ଟିଏମସିରେ ଆଉ ଜଣେ ବିଜେପି ବିଧାୟକ, ସଂଖ୍ୟା ୩ରେ ପହଞ୍ଚିଲା

କୋଲାକାତା: ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଟିଏମସି ସହ ଯାହା ଘଟିଥିଲା ଏବେ ନିର୍ବାଚନ ପରେ ବିଜେପି ସହ ସମାନ ଘଟଣା ଘଟିବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବିଜେପିରେ ମିଶି ବିଜୟୀ ହୋଇଥିବା ଜଣଙ୍କ ପରେ ଜଣେ ବିଧାୟକ ଏବେ ଦଳକୁ ଗୁଡବାଏ କହିବାରେ ଲାଗିଛନ୍ତି। ସେମାନେ ବିଜେପିରୁ ଜିତିଥିଲେ ହେଁ ଏବେ ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହେଉଛନ୍ତି। ଏହିକ୍ରମରେ ଆଜି ବିଜେପି ବିଧାୟକ ବିଶ୍ୱଜିତ ଦାସ ଆଜି ଟିଏମସିରେ ମିଶିଛନ୍ତି। ସେ ତୃତୀୟ ବିଜେପି […]

BJP

Hemant Lenka
  • Published: Tuesday, 31 August 2021
  • , Updated: 31 August 2021, 04:40 PM IST

କୋଲାକାତା: ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଟିଏମସି ସହ ଯାହା ଘଟିଥିଲା ଏବେ ନିର୍ବାଚନ ପରେ ବିଜେପି ସହ ସମାନ ଘଟଣା ଘଟିବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବିଜେପିରେ ମିଶି ବିଜୟୀ ହୋଇଥିବା ଜଣଙ୍କ ପରେ ଜଣେ ବିଧାୟକ ଏବେ ଦଳକୁ ଗୁଡବାଏ କହିବାରେ ଲାଗିଛନ୍ତି।

ସେମାନେ ବିଜେପିରୁ ଜିତିଥିଲେ ହେଁ ଏବେ ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହେଉଛନ୍ତି। ଏହିକ୍ରମରେ ଆଜି ବିଜେପି ବିଧାୟକ ବିଶ୍ୱଜିତ ଦାସ ଆଜି ଟିଏମସିରେ ମିଶିଛନ୍ତି। ସେ ତୃତୀୟ ବିଜେପି ବିଧାୟକ ଯିଏ ଦଳ ଛାଡ଼ି ଟିଏମସିରେ ଯୋଗଦେଇଛନ୍ତି।

ବିଶ୍ୱଜିତଙ୍କ ପୂର୍ବରୁ ବିଜେପି ବିଧାୟକ ମୁକୁଲ ରୟ ଓ ତନ୍ମୟ ଘୋଷ ଟିଏମସିରେ ଯୋଗଦେଇଥିଲେ। ମୁକୁଲ ରୟ ବିଜେପିର ଉପାଧ୍ୟକ୍ଷ ରହିଥିଲେ। ସେ ଦଳ ଛାଡ଼ି ଟିଏମସିରେ ମିଶିବାରୁ ଅନେକ ବିଜେପି ନେତା ଓ ବିଧାୟକ ତାଙ୍କ ପଥ ଅନୁସରଣ କରିବେ ବୋଲି କୁହାଯାଉଥିଲା। ସତକୁ ସତ ଏବେ ସେପରି ଘଟଣା ଘଟିବାରେ ଲାଗିଛି।

ଅତ୍ୟନ୍ତ ସଂଘର୍ଷ କରି ବିଜେପି ବେଙ୍ଗଲରେ ମାତ୍ର ୭୭ଟି ଆସନ ଜିତିଥିଲା। ଏବେ ଜଣଙ୍କ ପରେ ଜଣେ ଦଳ ଛାଡ଼ିବା ବିଜେପିର ଚିନ୍ତାକୁ ବଢ଼ାଇ ଦେଇଛି। ବେଙ୍ଗଲରେ ବର୍ତ୍ତମାନ ବିଜେପି ବିଧାୟକଙ୍କ ସଂଖ୍ୟା ୭୨ ହୋଇଯାଇଛି। କାରଣ ଦଳ ବିଧାନସଭା ନିର୍ବାଚନ ବେଳେ ୨ ଜଣ ସାଂସଦଙ୍କୁ ଟିକେଟ ଦେଇଥିଲା। ସେମାନେ ମଧ୍ୟ ଜିତିଥିଲେ।

ହେଲେ ବିଧାୟକ ଓ ସାଂସଦ ପଦରୁ ସେମାନଙ୍କୁ ଗୋଟିଏ ଚୟନ କରିବାକୁ କୁହାଯାଇଥିଲା। ଏହି କାରଣରୁ ଦୁଇ ଜଣ ଯାକ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।

ବିଶ୍ୱଜିତ ଦାସ ନିର୍ବାଚନ ପୂର୍ବରୁ ଟିଏମସିରେ ରହିଥିଲେ। ତେବେ ଠିକ୍‌ ନିର୍ବାଚନ ପୂର୍ବରୁ ସେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ସେ ଦଳରେ ମିଶିବାରୁ ବିଜେପି ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ବି ଦେଇଥିଲା। ସେ ବିଜେପି ଟିକେଟରୁ ଜିତିବା ପରେ ଏବେ ପୁଣିଥରେ ଟିଏମସିରେ ଯୋଗଦେଇଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭାର ୨୯୨ଟି ଆସନରୁ ବିଜେପି ୭୭ଟିରେ ଜିତିଥିବା ବେଳେ ଟିଏମସି ୨୧୩ଟି ଆସନ ଜିତିଛି। ସେହିପରି ଆଇଏସ୍‌ଏଫ ଓ ଜିଜେଏମ ଗୋଟିଏ ଲେଖାଏ ଆସନ ଜିତିଛନ୍ତି।

Related story