ଫାସିବାଦ ଚଳାଇଛି ବୋଲି ଅଭିଯୋଗ କରିଛନ୍ତି। ତେଜସ୍ୱୀ କହିଛନ୍ତିଯେ, ପୁଣି ଥରେ ଅରବିନ୍ଦ କେଜ୍ରିୱାଲଙ୍କ ଫାସିବାଦ ମୁଖା ଖୋଲିଯାଇଛି। ପଞ୍ଜାବର ପୁଲିସକୁ  ଆପ୍‌ ଅପବ୍ୟବହାର କରି ତଜିନ୍ଦର ସିଂହଙ୍କୁ ଗିରଫ କରିଛି । ସେମାନେ ବଗାଙ୍କ ଅଭିବ୍ୟକ୍ତି ଆଜାଦିକୁ  ଛଡ଼େଇବାକୁ ଉଦ୍ୟମ କରିଛନ୍ତି।  ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ଭିତ୍ତିକ ଅପହରଣ। ଆପ ନେତାମାନେ  ଖୁବ୍ ଶୀଘ୍ର ଜେଲକୁ ଯିବେ। ଏହି ମାମଲାରେ ଆମେ ନିର୍ଣ୍ଣାୟକ ଲଢ଼େଇ କରିବୁ ବୋଲି ତେଜସ୍ୱୀ କହିଛନ୍ତି।   ଗତକାଲି ତଜିନ୍ଦର ବଗାଙ୍କୁ ତାଙ୍କ ବାସଭବନରୁ ପଞ୍ଜ‌ାବ ପୁଲିସ ଗିରଫ କରିବା ଏବଂ ମଝି ରାସ୍ତାରୁ ଦିଲ୍ଲୀ ପୁଲିସ ତାଙ୍କୁ ଦିଲ୍ଲୀ ଆଣିବା ଘଟଣାକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି। ତେବେ ଗିରଫ ମାମଲାକୁ ନେଇ ପଞ୍ଜାବ-ହରିୟାଣା ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିବା ବେଳେ ଏହା ଉପରେ ହେବାକୁ ଥିବା ଶୁଣାଣି ସ୍ଥଗିତ ରଖାଯାଇଛି।

ଆସନ୍ତା ୧୦ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ୧୦ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବଗାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଶୁଣାଣି ଘୁଞ୍ଚିବା ପରେ ବଗା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ଆପ୍ ବିଧାୟିକା ଅତିଶୀ ସିଂ କହିଛନ୍ତି ଯେ, ବିଜେପି ହେଉଛି ଏକ ଗୁଣ୍ଡାମାନଙ୍କ ଦଳ। ବଗା ହେଉଛନ୍ତି ଏହାର ଏକ ବଡ଼ ଉଦାହରଣ। ତାଙ୍କ ବିରୋଧରେ ଅନେକଗୁଡ଼ିଏ ଅପରାଧ ଏବଂ ନିର୍ଯ୍ୟାତନା ମାମଲା ରହିଛି। ବଗାଙ୍କ ପରି ଗୁଣ୍ଡାକୁ ବଞ୍ଚାଇବା ପାଇଁ ବିଜେପି ଦୁଇ ରାଜ୍ୟର ପୁଲିସକୁ ବ୍ୟବହାର କରୁଛି। ସୂଚନା ଅନୁଯାୟୀ, ବିଜେପି ନେତା ତଜିନ୍ଦର ପାଲ୍‌ ସିଂହ ବଗାଙ୍କୁ ଶୁକ୍ରବାର ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ପଞ୍ଜାବ ପୁଲିସ ଗିରଫ କରିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍‌ ଆଦମୀ ପାର୍ଟି ବିରୋଧରେ ବଗା ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।  ତାଙ୍କ ବିରୋଧରେ ପଞ୍ଜାବରେ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ସକାଳେ ପ୍ରାୟ ୫୦ ଜଣ ପଞ୍ଜାବ ପୁଲିସ ୧୦-୧୨ଟି ଗାଡ଼ିରେ ଆସି ବଗାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲେ। ଉକ୍ତ ଟିମ୍‌ ବଗାଙ୍କୁ ସଡ଼କପଥରେ ମୋହାଲି ନେଉଥିବା ବେଳେ ସେମାନଙ୍କୁ ହରିୟାଣା ପୁଲିସ କୁରୁକ୍ଷେତ୍ର ନିକଟରେ ଅଟକାଇଥିଲା। ହରିୟାଣା ପୁଲିସ ଅଧିକାରୀ କହିଥିଲେ ଯେ ବଗାଙ୍କୁ ବଳପୂର୍ବକ ତାଙ୍କ ଘରୁ ଉଠାଇ ନିଆଯାଇଛି। ତେଣୁ ଏହି ଘଟଣାର ଯାଞ୍ଚ ପାଇଁ ସେମାନଙ୍କୁ ଅଟକାଯାଇଥିଲା। ଦିଲ୍ଲୀରୁ ବଗାଙ୍କୁ ଆଣିଥିବା ପଞ୍ଜାବ ପୁଲିସର ଗାଡ଼ିଗୁଡ଼ିକୁ କୁରୁକ୍ଷେତ୍ରର ପିପଲି ଥାନା ନିଆଯାଇଥିଲା। ଏହାର କିଛି ସମୟ ପରେ ସେଠାରେ ଦିଲ୍ଲୀ ପୁଲିସ ପହଞ୍ଚିବାରୁ ହରିୟାଣା ପୁଲିସ ବଗାଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା।

Related story